ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ଜୀସାର୍ଥକ ରେ ମାର୍ଚ୍ଚ ୧୯ ତାରିଖ ସଂଧ୍ୟା ୬.୩୦ ରେ “ବାହାଘର ଡଟ୍ କମ୍ ”  

ଜୀ ସାର୍ଥକ ଫିଲ୍ମସ୍ ସର୍ବଦା ତାର ଦର୍ଶକଙ୍କୁ ନୂଆ ତଥା ଓଡିଆ ଛୁଙ୍କରେ ତିଆରି ପାରିବାରିକ ଫିଲ୍ମ ସବୁ ଦେଇ ଆସିଛି | ପୁଣି ଥରେ ଜୀ ସାର୍ଥକ ଫିଲ୍ମସ୍ ନେଇ ଆସୁଛି ବାହାଘର ଡଟ୍ କମ । ଏକ ନିଆରା ଓ ଅଦ୍ଭୁତ କାହାଣୀ ଯାହାକୁ ନେଇ ନିର୍ମାଣ ହୋଇଛି ଏହି ଫିଲ୍ମ ଓ ମାର୍ଚ୍ଚ ୧୯ ତାରିଖ ସଂଧ୍ୟା ୬.୩୦ ରେ, କେବଳ ଜୀ ସାର୍ଥକରେ ଦର୍ଶକ ମାନେ ଏହି ମନୋରଂଜନ ପୂରଣ ଫିଲ୍ମଟିକୁ ଦେଖି ପାରିବେ ।  

ଅନିଛା ସ୍ୱତେ ମାଆଙ୍କ ଶେଷ ଇଛା ପୂରଣ କରିବାକୁ ବିବାହ କରିବାକୁ ପଡିବ ହେଲେ ଜମା ମନ ନାହି ବାହାଘରରେ କିନ୍ତୁ ବାହା ହେବାକୁ ତ ପଡିବ ତେଣୁ ଭିନ୍ନ ଏକ ଉପାୟରେ ବାହାଘର ହେଉଛି କିନ୍ତୁ କାହାଣୀ ଏଠି ଆସୁଛି ନୂଆ ମୋଡ । ଆଉ ତା ପରେ ଯାହା ଘଟୁଛି, ତାହା ଅବର୍ଣନନିୟ । ନିହାତି ଏମିତି କାହାଣୀ ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିବ ତେବେ ଏମିତି ମନୋରଂଜନ ଭିତ୍ତିକ କାହାଣୀ ଆପଣଙ୍କୁ ନିଶ୍ଚିତ ଏକ ନୂଆ ଅନୁଭୂତି ଦେବ । ଓମ ସାଇ ପ୍ରଯୋଜନା ସଂସ୍ଥା ଦ୍ୱାରା ନିର୍ମାଣ ହୋଇଛି ଫିଲ୍ମ । ସୁଧାଶୁଂ ସାହୁ ନିର୍ଦ୍ଦେଶନା ଦେଇଥିବାବେଳେ ପ୍ରଯୋଜନା ଭାର ତୁଲାଇଛନ୍ତି ପ୍ରଦ୍ୟୁମ୍ନ ଲେଙ୍କା । ସେହିପରି ଚଳଚ୍ଚିତ୍ରର ସଙ୍ଗୀତ ଭାର ନେଇଛନ୍ତି ଜଣାଶୁଣା ସଙ୍ଗୀତକାର ଗୁଡଲୀ ରଥ । ମାର୍ଚ୍ଚ ୧୯ ତାରିଖରେ ଦର୍ଶକ ଦେଖିବାକୁ ପାଇବେ ବହୁ ପ୍ରତିକ୍ଷୀତ “ବାହାଘର ଡଟ୍ କମ୍” । ଏକ ଫୁଲ ଏଣ୍ଟରଟେନମେଟିଂ, ଡ୍ରାମା, ଏବଂ ପାରିବାରିକ କାହାଣୀକୁ ନେଇ ଆସୁଛି ଏହି ଫିଲ୍ମ । ଫିଲ୍ମରେ ଲୋକପ୍ରିୟ ଅଭିନେତା ଋଷି, ସାୟଲ ମୁଖାର୍ଜୀ, ପୁଷ୍ପା ପଣ୍ଡା ଏବଂ ପ୍ରଦ୍ୟୁମ୍ନ ଲେଙ୍କା ନିଖୁଣ ଅଭିନୟ କରିଛନ୍ତି । ସେପଟେ ଏଭଳି ଏକ ଚମତ୍କାର କାହାଣୀ ଦର୍ଶକଙ୍କୁ ଫୁଲ ମନୋରଞ୍ଜନ କରିବ ବୋଲି ଆଶାବାଦୀ ପ୍ରଯୋଜନା ସଂସ୍ଥା ଜୀ ସାର୍ଥକର ଚ୍ୟାନେଲ ,ବିଜିନେସ୍ ହେଡ୍  ପ୍ରତୀକ ସିଲ  ।

ଅମୃତ ନନ୍ଦ ଙ୍କ ରିପୋର୍ଟ୍ 

Related posts

ଡେଲିଭରୀ ବୟ’ ଟିମ୍ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ

Sunil Chandra Nayak

ମଦଦ୍’ ଅଭିଯାନରେ ସାମିଲ୍ ହେଲେ ଅଭିନେତା ଚନ୍ଦନ କର

masiha

ଲଭ୍ ଇନ୍ ଲଣ୍ଡନ’ର ମ୍ୟୁଜିକ ରିଲିଜ, ଏଥର ରଜ ସୁପରଷ୍ଟାର ଅନୁଭବ ସହ

Leave a Comment

error: Content is protected !!