ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଶୋ ଲଉଡି ଉତ୍ସବ ଉଦଯାପିତ

  କଟକ ସଦର,(ମନିସ): କଟକ ସଦର ତହସିଲ ହରିଅନ୍ତା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଶିଶୋ ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ କଳ୍ପବଟ ମୂଳେ ପାରମ୍ପରିକ ବାର୍ଷିକ ଲଉଡି ଉତ୍ସବ ଏକାଦଶୀ ତିଥିରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୬ ଗୋଟି ଦଳ ଯଥା ଧାନମଣ୍ଡଳ,୨୨ମୌଜା କୁଳସାହି,ରାଏ ରଘୁନାଥପୁର,ପୁରଣ, ହରିଅନ୍ତା ଓ ଅନ୍ଧୁଟି ଲଉଡି ଗ୍ରୁପ୍ ଅଂଶ ଗ୍ରହଣ କରିଥିଲେ । ପ୍ରଭୁ ଶ୍ରୀ ଶ୍ରୀ ରାଧାମୋହନ ଦୋଳ ବିମାନ ବିଜେ ପରେ ଲଉଡି ନୃତ୍ୟ ପରିବେଷଣ ହୋଇଥିଲା । ଶିଶୋ ଯାଦବ ସଂଘ ସମ୍ପାଦକ ରଞ୍ଜନ ବେହେରା,ଯାଦବ ପ୍ରତିନିଧି ବୈକୁଣ୍ଠ ବେହେରା,ସରୋଜ ବେହେରା, ବୃନ୍ଦାବନ ବେହେରା, ମଧୁସୂଦନ ବେହେରା,ପ୍ରଭାକର ବେହେରା, ସୁଶାନ୍ତ ବେହେରା,ପରମାନନ୍ଦ ବେହେରା,ପ୍ରମୋଦ ବେହେରା ପ୍ରମୁଖ ସହଯୋଗ କରିଥିଲେ। ସଭାପତି ରାଧାକୃଷ୍ଣ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଉପସ୍ଥିତ ସମସ୍ତ ଦଳ ଓ କର୍ମକର୍ତ୍ତା ମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଥିଲେ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ପ୍ରଶାସନର ଦୃଷ୍ଟି ଆଢୁଆଳରେ ଝାରଫଟାମୁଣ୍ଡା କର୍ଲାପଟିଆପଡା ବିଲ ହିଡ ହିଁ ପଡାବାସୀ ଙ୍କ ସାହା ଭରଷା 

masiha

କଳାହାଣ୍ଡି :ବିଷାକ୍ତ ସାପ କାମୁଡାରେ ଯୁବତୀଙ୍କ ମୃତ୍ୟୁ

Sunil Chandra Nayak

ଡାବୁଗାଁ ବ୍ଲକରେ ଶିଶୁ ଦିବସ ପାଳିତ

masiha

Leave a Comment

error: Content is protected !!