ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁହାର ପରିବାର ୟୁକେ ତରଫରୁ ଗରିବ ରୋଗୀ ମାନଙ୍କୁ ଆର୍ଥିକ ସହାୟତା

ନର୍ଲା (ମନିସ)କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବଲବସପୁର ଗ୍ରାମ ନିବାସୀ ଯୋଗେଶ୍ୱର ସାହୁ(୫୦) କର୍କଟ ରୋଗରେ ଦୀର୍ଘ ଦିନ ହେଲା ଭୁବନେଶ୍ୱର ସ୍ଥିତ ସମ୍ ଅଲଟିମେଟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ରହିବା ଖାଇବା ପାଇଁ ଆର୍ଥିକ ସ୍ଥିତି ଦୁର୍ବଳ ଥିଲା । ତା ପରେ ଏହି ଖବର ନର୍ଲା ବ୍ଲକର ସରିଆଁ ଗ୍ରାମର ଯୁବ ସ୍ବେଚ୍ଛାସେବୀ ମିଲନ କୁମାର ଭୋଇ ଜୁହାର ପାରିବାର ୟୁକେ ଟିମକୁ ଜଣାଇ ଥିଲେ । ଏହା ପରେ ଫେବୃଆରୀ ୮ ତାରିଖରେ ୧୦୦୦୦ ଟଙ୍କା ରହିବା ଖାଇବା ପାଇଁ ଏବଂ ମାର୍ଚ୍ଚ ୧୪ ତାରିଖ ରେ ବ୍ରେନ ଏମ ଆର ଆଇ ପାଇଁଁ ୮୦୦୦ ଟଙ୍କାର ଆର୍ଥିକ ସହାୟତା କରିଛନ୍ତି। ପୂର୍ବରୁ ମଧ୍ୟ ଜୁହାର ପରିବାର ୟୁକେ ଟିମ ସରିଆଁର କିଡନୀ ରୋଗୀ ଗୋବିନ୍ଦ ଗୌଡ଼(୧୨) ଙ୍କୁ ୧୦୦୦୦, ବ୍ରେନ ହେମରେଜ ରୋଗୀ ଅଚିନ ମାଝୀଙ୍କୁ ୫୦୦୦ ଟଙ୍କା , ସାନଗୁଣ୍ଡୁରୀ କର୍କଟ ରୋଗୀ ଅଞ୍ଜଳି ରଣାଙ୍କୁ ୧୦୦୦୦ ଟଙ୍କା, ଯମୁନାବହାଲ ର ରକ୍ତ କର୍କଟ ରୋଗୀ ହୋଲିକା ଭୋଇଙ୍କୁ ୬୦୦୦ ଟଙ୍କା , ଲାଞ୍ଜିଗଡ଼ର ରକ୍ତ କର୍କଟ ରୋଗୀ ପ୍ରଜ୍ଞାନିସି ବାଗଙ୍କୁ ୫୦୦୦ ଟଙ୍କା, ଭୁବନେଶ୍ୱର ରୋଗୀ ଆଦିତ୍ୟ ଜେନା(୬) ଙ୍କୁ ୧୦୦୦୦ ଟଙ୍କା , ଭଦ୍ରକ ଜିଲ୍ଲା ର ରୋଗୀ ସୁବୋଧ ସାହୁଙ୍କୁ ୧୦୦୦୦ ଟଙ୍କା ଏବଂ କୋଭିଡ ସମୟରେ ୧୨୦୦୦ ଟଙ୍କା ଶୁଖିଲା ଖାଦ୍ୟ ବାଣ୍ଟିବା ପାଇଁ ଆର୍ଥିକ ସହାୟତା ଦେଇଥିଲେ। ଜୁହାର ପରିବାର ୟୁକେର ମୁଖ୍ୟ ସଦସ୍ୟ ଦେବାଶିଷ ମିଶ୍ର , ଉତ୍ତମ ତ୍ରିପାଠୀ , ଅଙ୍କନ ନାଏକ ଓ ଶ୍ରୀରାମ ପଣ୍ଡାଙ୍କ ସହଯୋଗ ରେ ସମସ୍ତ ରୋଗୀ ସହାୟତା ପାଇଛନ୍ତି । ଜୁହାର ପରିବାର ୟୁକେ ନିରୀହ ରୋଗୀଙ୍କୁ ସହାୟତା କରୁଥିବା ଏପରି ମହତ କାର୍ଯ୍ୟ ପାଇଁ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ହିନ୍ଦୁ ଜାଗରଣ ମଞ୍ଚ ଓ ସ୍ମାଇଲ ଫର ଏଭର୍ ର ସାମାଜିକ କାର୍ଯ୍ୟକ୍ରମ 

Sunil Chandra Nayak

ଶ୍ରୀ ଶ୍ରୀ ରବିଶଙ୍କରଙ୍କ ବର୍ଣ୍ଣାଢ୍ୟ ଜନ୍ମ ମହୋତ୍ସବ: ଭଜନ, ନୃତ୍ୟ, ସଂଗୀତ ଓ ୧୮୦ ଦେଶର ଶ୍ରଦ୍ଧାଳୁ ଙ୍କ ସମେତ ଶ୍ରୀ ଶ୍ରୀ ଙ୍କ ସହ ଅନଲାଇନ ଧ୍ୟାନ ର ବିରଳ ଅନୁଭୂତି ନେଲେ ଦର୍ଶକ

ସହିଦ ଲକ୍ଷ୍ମଣ ନାୟକଙ୍କ ୮୧ ତମ ଫାସୀ ଦିବସ ପାଳନ 

masiha

Leave a Comment

error: Content is protected !!