ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉମରକୋଟ ଭାରତୀ କଳା ନିକେତନ ସପ୍ତଦଶ ବାର୍ଷିକ ଉତ୍ସବ

ଡାବୁଗାଁ, ୧୩/୩ (ମ. ନି. ସ.)- ନବରଙ୍ଗପୁର ଜିଲ୍ଲାର ଅଗ୍ରଣୀ କଳା ଓ ସାଂସ୍କୃତିକ ପରିଷଦ ଭାରତୀ କଳା ନିକେତନ ଉମରକୋଟର ସପ୍ତଦଶ ବାର୍ଷିକ ଉତ୍ସବ ଓ ପଞ୍ଚମ ତ୍ରିଦିବସୀୟ ନାଟକ ମହୋତ୍ସବ ଉଦଘାଟିତ ହୋଇଯାଇଛି l ଏହି ଅବସରରେ ଅପରାହ୍ନ ରେ ଏକ ମନୋରମ ସାହିତ୍ୟ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା | ଏଥିରେ ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ ର ଅଧ୍ୟାପକ ରମେଶ ଚନ୍ଦ୍ର ନାହାକଙ୍କ ଦୁଇଟି କବିତା ସଂକଳନ “ଶ୍ରୀକ୍ଷେତ୍ର ଭଜନ ମାଳା “ଓ ଶତାବ୍ଦୀର ଆର୍ତ୍ତନାଦ “,ଅଧ୍ୟାପିକା ମଧୁସ୍ମିତା ମହାରଣାଙ୍କ ସମ୍ପାଦିତ ଗ୍ରନ୍ଥ ନାଟ୍ୟକାର ଗୋପାଳ ମହାରଣାଙ୍କ” କଂସ ଓ ଅନ୍ୟାନ୍ୟ ନାଟକ “ଏବଂ ଅଧ୍ୟାପକ ଗୋପାଳ ମହାରଣାଙ୍କ କବିତା ସଂକଳନ “ଟେନସନ “ଲୋକାର୍ପିତ ହୋଇଥିଲା |ସାହିତ୍ୟ ଏକାଡମୀ ସଦସ୍ୟ ବଲ୍ଲବ ରାଉତ ମୁଖ୍ୟ ଅତିଥି, ଡ଼ଃ ପରମେଶ୍ୱର ମୁଣ୍ଡ, ଡ଼ଃ ରାଜେନ୍ଦ୍ର ପାଢ଼ୀ ବକ୍ତା ଭାବରେ ମଞ୍ଚାସିନ ହୋଇଥିଲେ | ଅଧ୍ୟାପକ ପରୀକ୍ଷିତ ସାହୁ, ପ୍ରଫୁଲ୍ଲ କୁମାର ରାଉତ, ସୁଶ୍ରୀ ରାଧାରାଣୀ ସରକାର ଲୋକାର୍ପିତ ପୁସ୍ତକ ଗୁଡିକର ସମୀକ୍ଷା କରିଥିଲେ | ଶ୍ରୀ ସାଇମନ ବିଡ଼ିକା ସମ୍ନାନିତ ଅତିଥି ଭାବେ ଯୋଗ ଦେଇଥିଲେ |କାର୍ଯ୍ୟକ୍ରମ କୁ ସଂଚାଳନ କରିଥିଲେ ଅଧ୍ୟାପିକା ଏମ. ମଧୁଛନ୍ଦା | ଦ୍ଵିତୀୟ ଅଧିବେଶନ ରେ କବିତା ପାଠୋତ୍ସବ ଆୟୋଜନ କରାଯାଇଥିଲା |ଏଥିରେ 30 ଜଣ କବି ଓ କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ | ଶ୍ରୀମତୀ ସ୍ଵାଗତିକା ସାହୁ ଓ ସ୍ଵାଗତିକା ବାହିନୀପତି ସଂଯୋଜିକା ଭାବେ ଦାୟିତ୍ୱ ସମ୍ପାଦନା କରିଥିଲେ |

ସନ୍ଧ୍ୟାରେ ନାଟକ ଉତ୍ସବକୁ ମାନ୍ୟବର ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଉଦଘାଟନ କରିଥିଲେ |ସାମ୍ନାନିତ ଅତିଥି ଭାବେ ଉମରକୋଟ ପୌରାଧ୍ୟାକ୍ଷା ରାଧା ଭତ୍ରା ଯୋଗଦାନ କରିଥିଲେ | ବକ୍ତାଭାବେ ଡ଼ଃ ରାଜେନ୍ଦ୍ର ପାଢ଼ୀ ମଞ୍ଚାସିନ ଥିଲେ | ଅନୁଷ୍ଠାନର ସଭାପତି ଅଧ୍ୟାପିକା ମଧୁସ୍ମିତା ମହାରଣା ସଭାକାର୍ଯ୍ୟ ପରିଚାଳନା କରିଥିଲେ | ପ୍ରତିଷ୍ଠାତା ଓ ସମ୍ପାଦକ ଗୋପାଳ ମହାରଣା ବାର୍ଷିକ ବିବରଣୀ ପାଠକରିଥିଲେ. ଏହି ଅବସରରେ ଅନୁଷ୍ଠାନର ସର୍ବୋଚ୍ଚ ସମ୍ନାନ ” *ମାଆ* *ରାଧାଦେବୀ କଳାଶ୍ରୀ* ସମ୍ନାନ- ୨୦୨୩ ରେ ନାଟ୍ୟକାର ଡ଼ଃ ପରମେଶ୍ୱର ମୁଣ୍ଡ, ନାଟ୍ୟକାର ଗୌରୀପ୍ରସାଦ ରଥ ଓ ବିଶିଷ୍ଟ ସଂଗୀତ ନିର୍ଦ୍ଧେଶକ ଏମ ମାଧବ ପାତ୍ର ଓ କବି ଅଧ୍ୟାପକ ରମେଶ ଚନ୍ଦ୍ର ନାହାକଙ୍କୁ ମାନ୍ୟବର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା |

ପ୍ରଥମ ସନ୍ଧ୍ୟାରେ ଦୁଇଟି ନାଟକ ପରିବେଷିତ ହୋଇଥିଲା |”ପ୍ରତିବିମ୍ବ” ନାଟକରେ ସାଇ ଅନୁଷ୍କା ମହାରଣା, ସୁନୟନା ପଟ୍ଟନାୟକ, ପାୟଲ ଡାକୁଆ ଓ ରବୀନ୍ଦ୍ର ନାୟକ ପ୍ରମୁଖ ଅଭିନୟ କରିଥିବା ସ୍ଥଳେ “ପୁଅ” ନାଟକରେ ଶ୍ରୀ ଅଭିରାମ ଲେଙ୍କା, ହିମାଂଶୁ ଦାସ, ଦୀପଶିଖା ନାୟକ, କାଜଲ ବାଡତ୍ୟା ଓ ଶିଶୁ କଳାକାର ଭାବେ ସାଇ ଅନୁଷ୍କା ମହାରଣା ନିଖୁଣ ଅଭିନୟ କରିଥିଲେ | ସାମାଜିକ କଥାବସ୍ତୁ ଉପରେ ଆଧାରିତ ଦୁଇଟି ଯାକ ନାଟକ ଦର୍ଶକଙ୍କୁ ବିମୋହିତ କରିଥିଲା | ଉକ୍ତ ନାଟକରେ ନିର୍ଦ୍ଧେଶନା ଦାୟିତ୍ୱ ଅଧ୍ୟାପିକା ମଧୁସ୍ମିତା ମହାରଣା ଏବଂ ସଂଗୀତ ନିର୍ଦେଶନା ଏମ.ମାଧବ ପାତ୍ର କରିଥିଲେ |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ଓବିସି ଜନଜାଗରଣ ରଥ କୁ ଜୁନାଗଡ଼ ଠାରେ ବିପୁଳ ସ୍ୱାଗତ

masiha

ବାଲିପାଟଣା ଗାଁରେ ବିଳମ୍ବିତ ରାତିରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ

masiha

ଆପେକ୍ସ ଆଇ.ଟି.ଆଇର ଦ୍ୱିତୀୟ ବାର୍ଷିକ ଛାତ୍ରଙ୍କୁ ବିଦାୟ ସମ୍ବର୍ଦ୍ଧନା 

Sunil Chandra Nayak

Leave a Comment

error: Content is protected !!