ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାତୀ ଆକ୍ରମଣ ର ଶିକାର ହେଲେ ଦୁଇଟି ଗ୍ରାମର ଦୁଇ ଯୁବକ

    ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କଡଲା ପଂଚାୟତ ଅନ୍ତର୍ଗତ ମଧୁପୁର ଗ୍ରାମର ପର୍ଶୁରାମ ଜେନା ଆଜି ସକାଳ 7:15 ସମୟରେ ନିକଟସ୍ଥ କୁମୁରିସିଙ୍ଗା ହାଟକୁ ପରିବା କିଣି ଆସୁଥିବା ସମୟରେ ହାତୀ ଆକ୍ରମଣ ର ଶିକାର ହୋଇଥିଲେ.l ଗୁରୁତର ଅବସ୍ଥାରେ ତାଙ୍କୁ ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଅଣାଯାଇଥିଲା ଏବଂ ପରେ ପରେ ତାଙ୍କୁ 108 ଆମ୍ବୁଲାନ୍ସ ଯୋଗେ କଟକ ସ୍ଥାନାନ୍ତର କରାଯାଇଛିି। ସେହିପରି ଆଜି ସକାଳ 5:00 ଟା ସମୟରେ ପାଟଲା ପଂଚାୟତ ର ବାଙ୍କିଡି ଗ୍ରାମର ସତ୍ୟାନନ୍ଦ ବେହେରା ନିକଟସ୍ଥ ରୁଙ୍ଗଟା ପ୍ଲାଣ୍ଟ କାର୍ଯ୍ୟ ନିମନ୍ତେ ଯିବାସମୟରେ ହାତୀ ଆକ୍ରମଣ ର ଶିକାର ହୋଇଥିଲେ ସାଙ୍ଗେ ସାଙ୍ଗେ ତାଙ୍କୁ ଚିକିତ୍ସା ନିମନ୍ତେ ମେରାମଣ୍ଡଳୀ ଡାକ୍ତରଖାନା କୁ ନିଆଯାଇଥିଲା । ଗୋଟିଏ ଦିନରେ ଦୁଇ ଦୁଇଟି ହାତୀ ଆକ୍ରମଣ ର ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି.. ତେବେ ଦେଖିବାକୁ ବାକିରହିଲା ବନବିଭାଗ ଏଥିପ୍ରତି କଣ କାର୍ଯ୍ୟାନୁଷ୍ଠାନ ନେଉଛି

    ଢ଼େଙ୍କାନାଳ ଗନ୍ଦିଆ ରୁ ତାପସ ଦାସ ଙ୍କ ରିପୋର୍ଟ 

Related posts

ଦୟାନିଧି ତନ୍ତିଙ୍କୁ ନିଜ ଗ୍ରାମରେ ସ୍ବାଗତ ସମ୍ବର୍ଦ୍ଧନା

Sunil Chandra Nayak

ଡ୍ରାଇଭର ଙ୍କ ଆନ୍ଦୋଳନ ଦ୍ଵିତୀୟ ଦିନରେ – ଯାତ୍ରୀ ନାହିଁନଥିବା ଅସୁବିଧା ର ସମ୍ମୁଖୀନ 

Sunil Chandra Nayak

ନୂସାଡିହି ପଞ୍ଚାୟତ କାର୍ଯ୍ୟାଳୟରେ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା ମୁଖ୍ୟମନ୍ତ୍ରୀଙ୍କ ଆଭାଷୀ ମାଧ୍ୟମରେ ଉଦଘାଟିତ

masiha

Leave a Comment

error: Content is protected !!