ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଙ୍ଗଲ ବିଭାଗ ତରଫରୁ ତାଲିମ ଶିବିର ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

ରୁପ୍ରା, ୧୪/୩ (ମନିସ ) : ଆଜି ପୂର୍ବାହ୍ନରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ କେସିଙ୍ଗା ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ଦିନବନ୍ଧୁ ମେହେରଙ୍କ ତତ୍ତ୍ଵାବଧାନରେ ରୁପ୍ରାରୋଡ ସେକ୍ସନ ଅଫିସ ପ୍ରାଙ୍ଗଣରେ ରେ ଦିନିକିଆ ତାଲିମ ଶିବିର ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ଶିବିରରେ କେସିଙ୍ଗା, ରୁପ୍ରାରୋଡ୍ ଓ କଶୃପଡା ସେକ୍ସନର ୮ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀରୁ ୧୬ଜଣ ଏସ. ଏଚ.ଜି ଲିଡର ଅଂଶଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ତାଲିମ ଦାତା ଭାବରେ କେସିଙ୍ଗା ସ୍ପେଶାଲ ଫରେଷ୍ଟର୍ ଶ୍ରୀଯୁକ୍ତ ଶ୍ରୀମୁଖ ମେହେର ଯୋଗଦାନ କରି ତାଲିମ୍ ପ୍ରଦାନ କରିଥିଲେ। ରୁପ୍ରାରୋଡ ସେକ୍ସନ ସମସ୍ତ ବନକର୍ମଚାରି ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଭାବରେ ଶ୍ରୀ ରୋହିତ ବିଶ୍ଵାଳ ମିଶନ ଶକ୍ତି, ବ୍ଲକ ଯୋଜନା ସଂଯୋଜକ ନର୍ଲା ସମ୍ମାନିତ ଅତିଥି ଭାବରେ ଓ ଦହଲ ତଥା ଯୋଡାବନ୍ଧ ବନ ସୁରକ୍ଷା ସମିତି ସଭାପତି ଦ୍ୱୟ ଯୋଗ ଦେଇଥିଲେ। ଉକ୍ତ ତାଲିମ କାର୍ଯ୍ୟକ୍ରମକୁ ଆମ ଜଙ୍ଗଲ ଯୋଜନା ଦଳପତି ଶ୍ରୀ ହେମନ୍ତ କୁମାର ସାହୁ ସଂଯୋଜନା କରିଥିଲେ । ତାଲିମ ଦାତା ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଜ୍ୱଳନ୍ତ ଉଦାହରଣ ମାଧ୍ୟମରେ ବିଭିନ୍ନ କୌଶଳ ଶିକ୍ଷା ଦେବା ସହିତ ଆଇନ ଗତ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ । ଶେଷରେ ବିକାଶ ଅଧିକାରୀ ଆମ ଜଙ୍ଗଲ ଯୋଜନା ଶ୍ରୀ ଇନ୍ଦ୍ରମଣି ମାଝୀ ଓ ଶ୍ରୀ ଧିରୋଜ କୁମାର ଦାଶ ଅଂଶ ଗ୍ରହଣ କାରୀଙ୍କୁ ଶପଥ ପାଠ କରାଇଥିଲେ । ଦଳପତି ଙ୍କ ଧନ୍ୟବାଦ ପରେ ତାଲିମ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ପ୍ରଧାନମନ୍ତ୍ରୀ ଙ୍କ ସ୍ୱଚ୍ଛ ଭାରତ ରେ ସାମିଲ ହେଲେ କେ ଏନ ପୁର ପଞ୍ଚାୟତ ର ଖାଜିପଲି ଗ୍ରାମବାସୀ 

Sunil Chandra Nayak

ହିନ୍ଦୋଳ ପାଇଁ ଗୌରବ ଆଣିଲେ ବିଶ୍ୱଜିତ ସାହୁ 91ପ୍ରତିଶତ ରଖି +2ବିଜ୍ଞାନରେ ବି ସି ଏସ ଟି କଲେଜ ଟପର 

masiha

ଯୋଡ଼ା ପୌରକାର୍ଯ୍ୟାଳୟ ପକ୍ଷରୁ ମହାପୁରୁଷଙ୍କ ପ୍ରତି ଏ କି ଭଳି ସମ୍ମାନ

masiha

Leave a Comment

error: Content is protected !!