ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉପଭୋକ୍ତା ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି : ଶ୍ରୀ ପ୍ରସାଦ 

ରାଉରକେଲା/ ରାଉରକେଲା କଞ୍ଜୁମର ଫ୍ରଣ୍ଟ ତରଫରୁ କୋଏଲନଗର ଖାଉଟି ସୁରକ୍ଷା ଭବନ ଠାରେ ବିଶ୍ବ ଉପଭୋକ୍ତା ଅଧିକାର ଦିବସ ପାଳନ କରାଯାଇଛି । ଫ୍ରଣ୍ଟ ର ସଭାପତି ସୁଧୀର ସୁନ୍ଦରରାୟ ଙ୍କ ସଭାପତିତ୍ବ ଓ ସାଧାରଣ ସଂପାଦକ ମିହିର ରାୟ ଙ୍କ ଆବାହକତ୍ବ ତଥା ସଂଯୋଜନାରେ ଜିଲ୍ଲା ଉପଭୋକ୍ତା ଫୋରମ ର ସଭାପତି ରାଜେନ୍ଦ୍ର ପ୍ରସାଦ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଭାବେ ସମାଜସେବୀ ବ୍ରିଜମୋହନ ଅଗ୍ରୱାଲ, ଅର୍ବାନ କୋ ଅପରେଟିଭ ବ୍ୟାଙ୍କର ସଭାପତି ଦିଲ୍ଲୀପ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ‘ ସ୍ବଚ୍ଛ ଶକ୍ତି ସ୍ଥାନାନ୍ତର ମାଧ୍ୟମରେ ଉପଭୋକ୍ତାଙ୍କୁ ସଶକ୍ତିକରଣ କରିବା ‘ ଓ ଉପଭୋକ୍ତା ସୁରକ୍ଷା ଆଇନ ଅନ୍ତର୍ଗତ ଉପଭୋକ୍ତା ମାନଙ୍କର ଅଧିକାର ସଂପର୍କରେ ସଚେତନ କରାଇଥିଲେ । ମୁଖ୍ୟଅତିଥି ଶ୍ରୀ ପ୍ରସାଦ ଉପଭୋକ୍ତାଙ୍କ ସଚେତନତା କୁ ଗୁରୁତ୍ବାରୋପ କରିଥିବା ବେଳେ ଅର୍ଥ ବଦଳରେ ଉପଯୁକ୍ତ ସେବା ଓ ବସ୍ତୁ ନପାଇବା, ସେବା ପାଇବାରେ ବିଳମ୍ବ, ଶିକ୍ଷା କ୍ଷେତ୍ରରେ ଠକାମି,କ୍ୟାରୀ ବ୍ୟାଗ୍ ପାଇଁ ଅର୍ଥ ଆଦି ଦାବିକରିବା ଭଳି ଉପଭୋକ୍ତା ଙ୍କ ସହ ଠକାମି ଅନୁଭବ ହେଲେ ଆଇନ ର ଆଶ୍ରୟ ନେବାପାଇଁ ମତରଖିଥିଲେ। ସମ୍ମାନିତ ଅତିଥି ଶ୍ରୀ ଅଗ୍ରୱାଲ ସଂପ୍ରତି ବଜାରରେ ସଂପର୍କର ମୂଲ୍ୟ, ସାମାଜିକ ସୁରକ୍ଷା ଓ ଖାଉଟିମାନେ ଜାଣିବାର ଅଧିକାର ଉପରେ ଗୁରୁତ୍ବାରୋପ କରିଥିବାବେଳେ ଅନ୍ୟତମ ଅତିଥି ଶ୍ରୀ ମହାପାତ୍ର ଉପଭୋକ୍ତାଙ୍କ ମାନସିକ ଦୁର୍ବଳତା ଠକାମୀର ଅନ୍ୟ ଏକ କାରଣ ବୋଲି ମତ ରଖିଥିଲେ । ଏହି ଅବସରରେ ଟାଟା ପାୱାର ସୋଲାର ତରଫରୁ ରୁପକ ପଟ୍ଟନାୟକ ବକ୍ତବ୍ଯ ରଖିଥିଲେ । ସଭାପତି ଶ୍ରୀ ସୁନ୍ଦରରାୟ ସଭାପତିତ୍ବ ଅଭିଭାଷଣ ସହ ଅତିଥିଙ୍କ ପରିଚୟ ପ୍ରଦାନ କରି ଆଲୋଚ୍ୟ ବିଷୟର ଆବଶ୍ୟକତା ଉପରେ ମତ ରଖିଥିଲେ । ସଂପାଦକ ଶ୍ରୀ ରାୟ ସାଂପ୍ରତିକ ସ୍ଥିତିରେ ଉପଭୋକ୍ତା ନିଜର ଅଧିକାର ଓ ସୁରକ୍ଷା ସଂପର୍କରେ ଅଧିକ ସଚେତନ ହେବା ଉପରେ ଗୁରୁତ୍ବାରୋପ ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଉପସଭାପତି ସୁରେନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବହୁ ଜଣାଶୁଣା ବ୍ୟକ୍ତିତ୍ବ ସର୍ବଶ୍ରୀ ନାରାୟଣ ପତି, ଶଶଧର ପାତ୍ର, ଶୈଳେନ୍ଦ୍ର ମହାନ୍ତି,ଜଗନ୍ନାଥ ରାଉତ, ପ୍ରଶାନ୍ତ ଦାସ, ମିଟୁ ବେଉରିଆ, ନିରଞ୍ଜନ ଦାସ ଙ୍କ ସମେତ ଫ୍ରଣ୍ଟ ର କର୍ମକର୍ତ୍ତା, ସଚେତନ ନାଗରିକ ପ୍ରମୁଖ ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଶପଥ ପାଠ କରାଇଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

masiha

ଗ୍ୟାସ ଦର ବୃଦ୍ଧି ସମସ୍ୟା ନେଇ ପୁରୁଣା ପରମ୍ପରାକୁ ଫେରାଇବାର ଅନନ୍ୟ ପ୍ରୟାସ ଜାରୀ 

ଆସନ୍ତା ଉଲ-ଫିତର ,ଶ୍ରୀ ରାମ ନବମୀ , ହନୁମାନ ଜୟନ୍ତୀ ଏବଂ ମହା ବିଷୁବ ସଂକ୍ରାନ୍ତି କୁ ନେଇ ରାଜ୍ୟ ପୋଲିସ ମୁଖ୍ୟାଳୟର ପ୍ରେସ୍ ନୋଟ୍

masiha

Leave a Comment

error: Content is protected !!