ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଦୋଳ ପୂର୍ଣ୍ଣିମାରେ କୋକସରା ଗ୍ରାମରେ ଅଷ୍ଟ ପ୍ରହର ନାମଯଜ୍ଞ ଅନୁଷ୍ଠିତ

କୋକସରା,୧୦/୩- ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ କୃଷ୍ଣମୟ ପରିବେଶ ମଧ୍ୟରେ କୋକସରା ଗ୍ରାମ ଠାରେ ଅଷ୍ଟ ପ୍ରହର ନାମଯଜ୍ଞ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ରବିବାର ଅପରାହ୍ନରେ କଲସ ଯାତ୍ରାରେ ଗ୍ରାମର ଶତାଧିକ ମହିଳା ମାନେ ନଗର ପରିକ୍ରମା କରି ପୋଖରୀରୁ ଜଳ ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ। ସୋମବାର ସକାଳୁ ନାମ ସଂକୀର୍ତ୍ତନ ସହ ନାମଯଜ୍ଞ ଆରମ୍ଭ ହୋଇ ମଙ୍ଗଳବାର ସକାଳେ ସମାପନ ହୋଇଥିଲା। ପୁଜାକର୍ତ୍ତା ଭାବେ ବିଶ୍ବମ୍ବର ଶବର ଓ କନକ ଶବର ସପତ୍ନୀକ ରହିଥିଲେ।ପୂଜକ। ପୁରନ୍ଦର ଦାସ ପୂଜା କାର୍ଯ୍ୟ ସମାପନ କରିଥିଲେ। ଜିଲ୍ଲା ବାହାରୁ ମହିଳା ସଂକୀର୍ତ୍ତନ ଦଳ ସମେତ ସଂକୀର୍ତ୍ତନ ଦଳ ନାମ ସଂକୀର୍ତ୍ତନ କରିଥିଲେ।ମଙ୍ଗଳବାର ପୂର୍ଣ୍ଣାହୁତି ସହ ଦହି ହାଣ୍ଡିକୁ ନେଇ ଶହ ଶହ ସଂଖ୍ୟକ ଶ୍ରଦ୍ଧାଳୁ ହରେକୃଷ୍ଣ ନାମ ସଂକୀର୍ତ୍ତନ କରି ନଗର ପରିକ୍ରମା କରି ଦହି ହାଣ୍ଡି ଭାଙ୍ଗିବା ସହ ଅଷ୍ଟ ପ୍ରହରୀ ସମାପନ ହୋଇଛି। କେଶରୀ ନାଏକ ଓ ମହେନ୍ଦ୍ର ନାଏକ ସହଯୋଗ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉଦଯାପିତ : ହଜାର ହଜାର ଶ୍ରଦ୍ଧାଳୁ ଓ ସାଧୁ ସନ୍ଥ ସାମିଲ: ହରେକୃଷ୍ଣ ହରେ ରାମ ଓ ମନ୍ତ୍ର ଧ୍ୱନି ରେ ପ୍ରକମ୍ପିତ ହେଲା ପରିବେଶ 

masiha

ଚୁଡ଼ା ପାହାଡ଼ ପାଦଦେଶ ଗଦଲାଝରଣ ପର୍ଯ୍ୟଟନ ସ୍ଥଳୀ ଶ୍ରୀ ଶ୍ରୀ ଧବଳେଶ୍ବର ମନ୍ଦିରରେ ମହାଶିବରାତ୍ରି ପାଳିତ

Sunil Chandra Nayak

ରାଇରଙ୍ଗପୁରରେ ପହଣ୍ଡି ବିଜେ ପରେ ରଥାରୂଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି

Sunil Chandra Nayak

Leave a Comment

error: Content is protected !!