ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ସଚେତନତା

ଡାବୁଗାଁ, ୧୫/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବନାଞ୍ଚଳ ଅଧୀନ ବିଭିନ୍ନ ସ୍ଥାନରେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଭିନ୍ନ ସାପ୍ତାହିକ ହାଟ, ବିଭିନ୍ନ ବିଦ୍ୟାଳୟ ର ଛାତ୍ରୀ ଛାତ୍ର ମାନଙ୍କୁ ନେଇ ରାଲି କରିବା ଓ ଡକାଵାଜି ଯନ୍ତ୍ର ଦ୍ୱାରା ସଚେତନତା କରାଯାଇଛି l ଏନେଇ ବନାଞ୍ଚଳ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି l ସେଗୁଡିକ ହେଲା ୩୨ ଟି ସ୍ୱୟଂ ସହାୟକ ଗୋଷ୍ଠୀ ବନାଗ୍ନୀ ନିରାକରଣ ନିମନ୍ତେ ଆର୍ଥିକ ସହାୟତା ଯୋଗାଣ, ବନାଞ୍ଚଳ ଅଧୀନ ରେ ୨୦ ଜଣ ବିଭାଗୀୟ କର୍ମଚାରୀ ଙ୍କ ସହ ୩୪ ଜଣ ଅସ୍ଥାୟୀ କର୍ମଚାରୀ ନିୟୋଜିତ କରାଯାଇଛି, ଚଳିତ ବର୍ଷ ଜଙ୍ଗଲରେ ନିଆଁ ଲଗାଇବାକୁ ଉଦ୍ୟମ କରୁଥିବା ଅପରାଧୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଉଛି, ବନାଞ୍ଚଳ ଅଧୀନରେ ଥିବା ବିଭିନ୍ନ ଜଙ୍ଗଲ ରେ ୧୯୦ କିମି ଅଗ୍ନୀ ନିର୍ବାପକ ରେଖା କାର୍ଯ୍ୟକାରୀ କରାଯାଇଛି ଭଳି ବିଭିନ୍ନ ପଦକ୍ଷେପ ମାନ ନିଆଯାଇଛି ବୋଲି ବନାଞ୍ଚଳ ଅଧିକାରୀ ସେତୁରଞ୍ଜନୀ ଗମାଙ୍ଗ ପ୍ରକାଶ କରିଛନ୍ତି l ଆଜି ବନାଞ୍ଚଳ ଅଧୀନ ୧୦୭ ଟି ବନ ସଂରକ୍ଷଣ ସମିତି ରେ ସଚେତନତା କରାଯାଇଛି l ଏଥିରେ ଡାବୁଗାଁ ବନପାଳ ମଧୁସୂଦନ ପାତ୍ର, ମୈଦଲପୁର ବନପାଳ ଉମାକାନ୍ତ ପଟ୍ଟନାୟକ ଙ୍କ ସମେତ ସମସ୍ତ ବନରକ୍ଷୀ ମାନେ ସଚେତନତା କାର୍ଯ୍ୟକ୍ରମ ରେ ସାମିଲ ଥିଲେ l

ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ନର୍ଲା ବ୍ଲକରେ ନୂତନ ବିଡ଼ିଓଙ୍କ ଯୋଗଦାନ

masiha

ଜମିରେ ତସୁଥିବା ସମୟରେ ଭାରସାମ୍ୟ ହରାଇ  ଓଲଟିଲା ଟ୍ରାକ୍ଟର, ଚାପାରେ ଚାଳକ ମୃତ୍ୟୁ 

Sunil Chandra Nayak

ଗୋଲାମୁଣ୍ଡାଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!