ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଲମପୁର ବ୍ଳକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ

ଥିଆମୂଲ୍ ରାମପୁର  :୨୪/୨- ମସୀହା:- କଲମପୁର ବ୍ଳକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶାନ୍ତିଶୃଙ୍ଖଳା ଭାବରେ ଶେଷ ହୋଇଯାଇଛି। ଏହି ବ୍କକରେ ସର୍ବମୋଟ ଭୋଟର ସଂଖ୍ୟା ୪୪୩୦୮ ସେଥିରୁ ୩୭୦୧୮ ଭୋଟର ମତଦାନ କରିଛନ୍ତି ଯାହାକି ୮୩.୫୫% ଭୋଟ ଦେଇଛନ୍ତି। ପୁରୁଷ ଭୋଟର ସଂଖ୍ୟା ୨୨୩୧୭ ଥିବାବେଳ ୧୮୭୫୨ ଭୋଟର ଭୋଟ ଦେଲେ ୮୪.୦୩% ଭୋଟ ପଡିଛି। ମହିଳା ଭୋଟର ସଂଖ୍ୟା ୨୧୯୯୧ ଭୋଟ ଦେଲେ ୧୮୨୬୬ ଜଣ ଭୋଟ ଦେଲେ ଭୋଟ ଦେଇଥିବା ମହିଳା ହାର ହେଲା ୮୩.୦୬% ହୋଇଥିବା ଜଣାପଡିଛି

ଏହି ବ୍ଳକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପଞ୍ଚମ ପର୍ଯ୍ଯାୟ ଗୁରବାର ୧୧ ଗୋଟି ଗ୍ରାମପଞ୍ଚାୟତର ୧୩୧ଟି ବୁଥରେ ମତଦାନ ଶେଷ ହୋଇଯାଇଛି । ବ୍ଳକରେ ଦୁଇ ଗୋଟି ଜିଲ୍ଳାପରିଷଦ ଜୋନରେ ୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବାବେଳେ ୧୩୧ ବୁଥରେ ୪୩୯ ଜଣ କର୍ମଚାରୀ ନିୟୋଜିତ ଥିଲେ। ସର୍ବମୋଟ ୪୪,୩୦୮ଭୋଟର ରହିଥିବାବେଳେ ୮୩%ଶତକଡା ମତଦାନହୋଇଛି। ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପାର୍ଥି ମାନଙ୍କ ମଧ୍ୟରୁ ୱାର୍ଡମେମ୍ବର ୧୫୧ ପାର୍ଥୀ ରହିଥିବା ବେଳେ ୬୯ ୱାର୍ଡମେମ୍ବର ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ୫୨ ଜଣ ସରପଞ୍ଚ ପ୍ରାର୍ଥୀ ରହିଥିଲେ ସେଥିରୁ ଜଣେ ସରପଞ୍ଚ ନିର୍ଦ୍ୱନ୍ଦରେନିର୍ବାଚିତ ହୋଇଛନ୍ତି । ସେହିପରି ୫୭ଜଣସମିତି ସଭ୍ୟ ପ୍ରାର୍ଥୀ ଓ ୯ ଜଣ ଜିଲ୍ଲାପରିଷଦ
ରହିଛନ୍ତି। ତେବେ ନିର୍ବାଚନ ଶେଷ ହୋଇଯାଇଛି। ସମୟ କହିବ ଭାଗ୍ୟ କାହା ସପକ୍ଷରେ ଭୋଟର ମତଦାନ କରିଛନ୍ତି ତାହା ଆଗାମୀ ଦିନରେ ଜଣାପଡିବ ।
ନିର୍ବାଚନ ପାଇଁ ବ୍ଳକ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ଭାବରେ ନିର୍ବାଚନ ଶେଷ ହୋଇଥିବା ଜଣାପଡିଛି।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଜୁନାଗଡ଼ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ୩ ପଞ୍ଚାୟତବାସୀଙ୍କ ବିକ୍ଷୋଭ

ବିକଳାଙ୍ଗ ଝିଅର ବ୍ୟାଙ୍କ ପାସବୁକ୍ କରିବାକୁ ନିବେଦନ 

Sunil Chandra Nayak

ଡମ୍ବରୁଗଡ଼ ମହୋତ୍ସବ ଦ୍ଵିତୀୟ ସନ୍ଧ୍ୟା : ବୌଦ୍ଧ ଜ଼ିଲ୍ଲା ର ପ୍ରାକୃତିକ ସୌନ୍ଦର୍ଯ୍ୟ ର ଅପରୂପ ଭଣ୍ଡାର -ଡମ୍ବରୁଗଡ଼

Sunil Chandra Nayak

Leave a Comment

error: Content is protected !!