ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାନପାଖଣା ରେଲଓ୍ବେ ଟ୍ରାକ ! ଟ୍ରେନ ଇଲେକ୍ଟ୍ରିକ୍ ଟାଓ୍ଵାର କାର଼ ଦୁର୍ଘଟଣାରେ ଯୁବତୀ ମୃତ ! ଯୁବତୀଙ୍କ ଖଣ୍ଡ ବିଖଣ୍ଡିତ ଶରୀର ଏଠି ସେଠି ପଡ଼ିଛି 

ସାନପାଖଣା ରେଲଓ୍ବେ ଟ୍ରାକ ! ଟ୍ରେନ ଇଲେକ୍ଟ୍ରିକ୍ ଟାଓ୍ଵାର କାର଼ ଦୁର୍ଘଟଣାରେ ଯୁବତୀ ମୃତ ! ଯୁବତୀଙ୍କ ଖଣ୍ଡ ବିଖଣ୍ଡିତ ଶରୀର ଏଠି ସେଠି ପଡ଼ିଛି 

ରାଇରଙ୍ଗପୁର – ୧୩/୦୬  — ଟାଟା ବାଦାମ ପାହାଡ଼ ରେଳପଥ ସାନପାଖଣାଠାରେ ଟ୍ରେନ ଲାଇନ୍ କଟି ଯୁବତୀ ମୃତ ହୋଇଥିବା ଅଭିଯୋଗ ହୋଇଛି ।ସୂଚନାଯୋଗ୍ୟ ଆଜି ଅପରାହ୍ନ ୨.୨୦ ଟା ସମୟରେ ଟାଟା ବାଦାମପାହାଡ ରେଳପଥର ରେଳପଥର ବିଦ୍ୟୁତ ଖୁଣ୍ଟ ମରାମତି ପାଇଁ ଇଲେକ୍ଟ୍ରିକ୍ ଟାଓ୍ବାର କାର୍ ଅଁଳାଯୋଡିରୁ ରାଇରଙ୍ଗପୁର ଆସୁଥିବା ସମୟରେ ସାନପାଖଣା ସ୍ଥ ଲେଭଲ କ୍ରସିଂ ୪୬ ନମ୍ବର ଗେଟ୍ ପାଖରୁ ୧୦୦ ମିଟର ଦୂରରେ ଏକ ଯୁବତୀ ସହ ଧକ୍କା ଫଳରେ ଘଟଣାସ୍ଥଳରେ ଯୁବତୀଙ୍କ ମୃତ୍ଯୁ ହୋଇଛି । ଯୁବତୀଙ୍କ ଖଣ୍ଡ ବିଖଣ୍ଡିତ ଶରୀର ଏଠି ସେଠି ପଡ଼ିଛି ।ଯୁବତୀ ଜଣକ ବିହାର ରାଜ୍ୟର ସମସ୍ତିପୁର ଥାନା ଅନ୍ତର୍ଗତ ମନିପୁର ଗ୍ରାମର ନେହା କୁମାରୀ (୨୫)। ମୃତକ ପରିବାର ଲୋକେ ରାଇରଙ୍ଗପୁର ଆସି ଆଖପାଖ ଅଞ୍ଚଳରେ ଏଠି ଜଡ଼ିବୁଟି ବିକି ପରିବାର ଗୁଜୁରାଣ ମେଣ୍ଟାଉଥିଲେ ।ବାଲେଶ୍ବରରୁ ରେଲଓ଼୍ବେ ପୋଲିସ ଆସି ଶବକୁ ରେଳ ପ୍ୟାଂଟରୁ ଉଠାଇ ଶବ ବ୍ଯବଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇବେ ।କେଉଁ ପରିସ୍ଥିତିରେ ଯୁବତୀର ମୃତ୍ୟୁ ହେଲା ରେଲଓ୍ଵେ ପୋଲିସ ତଦନ୍ତ ଓ ଶଵ ବ୍ୟବଛେଦ ରିପୋର୍ଟ ଆସିଲେ ଜଣା ପଡ଼ିବ !

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ସାନଜୟଧନି ଆଦର୍ଶ ବିଦ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ବାଦାମ ପାହାଡ଼ ବନାଞ୍ଚଳ ତରଫରୁ ୭୪ ତମ ବନୋତ୍ସଵ ପାଳିତ

ମା’ ଓ ନବଜାତ ଶିଶୁଙ୍କୁ ଏକତ୍ର ରଖି ଚିକିତ୍ସା ବ୍ୟବସ୍ଥା ପାଇଁ ମାନବ ଅଧିକାର ସୁରକ୍ଷା ମଞ୍ଚର ଦାବି

Sunil Chandra Nayak

ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୁଲ୍ୟର ସ୍ବର୍ଗତ ସଦାନନ୍ଦ ତ୍ରିପାଠୀଙ୍କ ବିୟୋଗରେ ଶୋକ ସଭା

Sunil Chandra Nayak

Leave a Comment

error: Content is protected !!