ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ବରାଗିଣୀ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ରାଉରକେଲା/ ସଂଗୀତାତ୍ମକ ଏବଂ ସାମାଜିକ ଅନୁଷ୍ଠାନ ସ୍ବରାଗିଣୀ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସ୍ବର୍ଣ୍ଣପ୍ରଭା ପଲେଇ ଙ୍କ ସଭାପତିତ୍ବ , ସଂପାଦକ ପୁଷ୍ପଲତା ବିଶ୍ବାଳଙ୍କ ଆବାହକତ୍ବ ଓ ମମତାଞ୍ଜଳୀ ଦାଶଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସମାଜସେବୀ ପ୍ରେମା ଦାସ, ଶିକ୍ଷାବିତ୍ ସନ୍ଥମା ପିଲାଇ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କମଲ ଲାକ୍ରା, କବି କୁଞ୍ଜବିହାରୀ ରାଉତ, ଅମ୍ରିତା ନୀଲମ, ନୃତ୍ୟଗୁରୁ ସୁବ୍ରତ ଭୂୟାଁ, ଆଶୁତୋଷ ଓ ସହଦେବ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ ମହିଳାଙ୍କ ମଧ୍ୟରେ ଆତ୍ମବିଶ୍ବାସ , ଏକାଗ୍ରତା, ଦକ୍ଷତା କୁ ଗୁରୁତ୍ବାରୋପ କରିବା ସହ ନାରୀର ଶକ୍ତିର ସଠିକ ଉପଯୋଗ କରିବା ପାଇଁ ଆହ୍ବାନ ଦେଇଥିଲେ। ଏହି ଅବସରରେ ଲେଡିଲାୟନ, ଆସ୍ଥା,ସାହାଜାଦ ସାହାଜାଦ, ଦେବୀ ଦତ୍ତ ଓ ନରେଶ ଗୋଏଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଆରତୀ ନୃତ୍ୟ ଓ ପିଠା ପ୍ରତିଯୋଗିତା ତଥା ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ବ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ରଶ୍ମିରାଣୀ ନାୟକ, ସୁନିତା ବିଶ୍ବାଳ, ଋପାଜ୍ୟୋତି ରେଡ୍ଡି, ଶ୍ବେତା ରାଉତ, ଦୀପ୍ତି ନାୟକ,ବିଶ୍ବରୂପା, ପଦ୍ମାରାଣୀ ବେହୁରିଆ, ମୀନତି ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସଭାପତି ଶ୍ରୀମତୀ ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଅଧମୁଣ୍ଡା ର ଯୁବକ ବିଦ୍ୟୁତ୍ ଟ୍ରାନସଫର୍ମର  ରେ ଲାଗି ମୃତ୍ୟୁବରଣ କରିଥିବା ଘଟଣା ରେ ଜାତୀୟ ମାନବାଧିକାର କମିଶନ ଙ୍କ ନୋଟିସ୍ ଜାରୀ

Sunil Chandra Nayak

ରାଇରଙ୍ଗପୁର ହାଇସ୍କୁଲର୮୪ତମ ସ୍ବନକ୍ଷତ୍ର ଦିବସ ପାଳିତ

masiha

ଜନନେତା ଗଦାଧର ଗିରିଙ୍କ ୩୬ ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!