ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

H3N2 ଭୂତାଣୁର ସଂକ୍ରମଣ ପ୍ରତି ସତର୍କ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ

କରୋନା ପରି ଚିନ୍ତା ବଢ଼ାଇଲାଣି ‘ଏଚ୍୩ଏନ୍୨’ ଭୂତାଣୁ, ଦେଶରେ ୨ଜଣ ମୃତ୍ୟୁ….

H3N2 ଭୂତାଣୁର ସଂକ୍ରମଣ ପ୍ରତି ସତର୍କ ରୁହ । ଇନଫ୍ଲୁଏଞ୍ଜା ପରି ଅସୁସ୍ଥତା ଓ ଗୁରୁତର ଶ୍ବାସଜନିତ ସମସ୍ୟା ପ୍ରତି ସତର୍କ ରହିବା ଲାଗି ରାଜ୍ୟଗୁଡିକୁ ପରାମର୍ଶ ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ । ଆଜି ଅନୁଷ୍ଠିତ ନୀତି ଆୟୋଗ ବୈଠକରେ H3N2 ସମ୍ପର୍କରେ କରାଯାଇଥିଲା ସମୀକ୍ଷା । ଗୋଷ୍ଠୀ ସଚେତନତା, ନିଶ୍ବାସପ୍ରଶ୍ବାସଜନିତ ସ୍ବଚ୍ଛତା ରକ୍ଷାକୁ ଫୋକସ ଦିଆଯାଇଛି । ବାରମ୍ବାର ହାତ ଧୋଇବାକୁ ପରାମର୍ଶ ଦିଆଯାଇଥିବାବେଳେ ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବାକୁ କୁହାଯାଇଛି ।

ଛିଙ୍କ ବେଳେ ରୁମାଲ ବା ଟିସ୍ୟୁ ପେପର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ସର୍ଭେଲାନ୍ସ ଉପରେ ଗୁରୁତ୍ବ ଦିଆଯାଇଥିବାବେଳେ ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ଅବଗତ କରାଇବାକୁ ପରାମର୍ଶ ଦିଆଯାଇଛି । ସଂକ୍ରମିତ ରୋଗୀଙ୍କ ସହ ବିଶେଷ ମିଳାମିଶା ନ କରିବାକୁ ଗାଇଡଲାଇନରେ କୁହାଯାଇଛି । ଦେଶରେ H3N2 ସଂକ୍ରମଣ ଯୋଗୁ ୬ ଜଣଙ୍କ ମୃତ୍ୟୁ ଘଟିବା ପରେ ଆଜି ଏନେଇ ନୀତି ଆୟୋଗ କରିଛି ସମୀକ୍ଷା । ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକରେ H3N2 ସଂକ୍ରମଣ ନେଇ କରାଯାଇଛି ସମୀକ୍ଷା ।

ଏଚ୍୩ଏନ୍୨’ ଭୂତାଣୁକୁ ନେଇ ସର୍ତକ କଲା କେନ୍ଦ୍ର।

ରାଜ୍ୟଗୁଡ଼ିକୁ ସର୍ତକ କରାଇଲା କେନ୍ଦ୍ର ଓ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକରେ ମେଡିକାଲ ବେଡ୍ ଓ ଅକ୍ସିଜେନ ସିଲିଣ୍ଡର ରଖିବାକୁ ପରାମର୍ଶ ସହ ଟେଷ୍ଟ, ଟ୍ରାକ, ଟ୍ରିଟମେଂଟ ଓ ଟିକାକରଣ କରିବାକୁ ନିର୍ଦ୍ଦେଶ।

ଓଡ଼ିଶାରେ ଚିହ୍ନଟ ହୋଇଛନ୍ତି ୫୯ଟି ଏଚ୍୩ଏନ୍୨’ ଭୂତାଣୁ ବୋଲି ଜଣାଯାଇଛି।

‘ଏଚ୍୩ଏନ୍୨’ର ଲକ୍ଷଣ…..

ଥଣ୍ଡା, ଜ୍ୱର ଓ କାଶ,ଗଳା ଦରଜ, ଶରୀରରେ ପୀଡ଼ା,ସାଧାରଣ ଥଣ୍ଡା ଠାରୁ ଅଧିକ ଦିନ ଧରି ଲକ୍ଷଣ ଦେଖାଦେବା,ଜ୍ୱର ଛାଡ଼ିବା ପରେ କାଶ ଲାଗି ରହିବା,ସିଜିନ୍ ପରବର୍ତ୍ତନ ହେବା ସମୟରେ ସକ୍ରିୟ ରହୁଛି ଭୂତାଣୁ

ଅଧିକ ସଂକ୍ରାମକ ହୋଇଥିବାରୁ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପିଥାଏ।ଛୋଟ ପିଲା ଓ ୬୫ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କୁ ସହଜରେ ସଂକ୍ରମିତ କରିଥାଏ।

ବିଭିନ୍ନ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ କ୍ଷେତ୍ରରେ ଘାତକ ହୋଇଥାଏ।

କେମିତି ରୋକିହେବ ସଂକ୍ରମଣ ?

ଲକ୍ଷଣ ଦେଖାଦେଲେ ମାସ୍କ ପିନ୍ଧିବା ସହ ଜନଗହଳି ସ୍ଥାନକୁ ନଯିବା,ନିଜକୁ ସଙ୍ଗରୋଧରେ ରଖିବା,କାଶିବା, ଛିଙ୍କିବା ସମୟରେ ମୁହଁକୁ ଢାଙ୍କି ରଖିବା,ଅଧିକ ବିଶ୍ରାମ ନେବା ସହ ଯଥେଷ୍ଟ ପାଣି ପିଇବା ଆବଶ୍ୟକ,ବାରମ୍ବାର ହାତ ଧୋଇବା କିମ୍ବା ସାନିଟାଇଜ୍ କରିବା,ବୟସ୍କ ବ୍ୟକ୍ତିଙ୍କ ଅଧିକ ଯତ୍ନ ନେବା,ଅକ୍ସିଜେନ୍ ମାତ୍ରା କମିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।

AIIMS ର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆଙ୍କ ସମେତ ଅନେକ ବିଶେଷଜ୍ଞ ମାସ୍କ ପିନ୍ଧିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ନର୍ଲାରେ ଡାକ୍ତର ସମସ୍ୟା, ସମାଧାନ ହେବ କେବେ ?

Sunil Chandra Nayak

ଯୋରାଡବରା ଛକରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ 

Sunil Chandra Nayak

ମାନସିକ ଅନଗ୍ରସର ଶିଶୁ ମାନଙ୍କୁ ନେଇ ସଚେତନା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!