ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ୍ରାଇଭର ମୋହାସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ

ଗୋଲାମୁଣ୍ଡା /୧୫/୩/ମସିହା // ଆଜିଠାରୁ ସାରା ଓଡିଶାରେ ଡ୍ରାଇଭର ମହାସଙ୍ଗ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟେରିଂ ଛାଡ ଆନ୍ଦୋଳନ କରାଯାଇଥିବା ବେଳେ ଗୋଲାମୁଣ୍ଡା ବ୍ଲକର କେଗାଁ,ମହାଳିଙ୍ଗ,ଫରଙ୍ଗ, ବୃନ୍ଦାବାହାଲ ଓ ଗୋଲାମୁଣ୍ଡା ଠାରେ ଶହ ଶହ ଡ୍ରାଇଭର ମାନେ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି । ସୂଚନାରୁ ପ୍ରକାଶ ଯେ ଡ୍ରାଇଭର ମହାସଂଘ ପକ୍ଷରୁ ୧୦ ଦଫା ଦାବି ନେଇ ରାଜ୍ୟ ସରକାରଙ୍କୁ ଜଣାଇଲା ସତ୍ତ୍ୱେ ବି ସରକାର ଶୁଣୁ ନ ଥିବାରୁ ଏପରି ପଦକ୍ଷେପ ନେଇଥିବା ଗୋଳାମୁଣ୍ଡା ଡ୍ରାଇଭର ସଂଘ ପକ୍ଷରୁ କୁହାଯାଇଛି । ୧୦ ଦଫା ଦାବିପତ୍ର ମଧ୍ୟରୁ କୋରାନା ଯୋଦ୍ଧା ମାନ୍ୟତା,ଡ୍ରାଇଭର ମାନଙ୍କୁ ପାଇଁ ସ୍ୱତନ୍ତ୍ର ଆଇନ ବ୍ୟବସ୍ଥା,୫୫ ବର୍ଷ ପରେ ଭତ୍ତା ଯୋଗାଇ ଦେବା ସହ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବା, ଡ୍ରାଇଭର ମାନଙ୍କ ପାଇଁ ବିଶ୍ରାମ ନେବା ପାଇଁ ପାର୍କିଂ ସହିତ ପ୍ରତେକ ଏକ ଶହ କିମି ଦୁରତରେ ଶୌଚାଳୟ ବ୍ୟବସ୍ଥା କରାଯାଉ ,ଦୁର୍ଘଟଣା ଜନିତ ବୀମା ୨୦ ଲକ୍ଷ୍ୟ ଓ ଅକର୍ମଣ୍ୟ ହେଲେ ୧୦ ଲକ୍ଷ୍ୟ ଟଙ୍କା ସହ ଚିକିତ୍ସା ପାଇଁ ୫ଲକ୍ଷ୍ୟ ଦିଆଯାଉ, ଗାଡି ଚଳାଇବା ପାଇଁ ସମୟ ସୀମା ସହ ଦ୍ୱିତୀୟ ସୈନିକର ମାନ୍ୟତା ଦିଆଯାଉ, ପିଲାମାନଙ୍କ ପାଇଁ ଉଚ୍ଚ ଶିକ୍ଷାର ବ୍ୟବସ୍ଥା କରଯାଉ, ରାଜରାସ୍ତାରେ ଡ୍ରାଇଭର ମାନଙ୍କୁ ପ୍ରଶାସନ ପକ୍ଷରୁ ହଇରାଣ ହରକତ ନ କରାଯାଉ, ଡ୍ରାଇଭର ଲାଇସେନ୍ସ ପାଇଁ ସ୍ୱଳ୍ପମୂଲ୍ୟ ଧାର୍ଯ୍ୟ କରାଯାଉ ବୋଲି ନିର୍ମଳ ଘି, ନଟ ବନ୍ଦୀଛୋଡ, ରାଜୁ ବନ୍ଦୀଛୋଡ, ହେମନ୍ତ ମଶ୍ରା, ଜଗଦୀଶ ବନ୍ଦୀଛୋଡ, ମହେଶ ବେନିଆ, ଓ ଦେବାନନ୍ଦ ମଶ୍ରା ପ୍ରମୁଖ ଦାବି କରିଛନ୍ତି, । ଏହି ଆନ୍ଦୋଳନରେ ଜନସାଧାରଣଙ୍କ ଯାତାୟତରେ ବାଧାପ୍ରାପ୍ତ ହୋଇଥିବା ବେଳେ କୌଣସି ଜାଗାରେ ଅପ୍ରୀତିକର ଘଟଣା ଘଟି ନ ଥିବା ଜଣାପଡିଛି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ନନ୍ଦାହାଣ୍ଡି ଠାରେ ଜିଲ୍ଲାପାଳଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

ନନ୍ଦାହାଣ୍ଡି ଠାରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

କାମାକ୍ଷାନଗର NAC ଭାରତୀୟ ଜନତା ପାର୍ଟିର କାର୍ଯ୍ୟାଳରେ ସାଧାରଣ ତନ୍ତ୍ର ଦିବସ ପାଳିତ

masiha

Leave a Comment

error: Content is protected !!