ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋଟେର ଛକରେ କୋକସରା ଡ୍ରାଇଭର ମହାସଙ୍ଘ ପକ୍ଷରୁ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ଧର୍ମଘଟ ପ୍ରତିବାଦ

କୋକସରା,୧୫/୦୩- ଓଡିଶା ଡ୍ରାଇଭର ମହାସଂଘର ଧର୍ମଘଟ ଡାକରାରେ ସାମିଲ ହୋଇ ରାଜ୍ୟରେ ଡ୍ରାଇଭର ମାନେ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି । ରାଜ୍ୟ ସରକାରଙ୍କୁ ନିଜର ସୁରକ୍ଷା, ସମ୍ମାନ, ଅଧିକାର ଏଭଳି ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓଲ୍ଲେଇଥିବା ବେଳେ ବୁଧବାର କୋକସରା ବ୍ଲକରେ ମଧ୍ୟ ଅନୁରୂପ ଭାବେ ଡ୍ରାଇଭର ଏକତା ମହାସଙ୍ଘର ଡାକରାରେ ବନ୍ଦରେ ବ୍ଲକର ସମସ୍ତ ଡ୍ରାଇଭର ସାମିଲ ହୋଇ କୋକସରା ବ୍ଲକ ମୋଟେର ଛକରେ ସକାଳ ୮ ଘଣ୍ଟାରୁ ପ୍ରତିବାଦ ଓ ବିକ୍ଷୋଭ ଧର୍ମଘଟକୁ ଶାନ୍ତିପୂର୍ଣ୍ଣ ଭାବେ ଜାରି ରଖିଛନ୍ତି। ଏହି ଧର୍ମଘଟରେ କୋକସରା ବ୍ଲକ ଡ୍ରାଇଭର ମହାସଙ୍ଘର ସଭପତି ଜଗନ୍ନାଥ ଦଳପତି, ଉପ ସଭାପତି ଲକ୍ଷ୍ମଣ ଭାଟି, ସମ୍ପାଦକ ନାରାୟଣ ଶଗଡିଆ, ସହ ସମ୍ପାଦକ କମଳ ଲୋଚନ ରାଉତ, ବ୍ଲକ ଆଡ଼ମିନ ଭଗବାନ ପଟ୍ଟନାୟକ, ଚଇ ଗୋପାଳ, ବୃନ୍ଦାବନ ଦୁର୍ଗା ଙ୍କ ନେତୃତ୍ୱରେ ୨୨ ବ୍ଲକର ଶତାଧିକ ଡ୍ରାଇଭର ସାମିଲ ରହିଛନ୍ତି। କୌଣସି ଅପ୍ରୀତିକର ପରିସ୍ଥିତି ନହେବା ପାଇଁ କୋକସରା ପୁଲିସ ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା, ମୋଟେର ଫାଣ୍ଡି ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟ, ଏସଆଇ ଭରତ ଅହିର, ଦାମୋଦର ନାଏକ ଉପସ୍ଥିତ ରହି ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଥିଲେ। ତେବେ ଜାତୀୟ ରାଜପଥ ୨୬ ରେ ଗାଡି ଚଳାଚଳ ସ୍ବାଭାବିକ ରହିଥିବା ବେଳେ ଡ୍ରାଇଭର ମହାସଙ୍ଘ ପକ୍ଷରୁ ପ୍ରତିବାଦ ଓ ୧୦ ଦଫା ଦାବି ପୁରଣ କରିବାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଳି କୁହାଯାଇଛି।

ମସିହା ନିଉଜ ସର୍ଭିସ୍ 

Related posts

ବଡବସୁଲ ଗ୍ରାମଠାରେ ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ

Sunil Chandra Nayak

ଡାବୁଗାଁରେ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଯୋଗଦାନ ରେ ଖୁସିର ମାହୋଲ 

masiha

ଜନ ମଙ୍ଗଳ (ରସୋଳ )ପକ୍ଷରୁ ବହୁବିଧ ସେବା ପ୍ରଦାନ କାର୍ଯକ୍ରମ ଆରମ୍ଭ 

masiha

Leave a Comment

error: Content is protected !!