ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ୍ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ

ରୁପ୍ରା, ୬/୩ (ମ ନି ସ) : ନର୍ଲା ପଞ୍ଚାୟତ ସମିତି ଅଧିନ ନର୍ଲା ଗ୍ରାମ ପଞ୍ଚାୟତରେ ବ୍ଲକ୍ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ନର୍ଲା ଗ୍ରାମ ପଞ୍ଚାୟତ ସରପଞ୍ଚ ତନୁଜା ହରପାଲ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଶିବିରରେ ନର୍ଲା ବିଡିଓ ବାସନ୍ତୀ ସେଠୀ, ତହସିଲଦାର ନର୍ଲା ଶଙ୍କର ବାଗ, ବ୍ଲକ୍ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ଜୋନ୍ ନଂ ୩ ଜିଲ୍ଲା ପରିଷଦ ସଭ୍ୟା ଲିଲି ଦୀପ୍, ନର୍ଲା ସମିତି ସଭ୍ୟ ସୁଦାମ ଝାଙ୍କର, ଏବିଡିଓ ଦେବେନ୍ଦ୍ର ସାମଲ, ବିଇଓ ତପିମଣି ଜାନୀ, ଜିପିଇଓ କ୍ଷୀତିଶ ଚନ୍ଦ୍ର ନାଏକ, ଆର୍.ଡବ୍ଲୁ.ଏସ୍.ଏସ୍ ଏଇ ସୁରେନ୍ଦ୍ର ସୁନାନୀ, ଏମ୍. ଆଇ ଡିଇଓ ପିତାମ୍ବର ଗୌଡ, ନର୍ଲା ବିଦ୍ୟୁତ୍ ଉପଖଣ୍ଡ ଜିଇଟି ଦିବ୍ୟପ୍ରକାଶ ପଣ୍ଡା, ନର୍ଲା ବନପାଳ ଭବାନୀ ଶଙ୍କର ନାଏକ, AAO ସୁଜାତା ନାଏକ, ICDS Supervisor ସଂଘମିତ୍ରା ପଟ୍ଟନାୟକ, BSSO ପ୍ରଦୀପ ବେହେରା, BPA (RH) ଭୁପେନ୍ଦ୍ର କେତକୀ, ବିଭିଓ ନର୍ଲା ଡା. ବିଶ୍ବରଞ୍ଜନ ପଧାନ ପ୍ରମୁଖ ଉପସ୍ଥିତ ଥିଲେ। ଅଭିଯୋଗ ଫର୍ଦ ପଞ୍ଜିକରଣ ଦାୟିତ୍ବରେ ପିଇଓ ରବିକୁମାର ନାଏକ ଓ ଜିଆରଏସ୍ ସହଯୋଗ କରିଥିଲେ। 

ଏହି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ମୁଖ୍ୟତଃ ଆବାସ ଯୋଜନା ପାଇଁ ଶତାଧିକ ହିତାଧିକାରୀ ଅଭିଯୋଗ କରିବା ପାଇଁ ଲମ୍ୱା ଲାଇନରେ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା। ମୋଟ୍ ୧୭୭ ଜଣ ଦରଖାସ୍ତ କାରୀ ବିଭିନ୍ନ ଯୋଜନା ପାଇଁ ଦରଖାସ୍ତ କରିଥିଲେ। ଶିବିରକୁ ଜିପିଇଓ କ୍ଷୀତିଶ ଚନ୍ଦ୍ର ନାଏକ ଓ ପିଇଓ ରବିକୁମାର ନାଏକ ପ୍ରମୁଖ ପରିଚାଳନା କରିଥିଲେ। ଏହି ଅବସରରେ ଉକ୍ତ ପଞ୍ଚାୟତର ୱାର୍ଡ଼ ମେମ୍ବର ଓ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ବୁଦେଲ ପଦର ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ପାଳନ

masiha

ଧର୍ମଗଡ଼ରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଓ ସମାଧାନ ଶିବିର

masiha

ମୋଟେର ଛକରେ କୋକସରା ଡ୍ରାଇଭର ମହାସଙ୍ଘ ପକ୍ଷରୁ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ଧର୍ମଘଟ ପ୍ରତିବାଦ

Sunil Chandra Nayak

Leave a Comment

error: Content is protected !!