ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଘ ଆତଙ୍କ, ଗୃହ ପାଳିତ ପ୍ରାଣୀଙ୍କୁ ଆକ୍ରମଣ କରି ନିଜର ଆହାର ବନାଇଲା କଲରାପଥରିଆ ବାଘ

ନୂଆପଡା //  ନୂଆପଡା ଜିଲ୍ଲା ଏକ ଜଂଗଳ ବହୁଳ ଅଂଚଳ ରହିଅଛି। ସେହିପରି ସୁନାବେଡା ଅଭୟାରଣ୍ୟର ପାଦ ଦେଶର ବନ୍ୟ ପ୍ରାଣୀଙ୍କ ଖାଦ୍ୟ ଅନ୍ବେଷଣ ରେ ଗାଁ କୁ ଚାଲି ଆସୁଛନ୍ତି। ଗ୍ରାମକୁ ଆସି ଗୃହ ପାଳିତ ପ୍ରାଣୀଙ୍କୁ ଆହାର ବନାଉଥିବା ବେଳେ ଗ୍ରାମବାସୀମାନେ ଭୟଭୀତ ରହିଛନ୍ତି। କେଇ ବର୍ଷ ପୂର୍ବ ରୁ ନୂଆପଡା ହଳଦୀ ଗ୍ରାମ ନିକଟରେ ୪ ବର୍ଷର ଶିଶୁଙ୍କୁ ଶୋଇ ଥିବା ଅବସ୍ଥାରେ ଟେକି ନେଇ ଆହାର ବନାଇଥିବା ବେଳେ ଗୃହ ପାଳିତ ପ୍ରାଣୀଙ୍କୁ ଆହାର ବନାଇଅଛି।ଗତ ପାଞ୍ଚ ଦିନ ପୂର୍ବରୁ ନୂଆପଡା ଜିଲ୍ଲା ଏବଂ ରେଞ୍ଜ ଅଧିନସ୍ଥ ତଳିଆମହୁଆଭଟ୍ଟା ଗାଁ ର ଘର ନିକଟରୁ ଏକ ବାଛୁରୀକୁ ଟେକି ନେଇ ନିଜ ଆହାର ବନାଇଅଛି। ଗ୍ରାମ ସଡ଼କ ରେ ବାଘର ପାଦ ଚିହ୍ନ ବନ ବିଭାଗ ଚିହ୍ନଟ କରିଛନ୍ତି। କଲରାପଥରିଆ ବାଘ ବୋଲି ବନ ବିଭାଗ ପ୍ରକାଶ କରିଛନ୍ତି। ଘଟଣା ସ୍ଥଳକୁ ବନ ବିଭାଗ କର୍ମଚାରୀ ଯାଇ ତଦନ୍ତ କରି ଥିବା ବେଳେ ଆବଶ୍ୟକ ବାଘର ପାଦ ଚିହ୍ନ ସଂଗ୍ରହ କରିଛନ୍ତି। ଖାଦ୍ୟଭାବ ରୁ ବନ୍ୟ ପ୍ରାଣୀମାନେ ଗାଁ ମୁହାଁ ହେଉଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପଦ୍ମପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର

masiha

ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି…

masiha

ପୁନଃ ଆରମ୍ଭ ହେବ ବାର୍ ରୁମ୍ ନିର୍ମାଣ କାର୍ଯ୍ୟ

masiha

Leave a Comment

error: Content is protected !!