ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଟାଉନଥାନା ପକ୍ଷରୁ ତାମଳବନ୍ଧରେ ପୋଲିସ ସମିତି ବୈଠକ

ମୟୂରଭଞ୍ଜ- (ମସିହା) ସୁସ୍ଥ ସମାଜ ଗଠନରେ ପୋଲିସର ଭୂମିକା ଅନନ୍ୟ ଓ ଅବର୍ଣ୍ଣନୀୟ । ସମାଜକୁ ଶୃଙ୍ଖଳିତ, ଭାଇଚାରା,ଶାନ୍ତ ରଖିବା,ତଥା ,ମାନବିକ ଅଧିକାରକୁ ଅକ୍ଷୁର୍ଣ୍ଣ ରଖିବା,ସମସ୍ତଙ୍କ ଧନ,ଜୀବନ ସୁରକ୍ଷାର ଅହମ ଭୂମିକା ନିଭାଇଥାଏ ପୋଲିସ ।ବ୍ରିଟିଶ ରାଜ ପୋଲିସ ଢାଞ୍ଚା ଆଉ ନାହିଁ ।ପୋଲିସ,ରାଜନେତା ଓ ଜନତା ସଂପର୍କ ନିବିଡ଼ତା ରହିଲେ ଏକ ସୁସ୍ଥ ସମାଜ ଗଠନ ହୋଇପାରିଵ । ରାଇରଙ୍ଗପୁର ଆଦର୍ଶ ଥାନା ପକ୍ଷରୁ ସହର ଥାନା ଛାଡି ଏବେ ଗ୍ରାମବାସୀଙ୍କ ସହ ନିବିଡ ସଂପର୍କ ରଖିବାକୁ ଚାହୁଂଛି । ଏଥିପାଇଁ ରାଇରଙ୍ଗପୁର ଟାଉନ ଥାନା ଅଧିକାରିଣୀ ଶ୍ରୀମତୀ ସ୍ବର୍ଣ୍ଣଲତା ମିଂଜ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଟାଉନ ଥାନା ଅନ୍ତର୍ଗତ ପୁରୁଣାପାଣି ପଞ୍ଚାୟତର ତାମଳବନ୍ଧ ଗ୍ରାମରେ ଆମ ପୋଲିସ ସମିତି ର ଏକ ବିଶାଳ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବାମନଘାଟୀ ପୋଲିସ ଉପଖଣ୍ଡ ପ୍ରଶାସକ ଶ୍ରୀ ଗୋକୁଳାନନ୍ଦ ସାହୁ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ଏସଡିପିଓ କହିଥିଲେ ପୋଲିସ ,ରାଜନେତା ଓ ଜନତା ସମସ୍ତେ ଏକାଠି ହୋଇ ସମାଜରେ ସୁସ୍ଥ ବାତାବରଣ ପାଇଁ ପ୍ରୟାସ ଜାରି ରଖିବା ଦରକାର । ପୋଲିସକୁ ଜନତାର ରକ୍ଷକ ,ଵଂଧୁ ଭାବିବା ଉଚିତ । ବର୍ତମାନ ଡିଜିଟାଲ ଯୁଗ ଚାଲିଛି ।ଡିଜିଟାଲ ଅପରାଧିକରଣ,ସାଇବର କ୍ରାଇମ ଚାଲିଛି ।ଏଥିପ୍ରତି ସତର୍କ ନ ରହିଲେ ବହୁ କଷ୍ଟ ଉପାର୍ଜିତ ଅର୍ଥ ନିମିଷେ ମାତ୍ର ଉଭାନ ହୋଇଯିବ ।ପୋଲିସ ଶିଶୁ ,ବୟସ୍କ, ଅବହେଳିତ ଲୋକ, ମହିଳା, ଅସହାୟ ମଣିଷର ସୁରକ୍ଷାକୁ ପ୍ରାଥମିକତା ଦେବାପାଇଁ ପ୍ରତିଜ୍ଞାବଦ୍ଧ ।ବେଆଇନ ଗୋଲାଣ,ଅବୈଧ ନିଶା କାରାବାର,ଜୁଆଖେଳ,ବେନିୟମ ପଥର ଖନନ,ବାଲି ଚାଲାଣ , ଅସାମାଜିକଙ୍କ ଗତିବିଧି,ଲୁଟେରା,ହେଲମେଟ ଚେକ୍,ଅମାନିଆ ଡ଼୍ରାଇଭରଙ୍କ ଉପରେ ତିକ୍ଷଣ ନଜର ରଖିଛି । ସେଥିପାଇଁ ଜନସାଧାରଣଙ୍କ ସହଯୋଗ ଦରକାର । ଗ୍ରାମାଞ୍ଚଳରେ ପୋଲିସ ପେଟ୍ରୋଲିଂକୁ କଡାକଡି କରାଯିବ ।ପିଡିତାମାନେ ନିର୍ଭୟରେ ଥାନାକୁ ଆସି କିମ୍ବା ଅନ ଲାଇନରେ ସେମାନଙ୍କ ଅଭିଯୋଗ ପଂଜିକରଣ କରିପାରିବେ । ପୋଲିସ ୨୪ ଘଣ୍ଟିଆ ସହଯୋଗ ଓ ସହାୟତା କରିବାକୁ ପ୍ରସ୍ତୁତ ଅଛି ।ଦାଣ୍ଡବୋଷ ଉଡାଣ ପଡିଆ ନିଶାଡିଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଯାହାଫଳରେ ଯିବା ଆସିବା କରୁଥିବା ଲୋକେ ସୁରକ୍ଷା ମଣୁ ନାହାନ୍ତି । ଉକ୍ତ ବୈଠକରେ ରାଇରଙ୍ଗପୁର ଥାନାର ଏଏସଆଇ ଡମ୍ବରୁଧର ମହାନ୍ତି,ଏଏସଆଇ ଆଲୋକ ସିଂ, ସମେତ ପୋଲିସ ସମିତିର ସମସ୍ତ କର୍ମଚାରୀ ,ସଭ୍ୟ ଏବଂ ପୁରୁଣା ପାଣି ସରପଞ୍ଚ ବାଲ୍ହିମଣି ଟୁଡୁ ପ୍ରାକ୍ତନ ସରପଞ୍ଚ ମାନସିଂ ଟୁଡୁ, ସମିତି ସଭ୍ୟା ଝୂନୁରାଣି ଗିରି, ଓ୍ବାର୍ଡ ମେମ୍ବର,ଭୂପତି ରାଉତ ,ଜୟଦେବ ଗିରି ଏବଂ ଗ୍ରାମବାସୀ ମାନେ ଉପସ୍ଥିତ ରହି ସୁଚିନ୍ତିତ ମତାମତ ଦେଇଥିଲେ । ସମସ୍ତେ ମିଶି ଶପଥ ନେଇଥିଲେ ଏକ ସୁସ୍ଥ ସମାଜ ଗଠନକୁ ପରସ୍ପର ସହ ହାତ ମିଳାଇବା ସହ ସହଯୋଗ କରିବା । ପୋଲିସ ସମିତି ବୈଠକରେ ସମସ୍ତେ ସହଯୋଗ କରିଥିବାରୁ ଆଇଆଇସି ଶ୍ରୀମତୀ ସ୍ବର୍ଣଲତା ମିଂଜ କୃତଜ୍ଞତା ଜଣାଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଜାଲ ଜାତି ପ୍ରମାଣପତ୍ର ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି: ସାଂସଦ ନିରଞ୍ଜନ ବିଶି”

Sunil Chandra Nayak

ଐତିହାସିକ ପୋଡାଗଡ଼ ର ରୂପ ବଦଳିବା ନେଇ ଆକ୍ସନ ପ୍ଲାନ ପ୍ରସ୍ତୁତ

Sunil Chandra Nayak

ଧରାକୋଟ ରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!