ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖବରଦାତା ସଂଘର ଭୂମି ପୂଜନ

ପାପଡାହାଣ୍ଡି,12/3, ମନିସ –ପାପଡାହାଣ୍ଡି ବ୍ଲକ ଖବରଦାତା ସଂଘର ଭୂମି ପୂଜନ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି | ବ୍ଲକ ଖବର ଦାତା ସଂଘର ସଭାପତି ଏନ ଜର୍ନାଦ୍ଧନ ରାଓଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଡାବୁଗାଁ ବିଧାୟକ ମନୋହର ରନ୍ଧାରି, ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ, ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା, ଜିଲ୍ଲା ପରିଷଦ ସଭ୍ୟା ଲିପିକା ମାଝୀ,ବିଡ଼ିଓ ଦିବାକର ବାଗ , ତହସିଲଦାର ଯୋଗେଶ୍ୱର ଭୋଇ,ଏସ୍ଡ଼ିପିଓ ଆଦିତ୍ୟ ସେନ, ଆଇଆଇଆସି ଦୀପକ ଜେନା, ଜିଲ୍ଲା ବିଜେପି ସଭାପତି ଜଗଦୀଶ ଚନ୍ଦ୍ର ବିଶୋଇ,ଆଇନଜୀବୀ ସ୍ୱାଧୀନ ପଟନାୟକ, ପୂର୍ବତନ ବ୍ଲକ ଅଧକ୍ଷ ସୋମନାଥ ବିଶୋଇ ପ୍ରମୁଖ ଯୋଗଦେଇଥିଲେ | ଏହି ଅବସରରେ ପୁରୁଣା ମେଡିକାଲ ନିକଟରେ ସଂଘର ଭୂମି ପୂଜା କାର୍ଯ୍ୟକ୍ରମ ହୋଇଥିଲା | ଅନ୍ୟ ମାନଙ୍କ ମଧ୍ୟରେ ସ୍ବପ୍ନଜିତ ପଟନାୟକ, ଗୌତମ ଅଗ୍ରୱାଲ, ସକାଳ ପ୍ରତିନିଧି ପ୍ରବୀଣ ଶତନାମୀ, ସିଦ୍ଧାର୍ଥ ଜୁଏଲ, ଏମଡି ମୁସ୍ତାକ, କିଶୋର ବିଶୋଇ, ବିଜୟ ବିଶୋଇ, ରାମ ପ୍ରସାଦ ଦାସ, ଭି ଶ୍ରୀନିବାସ, ପୁର୍ଣ ଚନ୍ଦ୍ର ପାଢ଼ୀ, ତ୍ରିନାଥ ଅମନାତ୍ୟ, ଓମ ପ୍ରକାଶ ଦାସ, ସୁରେଶ ଦୋରା, ସତିକାନ୍ତ ବିଶୋଇ ପ୍ରମୁଖ ଖବରଦାତା ଉପସ୍ଥିତ ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

5 ଦିନ ହେଲା ବିଦ୍ୟୁତ ଅଚଳ, 6 ଟି ଗାଁ ଅନ୍ଧାକାରରେ 

Sunil Chandra Nayak

ନବରଙ୍ଗପୁର ଗସ୍ତରେ ବିଧାନ ସଭା ଷ୍ଟାଣ୍ଡିଂ ସବ୍ କମିଟି

Sunil Chandra Nayak

“ସରସ ସମ୍ମାନ” ରେ ସମ୍ମାନିତ ହେଲେ ଓଡ଼ିଶୀ ନୃତ୍ୟ ଗୁରୁ ଶ୍ରୀମତୀ ପୁଷ୍ପିତା ମିଶ୍ର

Sunil Chandra Nayak

Leave a Comment

error: Content is protected !!