ଥୁଆମୁଲ ରାମପୁର :୨୩/୨-ମସିହା:- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକରେ ଆସନ୍ତା ୨୪/୨ ତାରିଖ ଭୋଟ ଗ୍ରହଣ ହେବାକୁ ଯାଉଛି। ବ୍ଳକ ପ୍ରଶାସନ ପକ୍ଷରୁ ବ୍ଯାପକ ଭାବରେ ପ୍ରସ୍ତୁତି ଶେଶ କରିସାରିଛି। ଏହି ବ୍ଳକର ୨୮୨ ବୁଥରେ ୮୯୨ ଜଣ କର୍ମଚାରୀ ନିୟୋଜିତ ରହିବେ। ବ୍ଳକରେ ୫୪୮୮୩ ଜଣ ଭୋଟର ଅଛନ୍ତି, ପୁରୁଷ ଭୋଟର ସଂଖ୍ୟା ୨୬୩୬୫,ମହିଳା ଭୋଟର ସଂଖ୍ୟା ୨୮୫୧୧, ପ୍ରତିଦ୍ବନ୍ଦିତା କରୁଥିବା ଓ୍ବାର୍ଡମେମ୍ବର ସଂଖ୍ୟା ୧୬୩,ସରପଞ୍ଚ ପ୍ରାର୍ଥୀ ୮୫, ସମିତି ସଭ୍ଯ ପ୍ରାର୍ଥୀ ସଂଖ୍ୟା ୬୩ ଓ ଜିଲ୍ଲାପରିଷଦ ପ୍ରାର୍ଥୀ ଙ୍କ ସଂଖ୍ୟା ୭। ନିର୍ବାଚନ କୁ ଶାନ୍ତିଶୃଙ୍ଖଳା ଭାବରେ ଶେଷ କରିବା ନେଇ ପ୍ରଶାସନ ପକ୍ଷରୁ ଚେଷ୍ଟା କରାଯାଇଛି। ଏବେ କେଉଁ ପ୍ରାର୍ଥଙ୍କ ଭାଗ୍ଯ ଖୋଲିବ, କାହାକୁ ମନୋନିତ କରିବେ, ଭୋଟରଙ୍କ ତାହା ବିଶେଷ ଭାବରେ ନିର୍ଭର କରୁଛି। ଅନେକ ସ୍ଥାନରେ ପ୍ରାର୍ଥୀଙ୍କ ତରଫରୁ ଭୋଟରଙ୍କ ଟଙ୍କା ବାଣ୍ଟିବା ମଧ୍ୟ ଅଭିଯୋଗ ଆସୁଛି। ମ ନି ସ