ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମାକ୍ଷାନଗର ଉପଖଣ୍ଡର ଆଦିବାସୀ ବସ୍ତିରେ ମାଗେ ପର୍ବ ପାଳିତ

କାମାକ୍ଷାନଗର -(ମନିସ )6/3/23 //ଢେ଼ଙ୍କାନାଳ ଜିଲ୍ଲା ର କଙ୍କଡ଼ାହାଡ଼ ବ୍ଲକ୍ ଅନ୍ତର୍ଗତ ବିରାଶାଳ ପଞ୍ଚାୟତ ମଝିପାଳ (ମୁଣ୍ଡା ସମ୍ପ୍ରଦାୟ) ବସ୍ତିରେ ଓ କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ ତୁମୁସିଙ୍ଗା ପଞ୍ଚାୟତ ମହୁଲଡଗର ( ମୁଣ୍ଡା ସମ୍ପ୍ରଦାୟ) ବସ୍ତିରେ ମାଗେ ପର୍ବ ପାଳିତ ହୋଇଯାଇଛି। ଆଦିବାସୀ ମାନଙ୍କର ବର୍ଷ ବର୍ଷ ଧରି ଚଳି ଆସୁଥିବା ଏହି ପର୍ବ ବିଭିନ୍ନ ଆଦିବାସୀ ପଡ଼ା ରେ ବେଶ୍ ଧୁମ୍ ଧାମରେ ପାଳିତ ହୋଇଯାଇଛି। ଏହି ଏହା ଦୋଳ ପର୍ବ ଋତୁ ରେ ଠାକୁର ବିମାନରେ ବାହାରିବା ପରେ ଗ୍ରାମର ମଙ୍ଗଳ ପାଇଁ, ବିଭିନ୍ନ ରୋଗ ରୁ ମୁକ୍ତି ପାଇବା ପାଇଁ, ଭଲ ଚାଷ ଏବଂ ଭଲ ଫଳ ପାଇଁ ଏହି ପର୍ବ ପାଳନ କରାଯାଇଥାଏ। ପୂଜା ଆରମ୍ଭରେ ଧାନ ବିଲ ମଧ୍ୟରେ ପୂଜାର୍ଚ୍ଚନା କରି ଗଞ୍ଜା/ କୁକୁଡ଼ା କାଟି ତାଙ୍କ ରକ୍ତରେ ଭୂମିପୂଜା କରିବାର ପ୍ରଥା ରହିଛି। ବର୍ତ୍ତମାନ ଗଛରୁ ଆସୁଥିବା ମହୁଲ ଫୁଲ, ଆମ୍ବ କଷି ଥୋଇ ପୂଜା ମଣ୍ଡପ ରେ ପୂଜା କରି ସାରିବା ପରେ ନାଚ ଗୀତରେ ଆସର ଜମିଥାଏ। ଚାଉଳରୁ ତିଆରି ହାଣ୍ଡିଆକୁ ଛୋଟ ପିଲାଙ୍କ ଠୁ ଆରମ୍ଭ କରି ବୁଢା ବୁଢ଼ୀ ଯାଏଁ ସମସ୍ତେ ସେବନ କରିଥାଆନ୍ତି। ଏହି ପର୍ବ ୨ ତାରିଖ ଠୁ ଆରମ୍ଭ ହୋଇ ୪ ଦିନ ଯାଏଁ ଚାଲିଥାଏ। ପ୍ରତିଦିନ ସଂଧ୍ୟାରେ ଯାତ୍ରା ପଡିଆରେ ଆଦିବାସୀ ପୁରୁଷ ଓ ମହିଳାମାନେ ବିଭିନ୍ନ ପଡ଼ାରୁ ଆସି ଗୋଟାଏ ଜାଗାରେ ଏକତ୍ରିତ ହୋଇ ନାଚ ଗୀତ କରି ଏହି ପର୍ବ କୁ ଆହୁରି ଉଷ୍ମତା ଭରିଥାନ୍ତି। ଆଦିବାସୀ ସଂପ୍ରଦାୟ ର ,ପଡ଼ାର ଦେବୀ ଦିଶାଉଲୀଙ୍କୁ ତାଙ୍କ ଦେହୁରୀ ପୂଜା କରି ଏହି ପର୍ବ ଆରମ୍ଭ କରିଥାନ୍ତି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଦୀର୍ଘ ଦିନର ଦାବି ପୂରଣ କଲେ ବିଧାୟକ ଓ ସାଂସଦ 

masiha

ବିଜାତଳା ରାଜସ୍ୱ ନିରୀକ୍ଷକ ବର୍ଷାରେ ଗୃହ ନଷ୍ଟ ହୋଇଥିବା ହିତାଧିକାରୀ ଙ୍କୁ ପଲଥିନ ଵଣ୍ଟନ 

Sunil Chandra Nayak

Service Activities and Felicitation Ceremony Organized by Bharatiya Kisan Sangh Cuttack District Branch.

Sunil Chandra Nayak

Leave a Comment

error: Content is protected !!