ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ମଧୁସ୍ମିତା ନାଏକ ନର୍ଲାର ନୂତନ ବିଇଓ , ୨- ନର୍ଲା ବ୍ଲକରେ ନୂତନ ସିଆରସିସିଙ୍କ ଯୋଗଦାନ

ମଧୁସ୍ମିତା ନାଏକ ନର୍ଲାର ନୂତନ ବିଇଓ 

ନର୍ଲା: ଦୀର୍ଘ ୧୦ ମାସ ପରେ ଜଣେ ନିୟମିତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପାଇଲା ନର୍ଲା ବ୍ଲକ୍। ନର୍ଲା ଏକ ବ୍ୟାପକ ଅଞ୍ଚଳ ହୋଇଥିବା ବେଳେ ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପିମଣି ଜାନିଙ୍କ ପରେ ଅସ୍ଥାୟୀ ଭାବେ ଭାରପ୍ରାପ୍ତ ଭାବେ ହିଁ ଅନ୍ୟ ଅଧିକାରୀ ଦାୟିତ୍ୱ ତୁଲାଉଥିଲେ। ତେବେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ନର୍ଲା ବ୍ଲକରେ ସ୍ଥାୟୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ମଧୁସ୍ମିତା ନାଏକ ଯୋଗ ଦେଇଛନ୍ତି। ଏହା ପୂର୍ଵରୁ ସେ କର୍ଲାମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ। ଦୀର୍ଘ ୧୦ ମାସ ପରେ ଜଣେ ନିୟମିତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନର୍ଲା ବ୍ଲକ ପାଇବା ପରେ ସମଗ୍ର ବ୍ଲକ୍ ଶିକ୍ଷା ବିଭାଗ ଉଲ୍ଲସିତ ଅଛନ୍ତି। ଏ ଅବସରରେ ନୂତନ ଭାବେ ଯୋଗ ଦେଇଥିବା ବିଇଓ ଶ୍ରୀମତୀ ନାଏକଙ୍କୁ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପରିସରରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏଥିରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବ୍ଲକ ସାଧନ କେନ୍ଦ୍ର ସଂଯୋଜକ ଗୋବର୍ଦ୍ଧନ ମାଝୀ, ଉପବିଭାଗ ଅଧିକାରୀ ଟଙ୍କଧର ସାହୁ ତଥା ସମସ୍ତ ଅଫିସ କର୍ମଚାରୀ ଉପସ୍ଥିତ ଥିଲେ। ନୂତନ ବିଇଓ ଶ୍ରୀମତୀ ନାଏକ ଯୋଗଦାନକୁ ଶିକ୍ଷକ ମହଲରେ ମଧ୍ୟ ସ୍ୱାଗତ କରାଯାଉଛି।

ନର୍ଲା ବ୍ଲକରେ ନୂତନ ସିଆରସିସିଙ୍କ ଯୋଗଦାନ

ନର୍ଲା: ନର୍ଲା ବ୍ଲକରେ ଖାଲି ପଡ଼ିଥିବା ଚାରୋଟି କ୍ଲଷ୍ଟରରେ ଚାରି ଜଣ କ୍ଲଷ୍ଟର ସାଧନ ସଂଯୋଜକ ଯୋଗଦେଇଛନ୍ତି। ରୁପ୍ରା କ୍ଲଷ୍ଟର ପାଇଁ ଯୁଗଳ ବିଶ୍ୱାଳ, ଶ୍ରୀପୁର କ୍ଲଷ୍ଟର ପାଇଁ ଆଲୋକ ଭୋଇ, ଘୋଡ଼ାବନ୍ଧ କ୍ଲଷ୍ଟର ପାଇଁ ଚୌଧୁରୀ ମାଝୀ ଓ ପର୍ବାଙ୍ଗୀ କ୍ଲଷ୍ଟର ପାଇଁ ଆଲୋକ ପାତ୍ର ଦାୟିତ୍ୱ ନେଇଛନ୍ତି । ଏହା ପୂର୍ଵରୁ ଗତ ଅଗଷ୍ଟ ୮ ତାରିଖ ରେ କଳାହାଣ୍ଡି ଜିଲ୍ଲା ରେ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ଓ ଡିଆଇଇଟି କଳାହାଣ୍ଡିଙ୍କ ତତ୍ତ୍ୱାବଧାନରେ ଏକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଗତ ସେପ୍ଟେମ୍ବର ୩୦ ତାରିଖ ଦିନ ଚୟନ ହୋଇଥିବା ସମସ୍ତ ସିଆରସିସିଙ୍କୁ ଆଗାମୀ ୫ ବର୍ଷ ପାଇଁ ସିଆରସିସି ପଦ ପାଇଁ ଅବସ୍ଥାପିତ କରାଯାଇଛି। ନୂତନ ଭାବରେ ଯୋଗଦେଇଥିଵା ସମସ୍ତ ସିଆରସିସିଙ୍କୁ ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ମଧୁସ୍ମିତା ନାଏକ ଓ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ମାଝୀଙ୍କ ସହ ଅନ୍ୟ ସିଆରସିସିମାନେ ସ୍ୱାଗତ ସମ୍ୱର୍ଦ୍ଧନା ଦେଇଥିଲେ ।

ଦୀପକ୍ ଠାକୁର୍ ଙ୍କ ରିପୋର୍ଟ୍ 

Related posts

ହିନ୍ଦୋଳ ଏନ୍ ଏ ସି ରେ ଭୋଟ ଗ୍ରହଣ ସରିଲା: ଆସନ୍ତା ଏପ୍ରିଲ ୫ରେ ଗଣତି 

Sunil Chandra Nayak

ଟାଟା-ବାଦାମପାହାଡ ରେଳପଥ ର ସମସ୍ତ ଷ୍ଟେଷନ ଗୁଡିକର ସୂଚନା ଫଳକରେ ଅଲଚିକି’ ରେ ଉଲ୍ଲେଖିତ କରାଯିବା ସହ ସାନ୍ତାଳୀ ଭାଷାରେ ଏନାଉନ୍ସ କରାଯିବାକୁ ଦାବିପତ୍ର ପ୍ରଦାନ

Sunil Chandra Nayak

ରାଉରକେଲା ହକର୍ସ ଆସୋସିଏସନ୍ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!