ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପଞ୍ଚାୟତ ରାଜ ଦିବସ କୁ ଭ୍ରଷ୍ଟାଚାର ଦିବସ ଭାବେ ପାଳନ କଲେ ବିଜେପି କର୍ମକର୍ତ୍ତା

କୋକସରା,୬/୩- ବିଜେଡିର ପ୍ରତିଷ୍ଠା ଦିବସକୁ ଭ୍ରଷ୍ଟାଚାର ଦିବସ ରୂପେ ପାଳନ କରିଛନ୍ତି କୋକସରା ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା । ରବିବାର କୋକସରା ବ୍ଲକ ସମ୍ମୁଖରେ ପ୍ରତିବାଦ କରିଛନ୍ତି। ରାଜ୍ୟ ବିଜେଡି ସରକାର ଶାସନରେ ବିପର୍ଯ୍ୟସ୍ତ ପଞ୍ଚାୟତ ରାଜ ବ୍ୟବସ୍ଥା ପ୍ରତିବାଦ କରି ଆଜି କୋକସରା ବିଜେପିର କର୍ମକର୍ତ୍ତା କୋକସରା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମୁହଁରେ କଳାପଟି ବାନ୍ଧି ପ୍ରତିବାଦ କରିଛନ୍ତି । ଏହି ପ୍ରତିବାଦରେ କୋକସରା ମଣ୍ଡଳ ସଭାପତି ଦୁର୍ଗା ପ୍ରଧାନୀ, ସାଧାରଣ ସମ୍ପାଦକ ତ୍ରିନାଥ ଶବର, ସାଂସଦ ପ୍ରତିନିଧି ସୁଧୀର ପାତ୍ର, ସ୍ୱୟଂବର ବାଗ, କୋକସରା ମଣ୍ଡଳ ପ୍ରଭାରୀ ଗରୁଡ଼ ଧ୍ୱଜ ମାଝୀ, ସୋମନାଥ ନାଏକ, ମନୋଜ ନାଏକ, ଧର୍ମାନନ୍ଦ ପଟ୍ଟନାୟକ, ଦୈତାରି ବାରିକ, ଧର୍ମାନନ୍ଦ ନେଗି, ମୁକୁନ୍ଦ ପଟ୍ଟନାୟକ, ମଦନ ମୋହନ ପାତ୍ର, ଭୁବନେଶ୍ୱର ପଟେଲ, ମୋତିଲାଲ ନାଏକ, ପଦ୍ମ ଲୋଚନ ନାଏକ ପ୍ରମୁଖ ସାମିଲ ରହି ରାଜ୍ୟ ସରକାର ପଞ୍ଚାୟତ ରାଜ ବ୍ୟବସ୍ଥାରେ ଆଵାସ ଯୋଜନା, ମନରେଗା, ଅର୍ଥ କମିଶନ, ରାସନ କାର୍ଡ, ପାଇଖାନା ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିବା ବେଳେ କେନ୍ଦ୍ର ସରକାରଙ୍କ ଯୋଜନାକୁ ହାଇଯାକ କରି ରାଜ୍ୟ ସରକାର ବାହାବା ନେଉଥିବା ଅଭିଯୋଗ କରି ପ୍ରତିବାଦ କରିଛନ୍ତି।

ମସିହା ନିଉଜ ସର୍ଭିସ୍ 

Related posts

ହରଜିନ୍ଦର ସିଂ କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳ ଆଇନଜୀବି ସାମୁଖ୍ୟର ସଭାପତି ମନୋନିତ

Sunil Chandra Nayak

ଜିଲ୍ଲା କଂଗ୍ରେସ କମିଟିର କର୍ମକର୍ତ୍ତା ଚୟନ ତ୍ରିଲୋଚନ ପାଣିଗ୍ରାହୀ ହେଲେ ଜିଲ୍ଲା ସାଧାରଣ ସମ୍ପାଦକ

masiha

ନବରଙ୍ଗପୁର ବିଜେଡି ର ମଙ୍ଗ ଧରିଲେ ଲୋକପ୍ରିୟ ବିଧାୟକ ରନ୍ଧାରୀ 

masiha

Leave a Comment

error: Content is protected !!