ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜେପି ପକ୍ଷରୁ ବାଣପୁର ପଞ୍ଚୁଦୋଳ ଯାତ୍ରା ପଡିଆକୁ ସଫେଇ !!!

ବାଣପୁର:- ସରିଛି ଓଡିଶା ପ୍ରସିଦ୍ଧ ବାଣପୁର ପଞ୍ଚୁଦୋଳ ଯାତ୍ରା। ଯାତ୍ରା ସରିଯାଇଛି ହେଲେ ଲକ୍ଷ୍ୟଧିକ ଭକ୍ତଙ୍କ ସମାବେଶରେ ସମ୍ପୂର୍ଣ ଅଳିଆ ଆବର୍ଜନା ହୋଇ ପଡିଛି ପଲଟଣ ପଡ଼ିଆ। ପ୍ରଦାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ କ୍ରମେ ପଡ଼ିଆ ମଧ୍ୟରେ ପଢ଼ି ରହିଥିବା ସମସ୍ତ ଅଳିଆ ଆବର୍ଜନା କୁ ସଫେଇ କରିବା ପାଇଁ ଆଗେଇ ଆସିଛି ବିଜେପି। ବାଣପୁର ବିଜେପି ମଣ୍ଡଳ ସଭାପତି ଭଗବାନ ପ୍ରଧାନ ଓ ଯୁବମୋର୍ଚା ସଭାପତି ଅମିତାଭ ପଟଯୋଶୀ ଙ୍କ ନେତୃତ୍ୱରେ କିଛି ବିଜେପି କର୍ମୀ ଚାରିଦିନ ଧରି ପଲଟଣ ପଡିଆ ମଧ୍ୟରେ ପଢ଼ି ରହିଥିବା ସମସ୍ତ ଅଳିଆ ଆବର୍ଜନା କୁ ସଫା କରିଥିବାର ଦେଖିବାକୁ ମିଳିଥିଲା। ଏହି ସଫେଇ କାର୍ଯ୍ୟକ୍ରମରେ ବାଣପୁର ବିଜେପି ମଣ୍ଡଳ ସଭାପତି,ଯୁବମୋର୍ଚା ସଭାପତି ଙ୍କ ସଭାପତିଙ୍କ ସମେତ ବିଜ୍ଞାପିତ ଅଞ୍ଚଳ ପରିଷଦର କିଛି କାଉନସିଲର ଓ ବିଜେପିର ବହୁକର୍ମୀ ସାମିଲ ହୋଇଥିଲେ ।

ବାଣପୁର ରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ଗୁରୁ ଗୌରବ ସମ୍ମାନରେ ସମ୍ମାନିତ ହେଲେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅସିତ୍ କୁମାର ଜେନା

masiha

ଜିଲ୍ଲା ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଆଇନ ସଚେତନତା କାର୍ଯ୍ୟକ୍ରମ 

masiha

ଜିଲ୍ଲା କଂଗ୍ରେସ କାର୍ଯ୍ଯାଳୟରେ ବିଶ୍ବ ରତ୍ନ ବାବା ସାହେବ ଆମ୍ବେଦକର ଙ୍କ ୧୩୨ ତମ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!