ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ୍ରାଇଭର ମହାସଂଘ କୁ ପୁର୍ଣ ସମର୍ଥନ ଜଣାଇଲା ଜିଲ୍ଲା ଯୁବ କଂଗ୍ରେସ , ଯୋଗ ଦେଲେ ଜିଲ୍ଲା ପରିଷଦ ସଭ୍ୟା ଡ. ଲିପିକା ମାଝୀ

ମଡାବୁଗାଁ, ୧୬/୩ (ମ.ନି.ସ.) – ଗୁରୁବାର ଡାବୁଗାଁ ଠାରେ ଓଡିଶା ଡ୍ରାଇଭର ମହାସଙ୍ଗ ର ଆନ୍ଦୋଳନ ଦ୍ୱତୀୟ ଦିନରେ ଶାନ୍ତି ଶୃଙ୍ଖଳା ସହ ପାଳନ କରାଯାଇଛି | ଜାତୀୟ ରାଜପଥ ପାର୍ଶରେ ଚାଲିଥିବା ଏହି ଆନ୍ଦୋଳନ କୁ ଜିଲ୍ଲା ଯୁବ କଂଗ୍ରେସ ସମର୍ଥନ ଜଣାଇ ତାଙ୍କ ଦାବି ନ୍ୟାର୍ଯ୍ୟ ଦାବି ବୋଲି ମହାସଂଘ ସହ ଆନ୍ଦୋଳନ ରେ ଜଡିତ ହୋଇଥିଲେ | ଏହି ପରିପ୍ରେକ୍ଷୀରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଦ୍ୱାରିକା ମହାପାତ୍ର ଓଡିଶା ର ସବୁ ସ୍ଥାନରେ ଚାଲିଥିବା ଏହି ଆନ୍ଦୋଳନ କୁ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଛନ୍ତି | ବର୍ତମାନ ବିଧାନସଭା ବଜେଟ ସତ୍ରରେ ମହାସଂଘ ର ଉପରିସ୍ଥ କର୍ମଚାରୀ ଙ୍କ ସହ ଆଲୋଚନା କରି ତାଙ୍କ ଏହି ଦଶ ଦଫା ଦାବିକୁ ମାନି ଏହାର ସ୍ଥାୟୀ ସମାଧାନ କରିବାକୁ ଦାବି ଜଣାଇଛନ୍ତି | ଏହି ଅବସରରେ ପାପଡାହାଣ୍ଡି ବ୍ଲକ ଜିଲ୍ଲା ପରିଷଦ ସଭ୍ୟା ଡ଼. ଲିପିକା ମାଝୀ ସରକାରୀ ଓ ବେସରକାରୀ କ୍ଷେତ୍ରରେ ଡ୍ରାଇଭର ମାନଙ୍କ ଭୂମିକା ଅତୁଳନୀୟ , ସେମାନଙ୍କ ଯୋଗୁଁ ଯେକୌଣସି କାମ ସୁରୁଖୁରୁରେ ଚାଲୁଛି , ସେମାନଙ୍କ ଏହି ଦଶ ଦଫା ଦାବି ନ୍ୟାର୍ଯ୍ୟ ଦାବି , ସରକାର ଯଦି ସମସ୍ୟାର ସମାଧାନ ଜଲଦି ନକରନ୍ତି ତାହେଲେ ଡ୍ରାଇଭର ମହାସଂଘ ସହ ଜିଲ୍ଲା ଯୁବ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି | ଏହି ଅବସରରେ ଡାବୁଗାଁ ବ୍ଲକ ଡ୍ରାଇଭର ମହାସଙ୍ଘ ଆନ୍ଦୋଳନ ସ୍ଥାନରେ ପହଞ୍ଚି ଉପ ସଭାପତି  ପ୍ରକାଶ ଚନ୍ଦ୍ର ପଣ୍ଡା,ପୁର୍ବତନ ବ୍ଲକ ଅଧକ୍ଷ ବଂଶୀଧର ମାଝୀ, ବ୍ଲକ ଯୁବ ସଭାପତି ଶଶିଧର ମାଝୀ ପ୍ରମୁଖ ଜିଲ୍ଲା ଯୁବ ସଭାପତି ଶ୍ରୀ ମହାପାତ୍ର ଓ ପାପଡାହାଣ୍ଡି ଜିଲ୍ଲା ପରିଷଦ ସଭ୍ୟା ଡ୍ରାଇଭର ୟୁନିଫର୍ମ ପରିଧାନ କରି ଉପସ୍ଥିତ ରହି ତଦନୁରୁପ ଆନ୍ଦୋଳନରେ ସାମିଲ୍ ହୋଇ ସମର୍ଥନ ଜଣାଇଥିଲେ। ଡାବୁଗାଁର ସମସ୍ତ ଡ୍ରାଇଭର କର୍ମକର୍ତ୍ତାଙ୍କ ସହ ସମସ୍ତ ଡ୍ରାଇଭର କଂଗ୍ରେସ କର୍ମକର୍ତ୍ତାମାନେ ଆନ୍ଦୋଳନକୁ ସମର୍ଥନ କରି ଥିବାରୁ ସେମାନଙ୍କୁ ସ୍ଵାଗତ ଓ ସାଧୁବାଦ ଜଣାଇଥିଲେ ।

   
     ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜୀବନ ଯୁଦ୍ଧରେ ହାରିଗଲେ ଯୁବ ସାମ୍ବାଦିକ

Sunil Chandra Nayak

ରାଇରଙ୍ଗପୁର ଷ୍ଟାଡିୟମ ପଡ଼ିଆରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ୭୯ ତମ ସ୍ବାଧୀନତା ଦିବସ ପାଳିତ

Sunil Chandra Nayak

ଟ୍ରାକ୍ଟର ଚାଳିତ ମାଣ୍ଡିଆ ମଞ୍ଜିବୁଣା ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶନ

masiha

Leave a Comment

error: Content is protected !!