ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜେଡି ର ବାଇକ୍ ରେଲୀ

      ରାୟଗଡା -; ଗତକାଲି ପଦ୍ମପୁର ବ୍ଲକ ଅନ୍ତର୍ଗତ “କ” ଓ “ଖ” ପରିଷଦ ଜୋନ୍ ଏବଂ ଗୁଡାରୀ ବ୍ଲକ ଅନ୍ତର୍ଗତ ଏକମାତ୍ର ଜିଲ୍ଲା ପରିଷଦ ଜୋନ୍ ଠାରେ ବିଶାଳ ବାଇକ ରାଲି ଆୟୋଜିତ ହୋଇଥିଲା। ଏହି ଅବସରରେ ରାଜ୍ୟସଭା ସାଂସଦ ଶ୍ରୀ ଏନ ଭାସ୍କରରାଓ , ବିଜୁ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀ ସୁଧୀର କୁମାର ଦାସ , ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗୋମଙ୍ଗୋ , ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଦେବାଶିଷ ଖଡଙ୍ଗl , ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଶ୍ରୀମତି ଅନୁଷୟ ମାଝୀ , ବିଜୁ ଛାତ୍ର ଜନତା ଦଳର ସଭାପତି ଶ୍ରୀ ପୀଙ୍କୁ ପଣ୍ଡା , ବିଜୁ ମହିଳା ଜନତା ଦଳର ରାଜ୍ୟ ଉପସଭାନେତ୍ରୀ ଶ୍ରୀମତି ସୁଜାତା ପାଳ ଙ୍କ ସମେତ ପଦ୍ମପୁର ଏବଂ ଗୁଡାରୀ ବ୍ଲକ ର ସମସ୍ତ ବରିଷ୍ଠ , ଯୁବ, ଛାତ୍ର ଏବଂ ମହିଳା ନେତୃବୃନ୍ଦ ଏବଂ କର୍ମୀ ଉପସ୍ଥିତ ଥିଲେ। ଉଭୟ ବ୍ଲକର ବିଭିନ୍ନ ପଞ୍ଚାୟତ ଅଧିନସ୍ତ ଅନେକ ଗ୍ରାମରେ ଏହି ରାଲି ଦ୍ୱାରା ଦଳର ଶକ୍ତି ପ୍ରଦର୍ଶନ କରିବା ସହ ବିଜୁ ଜନତା ଦଳର ପ୍ରାର୍ଥୀ/ପ୍ରାର୍ଥୀନୀ ଙ୍କୁ ଶଙ୍ଖ ଚିନ୍ହରେ ଭୋଟ ପାଇଁ ଭୋଟର ମାନଙ୍କୁ ନିବେଦନ କରାଯାଇଥିଲା l

Related posts

ଜାନକୀ ମହାନ୍ତ ଙ୍କ କବିତା କାଶତଣ୍ଡୀ

Sunil Chandra Nayak

ସାରକୋଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ବଚ୍ଛତାପକ୍ଷ ପାଳନ

Sunil Chandra Nayak

ପୌର ନିର୍ବାଚନ ରେ ତିନି ପ୍ରମୁଖ ଦଳ ପ୍ରଚାର ଯୋର୍ ଧରିଲା

Sunil Chandra Nayak

Leave a Comment

error: Content is protected !!