ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଦଶହରା ବଳଦ ଯାତ୍ରା ପାଇଁ ପ୍ରସ୍ତୁତି,୨- ହିନ୍ଦୋଳରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ର, ୩- ବିଜେଡ଼ି ତରଫରୁ ୧୫୭ ତମ ଗାନ୍ଧୀ ଜୟନ୍ତୀ ପାଳିତ ,୪- ପାଠକ ବିଚାର ମଞ୍ଚ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ,୫- ଷଡ଼ଙ୍ଗୀ ଗାଁରେ ହାତୀ ଆତଙ୍କ,ଗଣେଶ ଭସାଣି ବେଳେ ପଶିଆସିଲେ ହାତୀ, ୬- ଗଛ ଲଗାନ୍ତୁ ପରିବେଶ ବଞ୍ଚାନ୍ତୁ। “ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଆଦର୍ଶ ଗ୍ରାମ ଘଟିପିରି ଶୁଣ୍ଢି ସମାଜ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ୭- ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ , ୮- ପଣ୍ଡୁଆ-ଜିରାଳ ପୂର୍ତ୍ତ ବିଭାଗ ରାସ୍ତା ବିପଦପୂର୍ଣ୍ଣ, ମରାମତି ଦାବି

ଦଶହରା ବଳଦ ଯାତ୍ରା ପାଇଁ ପ୍ରସ୍ତୁତି

 କାମାକ୍ଷାନଗର -ଢେ଼ଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଦୁର୍ଗାପୂଜାରେ ପାରମ୍ପରିକ ଭାବେ ବଳଦ ଯାତ୍ରା ଅନୁଷ୍ଠିତ ହୋଇଥାଏ । ବଳଦ ଯାତ୍ରା ହେଉଛି ଭୁବନ ର ଅନ୍ୟ ଏକ ପରିଚୟ । ଏଥିପାଇଁ ଦୁର୍ଗାପୂଜାର ମାସକ ଆଗରୁ ଯାତ୍ରାରେ ବଳଦ ଆଉ ନତରକିବା ପାଇଁ କୁ ବଳଦ କୁ ସଜେଇ ବାଜା ବଜାଇ ସହର ପରିକ୍ରମା କରାଯାଇଥାଏ । ସନ୍ଧ୍ୟା ସମୟରେ ବିଭିନ୍ନ ସାହିରୁ ବଳଦଙ୍କୁ ପ୍ରସ୍ତୁତି କରାଯାଉଥିବା ବେଳେ ନିଆରା ଢଙ୍ଗରେ ଅରାସାହି ତରଫରୁ ଏକ ସୁନ୍ଦର ଉଚ୍ଚ ଓ ହୃଷ୍ଟପୃଷ୍ଟ ବଳଦ କୁ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଛି । ଏଥିରେ ଜଗବନ୍ଧୁ ନାୟକ, କୁନା ନାୟକ, ନାଣ୍ଡି ଦାସ ,ବସନ୍ତ ସାହୁ,ରାମ ନାୟକ,ରାକେଶ ପୋଥାଳ,ସନ୍ତୋଷ ରାଉଳ,ହରି ନାୟକ,ସୁଶାନ୍ତ ନାୟକ, ଧର୍ମାନନ୍ଦ ପୃଷ୍ଟି ,ଜଗବନ୍ଧୁ ନାୟକ,ମାନସ ପୃଷ୍ଟି ଅଂଶ ଗ୍ରହଣ କରୁଛନ୍ତି ।

ହିନ୍ଦୋଳରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ର

 ଢେଙ୍କାନାଳ – ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ ହିନ୍ଦୋଳ ପକ୍ଷରୁ ରାଜ୍ୟ ବିଜେଡି ଅନୁସୂଚିତ ଜାତି ସଭାପତି ତଥା ରାଜ୍ୟ ବିଜେଡି ବରିଷ୍ଠ ସାଧାରଣ ସମ୍ପାଦକ ମହେଶ ସାହୁ ଙ୍କ ନେତୃତ୍ବରେ ହିନ୍ଦୋଳରେ ଜନ ସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ ହୋଇଛି। ସକାଳ ଦଶ ଘଟିକା ସମୟରେ ରାଜସ୍ୱ ବଙ୍ଗଳା ହିନ୍ଦୋଳ ପରିସର ରୁ ଶାନ୍ତିପୂର୍ଣ ଭାବେ ବିରାଟ ଶୋଭାଯାତ୍ରାରେ ବାହାରି ଦାଣ୍ଡିଯାତ୍ରାର ପ୍ରତିମୂର୍ତ୍ତି ସ୍ଥାନରେ ମହାତ୍ମାଗାନ୍ଧୀ ଓ ସମସ୍ତ ସତ୍ୟାଗ୍ରହୀ ମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ପରେ ହିନ୍ଦୋଳ ବସଷ୍ଟାଣ୍ଡ ଛକରେ ଥିବା ଆଇନ ପ୍ରଣେତା ଡଃ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ଓ ହିନ୍ଦୋଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିଵା ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି। ହିନ୍ଦୋଳ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ ଛକ ପୂର୍ବତନ ମନ୍ତ୍ରୀ ତ୍ରିନାଥ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପଦଯାତ୍ରାର ପରିସମାପ୍ତି ହୋଇଛି।

          ତେବେ ପଦଯାତ୍ରା ଆଜି ଠାରୁ ମାସେ ବ୍ୟାପୀ ହେବାକୁଥିବା ଵେଳେ ବିଜୁ ଜନତା ଦଳ ପ୍ରତିଷ୍ଠା ହେବା ଦିନରୁ ମହାତ୍ମାଗାନ୍ଧୀ ଙ୍କ ବିଚାର ଧାରା କୁ ପାଥେୟ କରି ଓଡ଼ିଶା ର ସର୍ବାଙ୍ଗୀନ ଉନ୍ନତି ପାଇଁ ମାନ୍ୟବର ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଙ୍କ ଆହ୍ବାନ କ୍ରମେ ପ୍ରତେକ ବର୍ଷ ହେଉଥିବା ବେଳେ ଚଳିତ ବର୍ଷ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ରେ ଗାନ୍ଧୀ ଜୟନ୍ତୀ ଦିବସରୁ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇ ଯାଇଛି।ଏହି ପଦଯାତ୍ରା ମାଧ୍ୟମରେ ଜନତାଙ୍କ ସମସ୍ୟା ସହିତ ଓତଃପ୍ରୋତଭାବେ ଜଡ଼ିତ ହୋଇ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନିଆଯିବା ସହ ଜନସମ୍ପର୍କକୁ ସୁଦୃଢ଼ କରାଯିବ ବୋଲି ବିଜେଡି ନେତୃବୃନ୍ଦ ପ୍ରକାଶ କରିଛନ୍ତି।

       ଏହି ଜନସମ୍ପର୍କ ପଦଯାତ୍ରରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ସନ୍ଦୀପ ଷଡ଼ଙ୍ଗୀ, ଜିଲ୍ଲା ଛାତ୍ର ସଭାପତି ଆର୍ୟନ ଦାସ୍, ରାଜ୍ୟ ପରିଷଦ ସଦସ୍ୟ ଅଶୋକ ନାୟକ ,ରାଜ୍ୟ ମହିଳା ସାଧାରଣ ସମ୍ପାଦିକା ମମତା ସାହୁ, ହିନ୍ଦୋଳ ବ୍ଳକ୍ ବିଜେଡି ସଭାପତି ଦେବୀପ୍ରସାଦ ପଟ୍ଟନାୟକ, ଓଡ଼ାପଡ଼ା ବ୍ଲକ ଜଟି ନାଏକ, ଜିଲ୍ଲା ସାଧାରଣ ସମ୍ପାଦକ ଚକ୍ରଧର ଦାସ୍,ମହିଳା ସଭାନେତ୍ରୀ ଯୋଗମାୟା ଗଡ଼ନାୟକ, ହିନ୍ଦୋଳ ଏନ୍ ଏସି ସଭାପତି ପ୍ରଦ୍ୟୁମ୍ନ ବେହେରା, ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ଦାସଙ୍କ ସହ ବିଜୁ ଜନତା ଦଳ ର ସମସ୍ତ ପଦାଧୀକାରୀ ଓ ବରିଷ୍ଠ ବିଜେଡି ନେତା ହେମନ୍ତ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ରବି ପରିଡା, ଜିଲ୍ଲା ସାଧାରଣ ସମ୍ପାଦିକା ଶୈଳନ୍ଦ୍ରୀ ଅମାନ୍ତ,ଙ୍କ ସମେତ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ସମତିସଭ୍ୟଙ୍କ ସମେତ ଶହଶହ ମହିଳା ଓ ପୁରୁଷ ଯୋଗ ଦେଇଥିଲେ।

ବିଜେଡ଼ି ତରଫରୁ ୧୫୭ ତମ ଗାନ୍ଧୀ ଜୟନ୍ତୀ ପାଳିତ

କାମାକ୍ଷାନଗର -କାମାକ୍ଷାନଗର ବିଜୁ ଜନତା ଦଳ ତରଫରୁ ଆଜି ଢେ଼ଙ୍କାନାଳ ଜିଲ୍ଲା ବିଜେଡ଼ି ଯୁବ ସଭାପତି ତଥା କାମାକ୍ଷାନଗର ନଗରପାଳ ଧର୍ମାନନ୍ଦ ପରିଡ଼ା ଙ୍କ ଅଧ୍ୟକ୍ଷତାରେ ସହର ମଧ୍ୟରେ ଥିବା ଗାନ୍ଧୀ ମନ୍ଦିର ଠାରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇ ଯାଇଛି। ଉକ୍ତ ଉତ୍ସବ ରେ ଢେ଼ଙ୍କାନାଳ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଡା. ନୃସିଂହ ଚରଣ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ମହାତ୍ମା ଗାନ୍ଧୀ ବିଷୟରେ ଆଲେଚନା ପାଠ କରିଥିଲେ । ସତ୍ୟ , ଅଂହିସା, ଶାନ୍ତି ର ପୂଜାରୀ ମହାତ୍ମା ଗାନ୍ଧୀ ଙ୍କ ଆଦର୍ଶ ଆମ ସମସ୍ତଙ୍କୁ ସଦା ସତ୍ୟ ଓ ନ୍ୟାୟ ପଥରେ ଚାଲିବା ପାଇଁ ସେ କହିଥିଲେ।ତାସହ ଡ. ନୃସିଂହ ଚରଣ ସାହୁ କହିଛନ୍ତି ଯେ ଅକ୍ଟୋବର ୦୨ ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ବର ୦୨ ପର୍ଯ୍ୟନ୍ତ ସାରା ଓଡ଼ିଶା ର ବିଜେଡ଼ି ର ଜନସଂପର୍କ ପଦ ଯାତ୍ରା ଆରମ୍ଭ ହେଉଛି। ଏହି ପରୀପ୍ରେକ୍ଷୀରେ ରେ ଆସନ୍ତା ଅକ୍ଟୋବର ୧୬ ତାରିଖ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ ରେ କାମାକ୍ଷାନଗର ରେ ଜନସଂପର୍କ ପଦ ଯାତ୍ରା ଅନୁଷ୍ଠିତ ହେବ। ଏଥିରେ ଅଧିକ ରୁ ଅଧିକ କର୍ମୀ ଯୋଗ ଦେବେ ବୋଲି କହିଛନ୍ତି। ଆଜି ର ଏହି ଉତ୍ସଵ ରେ ଉପନଗରପାଳ ଶକୁନ୍ତଳା ସେଠୀ, ସମସ୍ତ କାଉନସିଲର , ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ, ବ୍ଲକ ସଭାପତି ପ୍ରଭାସ ରଂଜନ ମିଶ୍ର , ଏନ.ଏ.ସି ସଭାପତି ଆଦିତ୍ୟ କୁମାର ଆଚାର୍ଯ୍ୟ , ନାରୀନେତ୍ରୀ ରଞ୍ଜିତା ବେହେରା, ଜିଲ୍ଲା ଉପସଭାପତି ହିମାଂଶୁ ଶେଖର ମହାପାତ୍ର ଓ ବିଜୁ ଜନତା ଦଳ ର କର୍ମୀ ମାନେ ଉପସ୍ଥିତି ରହି ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ପାଠକ ବିଚାର ମଞ୍ଚ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ 

କାମାକ୍ଷାନଗର – କାମାକ୍ଷାନଗର ପାଠକ ବିଚାର ମଞ୍ଚ ପକ୍ଷରୁ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଠକ ବିଚାର ମଞ୍ଚ ର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି l ପାଠକ ବିଚାର ମଞ୍ଚର ସଭାପତି ଜ୍ଞାନରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଉପଦେଷ୍ଟା ମେଜର ପ୍ରଭାତ କୁମାର ଦାଶ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ l

କାମାକ୍ଷାନଗର ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମହାନ୍ତି ଯୋଗଦେଇ ମହାତ୍ମାଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଅବଦାନ ଉପରେ ଆଲୋଚନା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଅନ୍ୟତମ ଉପଦେଷ୍ଟା ଅମର ପ୍ରସାଦ ଶତପଥୀ,ସଦସ୍ୟ ମଙ୍ଗୁଳି ନାଏକ, ଶେଷଦେବ ପଣ୍ଡା,ମଦନ ମୋହନ ବରାଳ,ଭାସ୍କର ଚନ୍ଦ୍ର ରାଉଳ, ଗଜେନ୍ଦ୍ର ନାୟକ, ଦିବ୍ୟାସିଂହ ଲେଙ୍କା,ପ୍ରଦୀପ୍ତ କୁମାର ସାହୁ ପ୍ରମୁଖ ଗାନ୍ଧିଜୀ ଓ ଶାସ୍ତ୍ରିଜୀଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ l ଆବାହକ ଶୁଭମୟ ନନ୍ଦଙ୍କ ଆବାହକତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେବରିଷ ସଦସ୍ୟ ରସାନନ୍ଦ ଦେହୁରୀ, ମଧୁସୂଦନ ରାଉତ, ବସନ୍ତ କୁମାର ସାହୁ,ସନ୍ତୋଷ କୁମାର ପତି, ପ୍ରଭୁପ୍ରସାଦ ନନ୍ଦ, ସମୀର କୁମାର ଦାସ, ଉପଖଣ୍ଡ ସାମ୍ବାଦିକ ସଙ୍ଘ ର ଉପସଭାପତି ଚିତ୍ତରଞ୍ଜନ ଦିବେଦୀ, ସାଧାରଣ ସଂପାଦକ ପ୍ରକାଶ କୁମାର ପାତ୍ର, ପ୍ରହଲ୍ଲାଦ ମୁଦୁଲି, ସୋମ୍ୟରଞ୍ଜନ ନାୟକ,ଦୟାନିଧି ସାହୁ,ଦୈତାରୀ ବେହେରା, ଧାରମାନନ୍ଦ ସେଠି, ବିଷ୍ଣୁ ପ୍ରସାଦ ସେଠି, ସନ୍ତୋଷ କୁମାର ସାହୁ,ମୁରଲୀଧର ବିଶ୍ୱାଳ, ଗୋପୀ ବେହେରା, ଅରୂପାନନ୍ଦ ପାତ୍ର, ସୁଧୀର କୁମାର ଜେନା ପ୍ରମୁଖ ସହାୟତା ପ୍ରଦାନ କରିଥିଲେ l

ଷଡ଼ଙ୍ଗୀ ଗାଁରେ ହାତୀ ଆତଙ୍କ,ଗଣେଶ ଭସାଣି ବେଳେ ପଶିଆସିଲେ ହାତୀ

ଢେଙ୍କାନାଳ – ଗଁଦିଆ – ଷଡ଼ଙ୍ଗୀ ବନାଞ୍ଚଳ ଷଡ଼ଙ୍ଗୀ ଗାଁରେ ଗତକାଲି ସନ୍ଧ୍ୟାରେ ହାତୀ ଆତଙ୍କ ଦେଖିବାକୁ ମିଳିଛି।ସୂଚନା ଅନୁସାରେ,ଗାଁରେ ଗଣେଶ ଭସାଣି ଚାଲିଥିବା ବେଳେ ହଠାତ୍ ମନ୍ଦାର ଗ୍ରାମ ଜଙ୍ଗଲ ପଟୁ ଏକ ମାଈ ହାତୀ ଓ ଛୁଆ ହାତୀ ଗାଁ ଭିତରକୁ ପଶି ଆସିଥିଲା। ହାତୀ ଆସିବା ଦେଖି ଭସାଣିରେ ଥିବା ଲୋକମାନଙ୍କ ମଧ୍ୟରେ ଛାନିଆ ହୋଇ ଯାଇଥିଲା। ଲୋକେ ଭୟରେ ଏଣେତେଣେ ଦୌଡି ପଳାଇଥିଲେ। ତେବେ କୌଣସି ଧନ ଜୀବନ ହାନି ହୋଇନଥିବା ସୂଚନା ମିଳିଛି। ପରେ ବନ ବିଭାଗକୁ ଖବର ଦିଆଯିବା ପରେ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀ ୨ଟିକୁ ଜଙ୍ଗଲକୁ ଘଉଡାଇଥିଲେ। ଏହି ଅଞ୍ଚଳରେ ବାରମ୍ବାର ହାତୀ ଆତଙ୍କ ଦେଖିବାକୁ ମିଳୁଥିବା ବେଳେ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି।

ଗଛ ଲଗାନ୍ତୁ ପରିବେଶ ବଞ୍ଚାନ୍ତୁ। “ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଆଦର୍ଶ ଗ୍ରାମ ଘଟିପିରି ଶୁଣ୍ଢି ସମାଜ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଢ଼େଙ୍କାନାଳ/ ଓଡ଼ାପଡ଼ା – ଘଟିପିରି ଶୁଣ୍ଢି ସମାଜର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଶୁଣ୍ଢି ସମାଜ ପକ୍ଷରୁ ଅତିଥି ମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ଘଟିପିରି ସାପୁଆ ନଈ ବାଲିପଦା ଠାରେ ୨୮୫ରୁ ଉର୍ଦ୍ଧ୍ୱ ଆମ୍ବ ଗଛ ଚାରା ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲା ଶୁଣ୍ଢି ସମାଜର ସଭାପତି ସୌଭାଗ୍ୟ କୁମାର ସାହୁ,ସମ୍ପାଦକ ଅନନ୍ତ ଚରଣ ସାହୁ,ଉପ-ସଭାପତି ପ୍ରମୋଦ କୁମାର ସାହୁ,ଯୁବ ସଭାପତି ଶୁଭମ୍ ରଞ୍ଜନ ସାହୁ,ସହ-ସମ୍ପାଦକ ଦେବେନ୍ଦ୍ର ସାହୁ,କୋଷାଧ୍ୟକ୍ଷ ଗିରିଶ ଚନ୍ଦ୍ର ସାହୁ,ଘଟିପିରି ଶୁଣ୍ଢି ସମାଜର ସଭାପତି ଜୟକୃଷ୍ଣ ସାହୁ,ସମ୍ପାଦକ ଦୁଷ୍ମନ୍ତ କୁମାର ସାହୁ,କୋଷାଧ୍ୟକ୍ଷ ରସାନନ୍ଦ ସାହୁ,ସ୍ଥାନୀୟ ସରପଞ୍ଚ ପଞ୍ଚାନନ ସାହୁ,ଯୁବ ସମାଜସେବୀ ପ୍ରେମାନନ୍ଦ ସାହୁ ଓ ଏହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ଦାୟିତ୍ୱ ନେଇ ସନ୍ତୋଷ କୁମାର ସାହୁ,କୂଳମଣି ସାହୁ,ଦିଲ୍ଲୀପ କୁମାର ସାହୁ,ନାରାୟଣ ସାହୁ,କ୍ଷେତ୍ରବାସୀ ସାହୁଙ୍କ ତତ୍ଵାବଧାନରେ ଏହି କାର୍ଯ୍ୟକ୍ରମଟି ସୂଚାରୁ ରୂପେ ସମ୍ପାଦନ କରାଗଲା ଏବଂ ଗ୍ରାମର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ 

କାମାକ୍ଷାନଗର- କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ ପରିସରରେ ଥିବା ପ୍ରେଖ୍ୟାଳୟ ଠାରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି l ଆୟୋଜିତ ଏହି ଉପଖଣ୍ଡ ସ୍ତରୀୟ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ଯୋଗ ଦେଇ ସରକାରଙ୍କ ପକ୍ଷରୁ ବରିଷ୍ଠ ନାଗରିକ ମାନଙ୍କ ପ୍ରତି ନେବାକୁ ଥିବା ବିଭିର୍ନ୍ନ ପଦକ୍ଷେପ ଉପରେ ସୂଚନା ପ୍ରଦାନ କରିଥିଲେ l ଉପଜିଲ୍ଲାପାଳ ବିକାଶ କୁମାର ମହାନ୍ତି ଯୋଗ ଦେଇ ଉପଖଣ୍ଡ ରେ ୬ ହଜାର ରୁ ଉର୍ଦ୍ଧ ବରିଷ୍ଠ ନାଗରିକ ମାନଙ୍କ ସକାଶେ ଭତ୍ତା ର ବ୍ୟବସ୍ଥା ହେଉଥିବା ପ୍ରକାଶ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ସିଦ୍ଧାର୍ଥ ଶଙ୍କର ବେଉରା, ଓକିଲ ସଙ୍ଘ ସଭାପତି ରଞ୍ଜନ କୁମାର ରାଉତ, ସହକାରୀ ଜିଲାପାଳ ଦୀପକ କୁମାର ମିଶ୍ର, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସୁବାସ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ l ତାଲୁକ ଆଇନ ସେବା କମିଟି ର ସଦସ୍ୟ ଶେଷରଞ୍ଜନ ଦାସ ବରିଷ୍ଠ ନାଗରିକ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଉପରେ ଥିବା ଆଇନ ସଂପର୍କରେ ଆଲୋକପାତ କରିଥିଲେ l ଉପଖଣ୍ଡ ର ବିଭିନ୍ନ ବ୍ଲକ ରୁ ଶତାଧିକ ବରିଷ୍ଠ ନାଗରିକ ଯୋଗ ଦେଇଥିବା ବେଳେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଅନୁସଙ୍ଗିକ ଔଷଧ ପ୍ରଦାନ କରାଯାଇଥିଲା l ଏହି ଅବସରରେ ବରିଷ୍ଠ ନାଗରିକ ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭାଗ ନେଇ କୃତିତ୍ୱ ଅର୍ଜନ କରିଥିବା ଛାତ୍ର, ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା l

ପଣ୍ଡୁଆ-ଜିରାଳ ପୂର୍ତ୍ତ ବିଭାଗ ରାସ୍ତା ବିପଦପୂର୍ଣ୍ଣ, ମରାମତି ଦାବି

କାମାକ୍ଷାନଗର – ପଣ୍ଡୁଆ – ଜିରାଳ ପୂର୍ତ୍ତ ବିଭାଗ ରାସ୍ତା ହାଟ ନିକଟରେ ଖାଲ ଢିପ ହୋଇ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ରାସ୍ତା ସାରା ବଡ ଖାଲ ସୃଷ୍ଟି ହୋଇଥିବାରୁ ଯାତାୟାତ କରିବା ଅସମ୍ଭବ ହୋଇ ପଡିଛି। ପ୍ରତିଦିନ ଶହ ଶହ ଗାଡି ଯାଉଛି,ଛୋଟ ବଡ ଦୁର୍ଘଟଣା ଘଟୁଛି। ତୁରନ୍ତ ମରାମତି କରା ନ ଗଲେ ବଡ ଦୁର୍ଘଟଣା ଘଟି ଧନ ଜୀବନ ହାନି ହେବାର ଆଶଙ୍କା ରହିଛି। ତେଣୁ ତୁରନ୍ତ ରାସ୍ତା ମରାମତି କରିବାକୁ ସ୍ଥାନୀୟ ଅଞ୍ଚଳର ଲୋକ ମାନେ ଦାବି କରିଛନ୍ତି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଜଡ଼ିବୁଟି ଦିବସରେ ଔଷଧୀୟ ଚାରା ରୋପଣ କଲେ ପତାଞ୍ଜଳି ଯୋଗ ପରିବାର

Sunil Chandra Nayak

ମିଲେଟ ମିଶନ ତରଫରୁ ଅଞ୍ଚଳାରେ ମିଲେଟ ମଦର କାର୍ଯ୍ୟକ୍ରମ 

masiha

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜାତୀୟ ଆଇନ ସେବା ଦିବସ, ୨୦୨୫ ପାଳିତ

Sunil Chandra Nayak

Leave a Comment

error: Content is protected !!