ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଲ ଓଡିଶା ଡ୍ରାଇଭର ସଂଘର “ଚକ ଜାମ, ଷ୍ଟେରିଙ୍ଗ ଛାଡ଼ “ଆନ୍ଦୋଳନ

ତିର୍ତ୍ତୋଲ :-15/03/23:- ଓଡ଼ିଶାର ସବୁ ସ୍ଥାନରେ ରାସ୍ତା ଘାଟ ଲାଗୁଛି ଶୂନଶାନ ।ଅନିର୍ଦ୍ଧିଷ୍ଟ କାଳ ପାଇଁ ଷ୍ଟେରିଙ୍ଗ ଛାଡ଼ି ଆଜି ରାଜରାସ୍ତାକୁ ଓହ୍ଲାଇଛି ଡ୍ରାଇଭର ସଙ୍ଘ । ସରକାର ଙ୍କୁ ବାରମ୍ବାର ଅଭିଯୋଗ କଲା ପରେ ମଧ୍ୟ କର୍ଣ୍ଣପାତ କଲେ ନାହିଁ ସରକାର। ଭିନ୍ନ ଭିନ୍ନ ଉପାୟରେ ଡ୍ରାଇଭର ସଂଘର ଆପତ୍ତି ଅଭିଯୋଗ ସବୁ ଫେଲ ମାରିଲା ! ସେ ଅନଶନ ହେଉ ବା ବିଧାନସଭା ଘେରାଉ ! ଏପରି କି ଦଣ୍ଡବତ ଯାତ୍ରାକୁ ବି ଅଣଦେଖା କଲେ ସରକାର। ଆଜକୁ ତିନି ବର୍ଷ ଧରି ଦଶ ଦଫା ଦାବି ନେଇ ତଳ ଠୁ ଉପର ମହଲ ପର୍ଯ୍ୟନ୍ତ ବଡବଡିଆ ବାବୁ ମାନଙ୍କୁ କଲେ ଗୁହାରି ,ଶେଷରେ ସରକାରଙ୍କ ଡ୍ରାଇଭର ମାନଙ୍କ ପ୍ରତି ବୈମାତୃକ ମନୋଭାବର ଉଚିତ୍ ଜବାବ୍ ଦେବା ପାଇଁ,ଆଜି ରାଜରାସ୍ତାକୁ ଓଲ୍ହାଇଛି ଓଡ଼ିଶା ଡ୍ରାଇଭର ଏକତା ମଞ୍ଚ ଏବଂ କରିଛି ଷ୍ଟେରିଙ୍ଗ ଛାଡ଼ ଚକାଜାମ ଆନ୍ଦୋଳନ। ସାରା ଓଡ଼ିଶାରେ 30 ଜିଲ୍ଲା ତଥା 314 ବ୍ଲକ ରେ ଲକ୍ଷ୍ୟ ଲକ୍ଷ୍ୟ ଡ୍ରାଇଭର ରାଜରାସ୍ତାକୁ ଆସି ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି।ସେହିଭଳି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକର ପ୍ରମୁଖ ଲକଛକ ଠାରେ ସାହସ୍ରାଧିକ ଡ୍ରାଇଭର ବାହାରି ଏହି ଆନ୍ଦୋଳନ ରେ ସାମିଲ ହୋଇଥିବା ବେଳେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହେବା ପାଇଁ ପ୍ରତ୍ୟେକ ଛକରେ ପୋଲିସ ମଧ୍ୟ ଜଗି ରହିଛି।ଏହି ଆନ୍ଦୋଳନ ଅନିର୍ଦ୍ଧିଷ୍ଟ କାଳ ପାଇଁ ଜାରି ରହିବ ବୋଲି ତିର୍ତ୍ତୋଲ ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର କାର୍ଯ୍ୟକର୍ତ୍ତା ମାନେ ସୂଚନା ଦେଇଛନ୍ତି।ଅନ୍ୟପଟେ ଯଦି ଏହି ଆନ୍ଦୋଳନ ଅନିର୍ଦ୍ଧିଷ୍ଟ କାଳ ପାଇଁ ଜାରି ରହିବ ସାଧାରଣ ଲୋକ ଓ ଖାଉଟିଙ୍କ ଉପରେ ଏହାର ପ୍ରତ୍ୟେକ୍ଷ ପ୍ରଭାବ ପକାଇବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି ଲ ଦେଖିବାକୁ ରହିଲା ସରକାର କି ପ୍ରକାର ପଦକ୍ଷେପ ନେଉଛନ୍ତି ?

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ

masiha

ଆରୋହଣର ୩୪ତମ ନିଖିଳୋତ୍କଳ ନାଟ୍ୟୋତ୍ସବ ମେ ୨୮ ରୁ ୩୦….

ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!