ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାନପାଖଣା ରେଲଓ୍ବେ ଟ୍ରାକ ! ଟ୍ରେନ ଇଲେକ୍ଟ୍ରିକ୍ ଟାଓ୍ଵାର କାର଼ ଦୁର୍ଘଟଣାରେ ଯୁବତୀ ମୃତ ! ଯୁବତୀଙ୍କ ଖଣ୍ଡ ବିଖଣ୍ଡିତ ଶରୀର ଏଠି ସେଠି ପଡ଼ିଛି 

ସାନପାଖଣା ରେଲଓ୍ବେ ଟ୍ରାକ ! ଟ୍ରେନ ଇଲେକ୍ଟ୍ରିକ୍ ଟାଓ୍ଵାର କାର଼ ଦୁର୍ଘଟଣାରେ ଯୁବତୀ ମୃତ ! ଯୁବତୀଙ୍କ ଖଣ୍ଡ ବିଖଣ୍ଡିତ ଶରୀର ଏଠି ସେଠି ପଡ଼ିଛି 

ରାଇରଙ୍ଗପୁର – ୧୩/୦୬  — ଟାଟା ବାଦାମ ପାହାଡ଼ ରେଳପଥ ସାନପାଖଣାଠାରେ ଟ୍ରେନ ଲାଇନ୍ କଟି ଯୁବତୀ ମୃତ ହୋଇଥିବା ଅଭିଯୋଗ ହୋଇଛି ।ସୂଚନାଯୋଗ୍ୟ ଆଜି ଅପରାହ୍ନ ୨.୨୦ ଟା ସମୟରେ ଟାଟା ବାଦାମପାହାଡ ରେଳପଥର ରେଳପଥର ବିଦ୍ୟୁତ ଖୁଣ୍ଟ ମରାମତି ପାଇଁ ଇଲେକ୍ଟ୍ରିକ୍ ଟାଓ୍ବାର କାର୍ ଅଁଳାଯୋଡିରୁ ରାଇରଙ୍ଗପୁର ଆସୁଥିବା ସମୟରେ ସାନପାଖଣା ସ୍ଥ ଲେଭଲ କ୍ରସିଂ ୪୬ ନମ୍ବର ଗେଟ୍ ପାଖରୁ ୧୦୦ ମିଟର ଦୂରରେ ଏକ ଯୁବତୀ ସହ ଧକ୍କା ଫଳରେ ଘଟଣାସ୍ଥଳରେ ଯୁବତୀଙ୍କ ମୃତ୍ଯୁ ହୋଇଛି । ଯୁବତୀଙ୍କ ଖଣ୍ଡ ବିଖଣ୍ଡିତ ଶରୀର ଏଠି ସେଠି ପଡ଼ିଛି ।ଯୁବତୀ ଜଣକ ବିହାର ରାଜ୍ୟର ସମସ୍ତିପୁର ଥାନା ଅନ୍ତର୍ଗତ ମନିପୁର ଗ୍ରାମର ନେହା କୁମାରୀ (୨୫)। ମୃତକ ପରିବାର ଲୋକେ ରାଇରଙ୍ଗପୁର ଆସି ଆଖପାଖ ଅଞ୍ଚଳରେ ଏଠି ଜଡ଼ିବୁଟି ବିକି ପରିବାର ଗୁଜୁରାଣ ମେଣ୍ଟାଉଥିଲେ ।ବାଲେଶ୍ବରରୁ ରେଲଓ଼୍ବେ ପୋଲିସ ଆସି ଶବକୁ ରେଳ ପ୍ୟାଂଟରୁ ଉଠାଇ ଶବ ବ୍ଯବଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇବେ ।କେଉଁ ପରିସ୍ଥିତିରେ ଯୁବତୀର ମୃତ୍ୟୁ ହେଲା ରେଲଓ୍ଵେ ପୋଲିସ ତଦନ୍ତ ଓ ଶଵ ବ୍ୟବଛେଦ ରିପୋର୍ଟ ଆସିଲେ ଜଣା ପଡ଼ିବ !

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ସମଗ୍ର ଶିକ୍ଷା ଯୋଜନା ର ବ୍ଲକ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ 

Sunil Chandra Nayak

ଅନ୍ଧାରିଆ ଭିତରେ ଚାଲିଛି  ଅଶନା ପ୍ରାଥମିକ ଚିକିତ୍ସାଳୟ ରେ ସ୍ବାସ୍ଥ୍ୟ ସେବା ; ଟାଟା ପାଓ୍ବାରର ଅଣଦେଖା ; ଟ୍ରାନ୍ସଫର୍ମର ବସିଛି; କିନ୍ତୁ ବିଦ୍ୟୁତ ସଂଯୋଗ ନାହିଁ ; ତୁରନ୍ତ ବିଦ୍ୟୁତ ସଂଯୋଗ ନେଇ ପ୍ରାକ୍ତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି ଙ୍କ ଦାବି

ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!