ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚକ ଅଖ ବନ୍ଦରେ ଜନଜୀବନ ବିପର୍ଯ୍ୟସ୍ତ : ଢେଙ୍କାନାଳ ଜିଲ୍ଲା ସମ୍ପୂର୍ଣ୍ଣ ପ୍ରଭାବିତ

ଢେ଼ଙ୍କାନାଳ (ମ ସୀ ହା) ସାରା ରାଜ୍ୟ ରେ ଚକ ଅଖ ବନ୍ଦ ରହିଥିବା ବେଳେ ଜିଲ୍ଲା ର ୮ଟି ବ୍ଲକ୍ ରେ ଗାଡ଼ି ଚଳା ଚଳ ବନ୍ଦ ରହିବା ସହିତ ଜନ ଜୀବନ ବିପର୍ଯ୍ୟସ୍ତ ହୋଇଛି । ଏଥି ନେଇ ଢେ଼ଙ୍କାନାଳ ସଦର ବ୍ଲକ, ଓଡ଼ାପଡ଼ା, ଗାନ୍ଦିଆ,ହିନ୍ଦୋଳ ,କଙ୍କଡ଼ାହାଡ଼ , ପରଜଙ୍ଗ ଓ ଭୁବନ ସମସ୍ତ ବ୍ଲକ୍ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି।ଯାହା ଫଳରେ ସକାଳୁ କେବଳ ଅତ୍ୟାବଶ୍ୟକ ସେବା ଯଥା ଆମ୍ବୁଲାନ୍ସ ,୧୦୮ ଆମ୍ବୁଲାନ୍ସ ,ଅଗ୍ନିଶମ ବିଭାଗ,ସରକାରୀ ବସ୍ ଓ ମେଡିକାଲ କୁ ଯାଉଥିବା ଜରୁରୀ କାଳୀନ ଗାଡ଼ି ଗୁଡ଼ିକଚଳା ଚଳ କରୁଥିବା ବେଳେ ଅନ୍ୟ ସମସ୍ତ ଗାଡ଼ି ବନ୍ଦ ରହିଛି । ଏଥିନେଇ  ଓଡ଼ପଡ଼ା ବ୍ଲକ୍ ର ଗୁଡିଆ କାଟେନିଛକ, ମୋଟଙ୍ଗା, ଭୂଷଣ ଛକ, ହିନ୍ଦୋଳ ରୋଡ, ସିମିନଇ, ଢେ଼ଙ୍କାନାଳ ବାଇପାସ , ହିନ୍ଦୋଳ ବ୍ଲକ୍ ର ସାତ ମାଇଲି, ରାସୋଳ, ଖଜୁରିଆକଟା , ଗୁଲେହି,କାମାକ୍ଷା ଉପଖଣ୍ଡର ବାଉଁଶ ପାଳ ଛକ,ପଥରଖୁମ୍ବ ଛକ ,ପରଜଙ୍ଗ ଛକ ,ପିତିରି ଛକ ,କଙ୍କଡ଼ାହାଡ଼ ,ବାଟ ଗାଁ, ବିରାଶାଳ ,ମହାବୀର ରୋଡ , ମଠକରଗୋଳା,ଭୁବନ , ଯୋରନ୍ଦା, ମାଳପୁରା, ଅନନ୍ତପୂର , ଯମୁନକୋଟ ଆଦି ଛକ ର ମୁଖ୍ୟ ରାସ୍ତା ଅବରୋଧ କରିବା ସହ ଧାରଣା ଓ ପ୍ରତିବାଦ ଚାଲୁରହିଛି । ସଂଘ ପକ୍ଷରୁ ଯେଉଁ ୧୦ ଦଫା ଦାବି ରହିଛି ସରକାର ତାହା ପୂରଣ ନ କରିବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପାଇଁ ଏହା ଚାଲୁ ରହିବ ବୋଲି ରାଜ୍ୟର ୬ ଟି ସଂଗଠନର କର୍ମକର୍ତ୍ତା ମାନେ ଚେତାବନୀ ଦେଇଛନ୍ତି ।

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜଳବାୟୁ ପରିବର୍ତ୍ତନକୁ ଅନୁକୂଳ କରିବା ପାଇଁ ଗ୍ରାମ ପଞ୍ଚାୟତର ଭୂମିକା ଉପରେ ତାଲିମ 

Sunil Chandra Nayak

ମ.ରାମପୁର ରେ ୩୪ ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ

Sunil Chandra Nayak

ରାଜ୍ୟସ୍ତରୀୟ ବିଶ୍ଵ ରେକର୍ଡ ପାଳନ ମହୋତ୍ସବ

Leave a Comment

error: Content is protected !!