ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିର ରେ ପାପ ମୋଚନୀ ଏକାଦଶୀ ପାଳିତ

ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିର ରେ ପାପ ମୋଚନୀ ଏକାଦଶୀ ପାଳିତ

ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିର ରେ ଆଜି ଚୈତ୍ର ମାସ ର ପାପ ମୋଚନୀ ଏକାଦଶୀ ପାଳିତ ହୋଇଯାଇଛି।ପ୍ରାତଃ ସମୟ ରୁ ମଙ୍ଗଳ ଆଳତି ମହାସ୍ନାନ, ବସ୍ତ୍ର, ତୁଳସୀ ହାର ଓ ଫୁଲହାର, ବଲ୍ଲଭ ଭୋଗ ଲାଗି କରାଯାଇଥିଲା, ସକାଳ ଦଶଟା ସମୟରେ ଖେଚୁଡ଼ି ଭୋଗ ,ମଧ୍ୟାହ୍ନରେ ଅର୍ଣ୍ଣ ଧୁପ ସନ୍ଧ୍ୟା ବେଳେ ଆଳତୀ ରାତ୍ର ଧୂପ ଏକାଦଶୀ ବେଢା ଓ ମହା ଦୀପ ଉଠିବ, ମନ୍ଦିର ପହଡ଼ ପଡିବ। ପୂଜକ ମନ ସୁମନ ମିଶ୍ର , ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, ବ୍ରଜ ମୋହନ ମହାପାତ୍ର, କାହାଳିଆ ଟିକନ ବେହେରା, ଓ ମନ୍ଦିର ର ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀ, ଙ୍କ ଉପସ୍ଥିତ ରେ ଏହି ଚୈତ୍ର ମାସ ର ପାପ ମୋଚନୀ ଏକାଦଶୀ ନୀତି ପାଳିତ ହୋଇଯାଇଅଛି।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ଖଇରମାଲ ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

ମନ୍ତ୍ରୀ, ବିଧାୟକ, ନଗର ପାଳିକା ଅଧ୍ୟକ୍ଷ ସମଣି ଦ୍ବୟ ଙ୍କ ଦର୍ଶନ ସେବାର କଲେ ଲାଭ 

masiha

ତରାପୁର ଗ୍ରାମରେ ମହାଲକ୍ଷ୍ମୀ ଙ୍କ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଶ୍ରୀମଦ୍ ଭଗବତ କଥାର ଦିବ୍ୟ ପ୍ରବଚନ କାର୍ଯକ୍ରମ

Sunil Chandra Nayak

Leave a Comment

error: Content is protected !!