ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଡ଼କ ଦୁର୍ଘଟଣା ,4 ବର୍ଷ ର ଶିଶୁ ମୃତ , ତିନି ଗୁରୁତର ,ନୂଆପଡା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର

ନୂଆପଡା ,୧୧.୦୩.ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ 353 ନମ୍ବର ଜାତୀୟ ରାଜପଥ ଚକାଦଙ୍ଗାର ଠାରେ ଶନିବାରଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା ।ଏହି ଦୁର୍ଘଟଣା ଦୁଇ ଗୋଟି ବାଇକ ମଧ୍ୟରେ ହୋଇଥିବା ବେଳେ ଜଣେ ଶିଶୁ ର ମୃତ୍ୟୁ ହୋଇଥିଲା । ସୂଚନା ମତେ ଖଡ଼ିଆଳ ବ୍ଲକ ଛତା ଗ୍ରାମର ସଚିନ ମାଝୀ ,ଓ ତାଙ୍କ ପୁଅ ମାଲିକ ମାଝୀ(4) ସମେତ କିକିରିବେଡା ଗ୍ରାମର ଶଙ୍କର ମାଝୀ ଓ କୋମନା ଥାନା ଅନ୍ତର୍ଗତ ଝାଲକୁସୁମ ଗ୍ରାମର ଲିଙ୍ଗରାଜ ନିଆଁଲ ଙ୍କ ମଧ୍ୟରେ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହା ଫଳରେ ଛୋଟ ଶିଶୁ ମଲିକ ମାଝୀ ଙ୍କ ସମେତ ସଚିନ ମାଝୀ, ଶଙ୍କର ମାଝୀ ଓ ଲିଙ୍ଗରାଜ ନିଆଲ ଗୁରୁତର ହୋଇ ପଡ଼ିଥିଲେ । ସାଙ୍ଗେ ସାଙ୍ଗେ ଗୁରୁତର ଚାରିଜଣ ଙ୍କୁ ଖଡ଼ିଆଳ ଉପଖଣ୍ଡ ଚିକିତ୍ସା ଲୟ କୁ ଆମ୍ବୁଲାନ୍ସ ରେ ଅଣା ଯାଇଥିଲା । ହେଲେ ଗୁରୁତର ଥିବା ଶିଶୁ ମାଲିକ ମାଝି ର ମୃତ୍ୟୁ ହୋଇଯାଇଥିବା ବେଳେ ତିନି ଜଣ ଗୁରୁତର ଙ୍କୁ ନୂଆପଡା ଜିଲ୍ଲା ଚିକିତ୍ସା ଲୟ କୁ ସ୍ଥାନାନ୍ତର କରାଯାଇ ଥିବା ଖଡ଼ିଆଳ ଉପଖଣ୍ଡ ଚିକିତ୍ସା ଲୟ ର ଇଂଚାର୍ଜ ଡାକ୍ତର ରଞ୍ଜିତ ରାଉତ ପ୍ରକାଶ କରିଛନ୍ତି । ଅପରପକ୍ଷରେ ଖଡ଼ିଆଳ ପୋଲିସ ଆଇଆଇସି ଅନିରୁଦ୍ଧ ମୁଦୁଲି ମୃତ ଶିଶୁ ର ସବ ବ୍ୟବଚ୍ଛେଦ କରିବା ସହିତ ଦୁର୍ଘଟଣା ତଦନ୍ତ କରୁଥିବା ପ୍ରକାଶ କରିଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ 

Related posts

ତମାଖୁ ମୁକ୍ତ ଅଭିଯାନ ୩.୦ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Sunil Chandra Nayak

ନିମ୍ନମାନର ଫାଇବର୍ ବ୍ଲକ କାମ,ପାଣିରେ ପଡିଲା ୫ ଲକ୍ଷ ଟଙ୍କା

Sunil Chandra Nayak

ବେଲଗୁଣ୍ଠାରେ ପେଟ୍ରୋଲ ଓ ଡିଜେଲ ଅଭାବ, ଗ୍ରାହକ ହନ୍ତସନ୍ତ

Leave a Comment

error: Content is protected !!