ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୩ଦଫା ଦାବି ନେଇ ବିଇଓ ଙ୍କୁ ଦାବିପତ୍ର ପ୍ରଦାନ

ଡାବୁଗାଁ,୧୧/୩ (ମ . ନି .ସ )- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଠାରେ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଓଡ଼ିଶା ର ଡାକରାରେ ଡାବୁଗାଁ ବ୍ଲକ ଶିକ୍ଷକ ମହାସଂଘ ତରଫରୁ ବ୍ଲକଶିକ୍ଷକ ସଂଘ କାର୍ଯ୍ୟକାରୀ ସଭାପତି ବିକାଶ କୁମାର ନିଶଙ୍କ ଙ୍କ ଅଧ୍ୟକ୍ଷତାରେ ଶତାଧିକ ଶିକ୍ଷୟତ୍ରୀ ଶିକ୍ଷକ ମାନେ ବିଇଓ ଶିବ ଶଙ୍କର ମଣ୍ଡଳ ଙ୍କୁ ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ,୫- ଟି ସଚିବ , ଏବଂ ମୁଖ୍ୟ ଶାସନ ସଚିବ ଓଡ଼ିଶା ସରକାରଙ୍କ ଉଦ୍ଦେଶ୍ୟରେ ତିନି ଦଫା ଦାବିପତ୍ର ପ୍ରଦାନ କରିଥିଲେ। ଆଗାମୀ ଦିନରେ ଏହି ଦାବୀ ଗୁଡ଼ିକ ପୂରଣ ନ ହେଲେ ରାଜ୍ୟ ସଂଘ ର ନିର୍ଦ୍ଧେଶ କ୍ରମେ ଆସନ୍ତା ୧୫ତାରିଖରୁ ବ୍ୟକ୍ତିଗତ ତିନିଦିନ ଛୁଟି ଏବଂ ୧୮ତାରିଖ ରୁ ସମୂହ ଛୁଟି ରେ ଯିବା ସହ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଶ୍ରୀ ନିଷଙ୍କ ସୂଚନା ଦେଇଛନ୍ତି । ବ୍ଲକ ଶିକ୍ଷକ ସଂଘ ସମ୍ପାଦକ ସୁରେଶ ଚନ୍ଦ୍ର ବେହେରା , ସୌଭାଗ୍ୟ କୁମାର ବିଶ୍ଵାଳ, ରାଇସିଂ ପୂଜାରୀ, ଶ୍ରୀକାନ୍ତ ପଣ୍ଡା , ହେମନ୍ତ ପଣ୍ଡା ଓ ୫୦ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।

ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ଓଡିଆ ନବବର୍ଷ ପାଇଁ ଗରିମାର ପ୍ରସ୍ତୁତି ବୈଠକ

Sunil Chandra Nayak

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ବିଶ୍ୱ ରକ୍ତ ଶିକୁଳି ବା ସିକିଲ୍‌ ସେଲ୍‌ ଦିବସ ପାଳନ

masiha

ଜୀବିକା କ୍ଷୟ ଗ୍ରାମୀଣ ସ୍ତରରେ ପରିବେଶ ପୁନରୁଦ୍ଧାର ମାଧ୍ୟମରେ ସୁରକ୍ଷା ଓ ସ୍ଥାନୀୟ ସସ୍ଥାମାନ ଉପରେ ତାଲିମ

Sunil Chandra Nayak

Leave a Comment

error: Content is protected !!