ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଦୋଳ ଉତ୍ସବ ପାଇଁ ଉତ୍ସବ ମୁଖର ରଞ୍ଜାସିଂହା ଗାଁ

 ଢେ଼ଙ୍କାନାଳ ୦୯/୦୩_ଓଡ଼ପଡ଼ା ବ୍ଲକ୍ ଅନ୍ତର୍ଗତ ରଞ୍ଜାସିଂହା ଗ୍ରାମରେ ଚଳିତ ବର୍ଷ ମହାଆଡ଼ମ୍ବରରେ ପବିତ୍ର ଦୋଳ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏଥି ନିମନ୍ତେ ରାଧାକୃଷ୍ଣ ଙ୍କୁ ଦୋଳ ବିମାନ ରେ ବସାଇ ଗ୍ରାମ ପରିକ୍ରମା କରା ଯାଇଥିଲା l ରଙ୍ଗୀନ ଆଲୁଅ, ମନଲୋଭା ତୋରଣ, ବାଜା, ବାଣ ରୋଷଣୀ, ମାଦଳ ବାଜା, ଡିଜେ ସାଉଣ୍ଡ, ଗୋପାଳ ପୁଅ ଙ୍କ ଓଗାଳ ଗାନ,ଲଉଡି ନୃତ୍ୟ, ମହିଳା ସଂକୀର୍ତ୍ତନ ମଣ୍ଡଳୀ ଙ୍କ ମହମନ୍ତ୍ର ଉଚ୍ଚାରଣ, ହରିବୋଲ, ହୁଳହୁଳି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ସହ ଗଗନ ପବନ ମୁଖରିତ କରିଥିଲା l ଏହି ମେଳଣ ଦେଖିବା ନିମିତ୍ତ ଆଖ ପାଖ ଗାଆଁ ରୁ ହଜାର ରୁ ଅଧିକ ଶ୍ରଦ୍ଧାଳୁ, ଭକ୍ତ, ପୁରୁଷ ଓ ମହିଳା ଭିଡ ଜମାଇଥିଲେ l ରାତ୍ରୀରେ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି ବୋଲି ଗ୍ରାମ ସଭାପତି ମତ ପ୍ରକାଶ କରିଛନ୍ତି l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଷୋହଲ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

Sunil Chandra Nayak

ଓଁ ଶ୍ରୀ ଶ୍ରୀ ହନୁମାନ ଜୀୟୁ ଙ୍କ ପ୍ରତିଷ୍ଠା ଦିବସ ଉତ୍ସବ

Sunil Chandra Nayak

ତିନି ଦିନ ଧରି ଚାଲିଥିବା ଅଖଣ୍ଡ ହରିନାମ ସଂକୀର୍ତ୍ତନ

masiha

Leave a Comment

error: Content is protected !!