ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଥୁଆମୂଳ ରାମପୁର ବ୍ଳକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ

ଥୁଆମୂଳ ରାମପୁର:୨୪/୨- ମସୀହା– କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକରେ ଶାନ୍ତିଶୃଙ୍ଖଳା ଭାବରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଯାଇଛି। ବ୍ଳକର ୨ଗୋଟି ଜିଲ୍ଲାପରିଷଦ ଜୋନର ୭ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଥିଲେ। ବ୍ଳକର ୨୮୨ ବୁଥରେ ୮୯୨ କର୍ମଚାରୀ ନିୟୋଜିତ ହୋଇଥିଲେ। ସର୍ବମୋଟ ୫୪୮୮୩ ଜଣ ଭୋଟରଙ୍କ ମତଦାନ କରିବା ଲକ୍ଷ୍ୟ ରହିଥିଲା। ପୁରୁଷ ଭୋଟର ସଂଖ୍ୟା ୨୬୩୬୫, ମହିଳା ଭୋଟର ସଂଖ୍ୟା ୨୮୫୧୧ଙ୍କ ମଧ୍ୟରେ ମତଦାନ କରିବା ଧାର୍ଯ୍ୟ ରହିଥିଲା। ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥଙ୍କ ମଧ୍ୟରୁ ଓ୍ବାର୍ଡମେମ୍ବର ସଂଖ୍ୟା ୧୬୩, ସରପଞ୍ଚ ପ୍ରାର୍ଥୀ ୮୫, ସମିତି ସଭ୍ଯ ପ୍ରାର୍ଥୀ ସଂଖ୍ୟା ୬୩ ଓ ଜିଲ୍ଳାପରିଷଦ ପ୍ରାର୍ଥୀ ଙ୍କ ସଂଖ୍ୟା ୭ ରହିଥିବା ବେଳେ ପ୍ରାର୍ଥଙ୍କ ଭାଗ୍ଯ ପରିବର୍ତ୍ତନ ଭୋଟରଙ୍କ ହାତରେ ରହିଛି। କାହା ସପକ୍ଷରେ ଭୋଟର ମତଦାନ କରିଛନ୍ତି ତାହା ଆଗାମୀ ଦିନରେ ଜଣାପଡିବ। ବ୍ଳକ ପ୍ରଶାସନ ପକ୍ଷରୁ ନିର୍ବାଚନକୁ ଶାନ୍ତିଶୃଙ୍ଖଳା ଭାବରେ ଶେଷ କରିଥିବା ଜଣାପଡିଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଗୋବର୍ଦ୍ଧନପୁରଠାରେ ବରଯାତ୍ରୀ ଗାଡି ଦୁର୍ଘଟଣା

ଲଗାଣ ବର୍ଷା ରେ ଜଳ ମୟ ଚାଷ ଜମିରେ ବ୍ରିଜର ମାଟି ପୋତି ହେବାରୁ ଚାଷୀ ହତାଶ

Sunil Chandra Nayak

ଦ୍ୱାଦଶ ବନଜ୍ୟୋତ୍ସ୍ନା ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ୨୦୨୨ ଆରମ୍ଭ 

Sunil Chandra Nayak

Leave a Comment

error: Content is protected !!