ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓକିଲ ସଂଘ ନିର୍ବାଚନ : ୨ ପଦବୀରେ ପ୍ରାର୍ଥୀତ୍ଵ ପ୍ରତ୍ୟାହାର 

ନବରଙ୍ଗପୁର(ମସିହା) ନବରଙ୍ଗପୁର ଜିଲ୍ଲା ଆଇନଜୀବି ସଂଘର ନିର୍ବାଚନ ପ୍ରକ୍ରିୟାରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କାର୍ଯ୍ୟ ଶେଷ ହୋଇଛି । ସଂଘର ମୋଟ ୬ଟି ପଦବୀ ମଧ୍ୟରୁ ୨ଟି ପଦବୀ ପାଇଁ ନାମାଙ୍କନ କରିଥିବା ପ୍ରାର୍ଥୀ ମାନେ ନିଜ ନିଜ ପ୍ରାର୍ଥୀତ୍ବ ପ୍ରତ୍ୟାହାର କରି ନେ଼ଇଛନ୍ତି । ରବିବାର ଦିନ କୋଷାଧ୍ୟକ୍ଷ ପଦବୀରୁ ଆଇନଜୀବୀ ସ୍ନେହଲତା ଦେବୀ ନିଜ ପ୍ରାର୍ଥୀତ୍ବ ପ୍ରତ୍ୟାହାର କରିଥିବା ବେଳେ କାର୍ଯ୍ୟକାରିଣୀ ସଦସ୍ୟ ପଦବୀରୁ ଆଇନଜୀବୀ ଗୋପାଳ ଶତପଥୀ ଓ ବାଲାଜୀ ମିଶ୍ର ପ୍ରାର୍ଥୀତ୍ବ ପ୍ରତ୍ୟାହାର କରିଛନ୍ତି । ପୂର୍ବରୁ ଯୁଗ୍ମ ସମ୍ପାଦକ ପଦବୀ ପାଇଁ ଜଣେ ମାତ୍ର ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ। ଏହି କ୍ରମରେ ପ୍ରାର୍ଥୀତ୍ବ ପ୍ରତ୍ୟାହାର ପରେ ବର୍ତ୍ତମାନ ସଭାପତି, ଉପ ସଭାପତି ଓ ସମ୍ପାଦକ ପଦବୀ ପାଇଁ ନିର୍ବାଚନ ହେବ ବୋଲି ଜଣା ପଡିଛି। ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ସଭାପତି ପଦବୀ ପାଇଁ ବରିଷ୍ଠ ଆଇନଜୀବୀ ନରସିଂହ ନାଥ ତ୍ରିପାଠୀ ଓ ବରିଷ୍ଠ ଆଇନଜୀବୀ ଶ୍ୟାମ ପ୍ରସାଦ ଗନ୍ତାୟତ , ଉପ ସଭାପତି ପଦବୀ ପାଇଁ ଆଇନଜୀବୀ ହରିନାରାୟଣ ବେହେରା ଓ ବିଧୁ ଶେଖର ତ୍ରିପାଠୀ, ସମ୍ପାଦକ ପଦବୀ ପାଇଁ ମାନସ ତ୍ରିପାଠୀ ଓ ତପନ ସିଂ ନିର୍ବାଚନ ଲଢ଼ିବେ। ଆସନ୍ତା ୨୫ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନକୁ ବରିଷ୍ଠ ଆଇନଜୀବୀ ତଥା ନିର୍ବାଚନ ଅଧିକାରୀ ସି ଏଚ ବାବା ଯୁଗନ୍ଧର, ସହ ନିର୍ବାଚନ ଅଧିକାରୀ ଆଇନଜୀବୀ କିଶୋର ପଟ୍ଟନାୟକ ଓ ଆଇନଜୀବୀ ତାଜ ଇମ୍ବ୍ରାନ ସରିଫ ପରିଚାଳନା କରୁଛନ୍ତି ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ମା’ ଆମ୍ବିକେଶ୍ୱରୀ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ସୁରେନ୍ଦ୍ର ପରିଡ଼ାଙ୍କୁ ଶ୍ରଦ୍ଧାଞ୍ଜଳି 

Sunil Chandra Nayak

ବସ୍ତା ବିଦ୍ୟୁତ୍ ଡିଭିଜନ ରେ ଲାଇନ୍ ମ୍ୟାନ ଦିବସ ପାଳିତ

masiha

ଅଜଣା ଗାଡି ଧକ୍କାରେ ଅଟୋ ଚଳାକର ଶୋଚନୀୟ ମୃତ୍ୟୁ

masiha

Leave a Comment

error: Content is protected !!