ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୌରି ସାହିତ୍ୟ ସଂସ୍କୃତି ଚେରିଟେବୁଲ ଟ୍ରଷ୍ଟର ବାର୍ଷିକ ଉତ୍ସବ

ନୂଆପଡା, // ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଳକ ଦମାପଲା ସ୍ଥିତ ସୌରି ସାହିତ୍ୟ ସଂସ୍କୃତି ଚେରିଟେବୁଲ ଟ୍ରଷ୍ଟର ଷଷ୍ଠତମ ବାର୍ଷିକ ଉତ୍ସବ ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଅଧିବେଶନର ଆଲୋଚନା ଚକ୍ରରେ ଅନୁଷ୍ଠାନର ସଭାପତି ତଥା ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ଯାପକ ବିଜୟ କୁମାର ବାରିକ ଅଧ୍ଯକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଐତିହାସିକ ଡକ୍ଟର ଫଣିନ୍ଦମ ଦେଓ , ସମ୍ମାନିତ ଅତିଥି ଭାବରେ ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଅଧ୍ଯକ୍ଷ ଡକ୍ଟର ତରୁଣ କୁମାର ପ୍ରଧାନ ଓ ଆଲୋଚକ ଭାବରେ ଅଧ୍ଯାପକ କନକବର୍ଦ୍ଧନ ସାହୁ ଯୋଗ ଦେଇଥିଲେ। ଅନୁଷ୍ଠାନର ସଂପାଦକ ତଥା ଗାଳ୍ପିକ ଗୌରାଙ୍ଗ କୁମାର ସାହୁ ସଂପାଦକୀୟ ବିବରଣୀମୂଳକ ଅଭିବ୍ଯକ୍ତି ଉପସ୍ଥାପନ କରିଥିଲେ। କବି ମିୟୋଗ ରଞ୍ଜନ ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କବି ଉପେନ୍ଦ୍ର କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ଦ୍ୱିତୀୟ ଅଧିବେଶନରେ ବିଶିଷ୍ଟ କବି ପଟ୍ଟାୟତ ନୀଳଲୋହିତ ସିଂହ ଦେବଙ୍କ ସଭାପତିତ୍ୱରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ମୁକୁନ୍ଦିଲାଲ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ସଞ୍ଜିବନୀ ସୁଧା ରଥ , ବିଶିଷ୍ଟ ଅତିଥି ଭାବରେ ସୁସାହିତ୍ଯିକ ବଳଭଦ୍ର ମହାନ୍ତି , ସମ୍ମାନିତ ଅତିଥି ଭାବରେ କବି ଲଳିତ କୁମାର ସୁନାରୀ ଓ କବି ନୃପରାଜ ତାଣ୍ଡି ଯୋଗ ଦେଇଥିଲେ। କେ.ଭି.କଲେଜର ପ୍ରାଧ୍ଯାପକ ଲୋହିତାକ୍ଷ ଯୋଷୀ ଓ ବିଜୁ ପଟ୍ଟନାୟକ ମହାବିଦ୍ୟାଳୟର ପ୍ରାଧ୍ଯାପକ ସାମୁଏଲ ଦାନୀ କବିତା ସଂଯୋଜନା କରିଥିଲେ। କବୟିତ୍ରୀ ନିକିତା ମହାଉତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କବି ଚତୁର୍ଭୁଜ ସିଂହ ଦେଓ ଧନ୍ୟବାଦ ଅର୍ପଣ କରିଥିଲେ। ବିଶିଷ୍ଟ କଣ୍ଠଶିଳ୍ପୀ ରାସବିହାରୀ ଘିଭେଲା ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ବିଶିଷ୍ଟ ତବଲା ବାଦକ ଭୈରବ ସରାଫଙ୍କ ବିୟୋଗରେ ତାଙ୍କ ଅମର ଆତ୍ମାର ସଦଗତି ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସମାରୋହରେ ସଙ୍ଗୀତ ସୌରଭ ନନ୍ଦଲାଲ ବାରିକ , ଶିରୀଶଙ୍କର ବାରିକ , ସନାତନ ମହାନ୍ତି , ଅନୁପ ସାହୁ , ଆଦିତ୍ୟ ନାରାୟଣ ପଣ୍ଡା , ସତୀଶ କୁମାର ପଟ୍ଟନାୟକ , ମନୋରମା ରଥ , ଡୋଳାମଣି ଦଣ୍ଡସେନ ,ଅବକାଶ ନାରାୟଣ ପଣ୍ଡା , ମିତ୍ରଭାନୁ ମେହେର , ପ୍ରକାଶ କୁମାର ଠାକୁର , ପ୍ରଦ୍ଯୁମ୍ନ ସିଂହ ଚିନ୍ଦା ପ୍ରମୁଖ ଅତିଥି ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।କାର୍ଯ୍ୟକ୍ରମରେ ଆଶୁତୋଷ ବାରିକ, ଆକାଶ ସାହୁ , ଅରୁଣ ଦଣ୍ଡସେନା, କ୍ଷୀରାବ୍ଦୀନୀ ବାରିକ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ କବି , କବୟିତ୍ରୀ , ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ହ୍ଵାବା ଗାଡି ପିଟିଲା ବାଇକକୁ ବାଇକ ଅରୋହୀଙ୍କ ଗୋଡ଼ ଅକାମି

Sunil Chandra Nayak

ବିଧାୟକଙ୍କ ଦ୍ୱାରା ସ୍ଵଛ ଭାରତ କାର୍ଯ୍ୟକ୍ରମ

Sunil Chandra Nayak

କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜରେ ପାଞ୍ଚଟି ନୂତନ ଗୃହ ଉଦଘାଟନ କଲେ ବନଖଣ୍ଡ ଅଧିକାରୀ

Sunil Chandra Nayak

Leave a Comment

error: Content is protected !!