ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନ ଶିକ୍ଷୟତ୍ରୀ ଓ ହଷ୍ଟେଲ ଦାୟିତ୍ଵରେ ଥିବା ଶିକ୍ଷକଙ୍କ ଅବହେଳାରୁ ଦଶମ ଶ୍ରେଣୀର ଛାତ୍ର ନିଲାବାଡି ଦେଖିବାକୁ ଆସି ବାଇକ୍ ଦୁର୍ଘଟଣାରେ ଗୁରୁତର ଚିକିତ୍ସା ପାଇଁ ବିଶାଖାପାଟଣା କେଜିହେଚ ମେଡିକାଲରେ ଭର୍ତ୍ତି, ପରୀକ୍ଷା ଦେବାରୁ ଛାତ୍ର ବଞ୍ଚିତ

ବନ୍ଧୁଗାଁ ତା ୭/୩/୨୩ କୋରାପୁଟ ଜିଲ୍ଲା ବନ୍ଧୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ହଷ୍ଟେଲ ଠାରେ ରହି ଦଶମ ଶ୍ରେଣୀରେ ପାଠ ପଡୁଥିବା ଛାତ୍ର ଜଣକ ପ୍ରଧାନ ଶିକ୍ଷୟତ୍ରୀ ଓ ହଷ୍ଟେଲ ଦାୟିତ୍ଵରେ ଥିବା ଶିକ୍ଷକଙ୍କ ଅବହେଳାରୁ ନିଲାବାଡି ଯାତ୍ରା ଦେଖିବାକୁ ଆସି ବାଇକ୍ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ବିଶାଖାପାଟଣା କେଜିହେଚ ମେଡିକାଲରେ ଭର୍ତ୍ତି ହୋଇ ଜୀବନ ଓ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ଦେଖିବାକୁ ମିଳିଛି। ଗତ କାଲି ରାତ୍ର ଘଣ୍ଟା ୧୧.୩୦ ସମୟରେ ହଷ୍ଟେଲ ଛାତ୍ର ମୋନଜ ମେଲେକା ନିଲାବାଡି ଯାତ୍ରା ଯାଇ ଦେଖୁଥିବା ସମୟରେ ବାଇକ୍ ଦୁର୍ଘଟଣାରେ ମୁଣ୍ଡ ପଛ ପଟକୁ ଗଭୀର ଆଘାତ ଲାଗିବା ଯୋଗୁଁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ରାତ୍ର ୧୨ ଘଣ୍ଟା ସମୟରେ ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଡାକ୍ତର ଦ୍ୱାରା ଛାତ୍ରକୁ ପ୍ରାଥମିକ ଚିକିତ୍ସା କରିବା ପରେ ଛାତ୍ର ଗୁରୁତର ଥିବା ଜାଣି ଡାକ୍ତର ସଙ୍ଗେ ସଙ୍ଗେ ଅଧିକ ଚିକିତ୍ସା ପାଇଁ ପାର୍ବତୀପୁରମ୍ ମେଡ଼ିକାଲକୁ ସ୍ଥାନାନ୍ତର କରିଦେଇ ଥିଲେ। ସେଠାରେ ମଧ୍ୟ ଡାକ୍ତର ଆହତ ଛାତ୍ର ଗୁରୁତର ଅବସ୍ଥାରେ ଥିବା ଜାଣି ବିଶାଖାପାଟଣା ନେଇ ଚିକିତ୍ସା କରିବା ପାଇଁ ଜଣାଇଥିଲେ । ଆଜି ଦିନ ମଧ୍ୟାହ୍ନ ଘଣ୍ଟା ୧୨.୩୦ ମିନିଟ ସମୟରେ ଆମେ ଗଣମାଧ୍ୟମ ପ୍ରତିନିଧି ମାନେ ପହଞ୍ଚି ପ୍ରଧାନ ଶିକ୍ଷୟତ୍ରୀ ରଶ୍ମିତା ସେଠୀ ଙ୍କୁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିଥିଲୁ। ସେ ଗୁରୁତର ଛାତ୍ର ଜଣକ ପାର୍ବତୀପୁରମ୍ ମେଡ଼ିକାଲ ଠାରେ ଚିକିତ୍ସିତ ହେଉଥିବା କହିବା ସହିତ ୱେଇଓ ଏବଂ ଡିଏସୱେଇଓ ଙ୍କୁ ଅବଗତ କରିଥିବା ଜଣାଇଥିଲେ। ଆମ ଗଣମାଧ୍ୟମ ପ୍ରତିନିଧି ବ୍ଲକ ମଙ୍ଗଳ ଅଧିକାରୀ ସାମଲ ( ୱି ଇ ଓ) ଙ୍କୁ ଫୋନ୍ କରିବାରୁ ଛୁଟିରେ ନିଜ ଗାଁ କୁ ଯାଉ ଥିବା ଜଣାଇ ଦୁରେଇ ଯାଇଥିବା ବେଳେ ଜିଲ୍ଲା ମଙ୍ଗଳ ବିଭାଗ ଅଧିକାରୀ ଶ୍ରୀ ସୁନିଲ କୁମାର ତାଣ୍ଡି (ଡିୱିଇଓ) ଙ୍କୁ ଫୋନ କରିବାରୁ ମୁଁ ବର୍ତ୍ତମାନ ସୁଦ୍ଧା ଜାଣି ନ ଥିବା ଜଣାଇଥିଲେ। ଜଣେ ପ୍ରଧାନ ଶିକ୍ଷୟତ୍ରୀ ନିଜ କର୍ତ୍ତବ୍ୟରେ ଅବହେଳା କରି ନିଜ ଘରେ ରହି ମିଛ କହିବା ପୁଣି ଜଣେ ଗରିବ ଆଦିବାସୀ ଦଶମ ଶ୍ରେଣୀର ଛାତ୍ରକୁ ଯାତ୍ରା ଦେଖିବାକୁ ଛାଡ଼ିବା କେତେ ଦୂର ଠିକ ?  ପ୍ରଧାନ ଶିକ୍ଷୟତ୍ରୀ ଜଣକ ଉକ୍ତ ବାଳକ ହଷ୍ଟେଲ ନିଜେ ଟଙ୍କା ଉଠାଣ ଓ ଖର୍ଚ୍ଚ କରୁଥିବା ବେଳେ ନାମକୁ ମାତ୍ର ଚଳିତ ମାସ ୧ ତାରିଖରୁ ଦାୟିତ୍ଵରେ ବାସୁ ଖୋରା ନାମକ ଶିକ୍ଷକଙ୍କୁ ଦେଇ ଥିବା ଜାଣିବାକୁ ମିଳିଛି କିନ୍ତୁ ପ୍ରଧାନ ଶିକ୍ଷୟତ୍ରୀ ଜଣକ ହଷ୍ଟେଲ ଠାରେ ରହି ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇବା ପାଇଁ ଜଣେ ଅବସର ପ୍ରାପ୍ତ ଶିକ୍ଷକ ଗୋବର୍ଦ୍ଧନ ସାହୁଙ୍କୁ ଦାୟିତ୍ଵ ଦେଇଥିବା ଜାଣିବାକୁ ମିଳିଛି। ଏହି ସବୁ ସମସ୍ୟା ହଷ୍ଟେଲ ଠାରେ ରହୁଥିବା ଯୋଗୁଁ ରାତ୍ର ସମୟରେ ଦାୟିତ୍ଵ ରେ ଥିବା ଶିକ୍ଷକଙ୍କୁ ନ ଜଣାଇ ଛାତ୍ର ମାନେ ଯାତ୍ରା ଦେଖିବାକୁ ଯାଇ ଆଜି ଛାତ୍ର ଜଣକ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଦୁର୍ଘଟଣା ଆହତ ଛାତ୍ର ଙ୍କ ଘର ନିଲାବାଡି ପଞ୍ଚାୟତର ଘୁମୁରା ଗ୍ରାମ ଅଟେ । ଛାତ୍ରଙ୍କ ପିତା ପାଗୁ ମେଲେକା ନିଜ ପୁଅର ଏହି ପ୍ରକାର ଦୁର୍ଘଟଣା ପାଇଁ ପ୍ରଧାନ ଶିକ୍ଷୟତ୍ରୀଙ୍କ ଅବହେଳା ଯୋଗୁଁ ଘଟିଥିବା ଆମ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଛନ୍ତି। ଆଜି ମୋ ପୁଅ ଦଶମ ଶ୍ରେଣୀ ପରୀକ୍ଷା ଆସନ୍ତା କାଲି କୁ ଦେଇଥାନ୍ତା ଓ ମୋର ଗରିବ ଆଦିବାସୀ ଘରର ପୁଅ ଦଶମ ଶ୍ରେଣୀ ପାସ୍ କରି ତାର ଭବିଷ୍ୟତ ଗଠନ ପାଇଁ କଲେଜକୁ ଯାଇଥାନ୍ତା। ବର୍ତ୍ତମାନ ସୁଦ୍ଧା ପୁଅ କଥା ବାର୍ତ୍ତା ହେଉଥିଲେ ମଧ୍ୟ ପାଗଳ ପରି ହେଉଛି ଓ ତାର ଭବିଷ୍ୟତ ଅନ୍ଧାର ମଧ୍ୟରେ ଥିବା ଯୋଗୁଁ ତାଙ୍କୁ ଅଧିକ ଚିକିତ୍ସ କରିବା ପାଇଁ ସରକାର ସାହାଯ୍ୟ ସହଯୋଗ କରିବା ପାଇଁ ଗୁହାରି କରିଛନ୍ତି।

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

କଳାହାଣ୍ଡିର ଅଭିଳାଷ ଆଇଆଇଏମ୍ ଟପ୍ପର 

Sunil Chandra Nayak

ଦଶ ଦିନ ହେଲା ଲିମସେର ଗାଁରେ ପିଇବା ପାଣି ପାଇଁ ଡହକ ବିକଳ

Sunil Chandra Nayak

ଗଣେଶ ପୂଜା ଉପଲକ୍ଷେ ଵହଳଦାର ସିଦ୍ଧି ବିନାୟକ ଗେଙ୍ଗଷ୍ଟାର କ୍ଲବ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!