ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୩ଦଫା ଦାବି ନେଇ ବିଇଓ ଙ୍କୁ ଦାବିପତ୍ର ପ୍ରଦାନ

ଡାବୁଗାଁ,୧୧/୩ (ମ . ନି .ସ )- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଠାରେ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଓଡ଼ିଶା ର ଡାକରାରେ ଡାବୁଗାଁ ବ୍ଲକ ଶିକ୍ଷକ ମହାସଂଘ ତରଫରୁ ବ୍ଲକଶିକ୍ଷକ ସଂଘ କାର୍ଯ୍ୟକାରୀ ସଭାପତି ବିକାଶ କୁମାର ନିଶଙ୍କ ଙ୍କ ଅଧ୍ୟକ୍ଷତାରେ ଶତାଧିକ ଶିକ୍ଷୟତ୍ରୀ ଶିକ୍ଷକ ମାନେ ବିଇଓ ଶିବ ଶଙ୍କର ମଣ୍ଡଳ ଙ୍କୁ ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ,୫- ଟି ସଚିବ , ଏବଂ ମୁଖ୍ୟ ଶାସନ ସଚିବ ଓଡ଼ିଶା ସରକାରଙ୍କ ଉଦ୍ଦେଶ୍ୟରେ ତିନି ଦଫା ଦାବିପତ୍ର ପ୍ରଦାନ କରିଥିଲେ। ଆଗାମୀ ଦିନରେ ଏହି ଦାବୀ ଗୁଡ଼ିକ ପୂରଣ ନ ହେଲେ ରାଜ୍ୟ ସଂଘ ର ନିର୍ଦ୍ଧେଶ କ୍ରମେ ଆସନ୍ତା ୧୫ତାରିଖରୁ ବ୍ୟକ୍ତିଗତ ତିନିଦିନ ଛୁଟି ଏବଂ ୧୮ତାରିଖ ରୁ ସମୂହ ଛୁଟି ରେ ଯିବା ସହ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଶ୍ରୀ ନିଷଙ୍କ ସୂଚନା ଦେଇଛନ୍ତି । ବ୍ଲକ ଶିକ୍ଷକ ସଂଘ ସମ୍ପାଦକ ସୁରେଶ ଚନ୍ଦ୍ର ବେହେରା , ସୌଭାଗ୍ୟ କୁମାର ବିଶ୍ଵାଳ, ରାଇସିଂ ପୂଜାରୀ, ଶ୍ରୀକାନ୍ତ ପଣ୍ଡା , ହେମନ୍ତ ପଣ୍ଡା ଓ ୫୦ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।

ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ବିଶୋଇ ବ୍ଳକ ସମ୍ମୁଖରେ ଟ୍ରକ ଦୁର୍ଘଟଣାରେ କିନ୍ନର ମୃତ

Sunil Chandra Nayak

ବିଭିନ୍ନ ନିଶାଦ୍ରବ୍ୟ ଓ ଅପମିଶ୍ରିତ ବିଷାକ୍ତ ମାଦକ ଦ୍ରବ୍ୟ ର କୁପରିଣାମ ଉପରେ ବିଶେଷ ସଚେତନତା ସୃଷ୍ଟି ପାଇଁ ଶୋଭାଯାତ୍ରା, ସ୍ଵାସ୍ଥ୍ୟ ମେଳା ଓ ରକ୍ତ ଦାନ ଶିବିର 

masiha

ଭାମିନି ଠାରେ ଖେଳ ଇଣ୍ଡିଆ ସେଣ୍ଟର୍ ଉଦଘାଟିତ

masiha

Leave a Comment

error: Content is protected !!