ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଏ.ବି.ଭି.ପି. ର ଛାତ୍ର ସମାବେଶ, ଜିଲ୍ଲାପାଳଙ୍କୁ ପ୍ରଦାନ କଲେ 12 ଦଫା ଦାବିପତ୍ର !

ଜଗତସିଂହପୁର :-16/03/23 ::-ବିଦ୍ୟାର୍ଥୀ ମାନଙ୍କର ହିତସାଧନ ନିମନ୍ତେ ଶିକ୍ଷାସୁରକ୍ଷା ଏବଂ ନିଯୁକ୍ତି ଭିତ୍ତିକ ରୋଜଗାର କୁ ତ୍ୱରାନ୍ୱିତ କରାଇବାକୁ ଦୃଷ୍ଟିରେ ରଖି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଆନୁକୂଲ୍ୟରେ,ଜଗତସିଂହପୁର ଠାରେ ଏକ ବିଶାଳ ଛାତ୍ର ସମାବେଶ ଅନୁଷ୍ଠିତ ହୋଇଯାଇଛି ! ଜିଲ୍ଲାର 12 ଗୋଟି ମହାବିଦ୍ୟାଳୟର ପାଖାପାଖି 200 ଛାତ୍ରଛାତ୍ରୀ ସମାବେଶରେ ଅଂଶ ଗ୍ରହଣ କରିଥିଲେ !।ଜଗତସିଂହପୁର ଏସ.ଭି.ଏମ. କଲେଜ ଛକଠାରୁ ସମବେତ ଛାତ୍ରଛାତ୍ରୀ ମାନେ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଂଚି, ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱାରୀ ଙ୍କୁ ଜିଲ୍ଲାର ବିଭିନ୍ନ ଶିକ୍ଷା ସମସ୍ୟା ସହିତ ସାମାଜିକ ସମସ୍ୟା ଓ ରୋଜଗାର ର 12 ଦଫା ଦାବିପତ୍ର ପ୍ରଦାନ କରିଛନ୍ତି !ଏହି ସମାବେଶରେ କଟକ ବିଭାଗ ସଂଯୋଜକ ଭବାନୀ ଶଙ୍କର ଦାସ ଯୋଗଦେଇ ଶିକ୍ଷାର ବିଭିନ୍ନ ସମସ୍ୟା, ସ୍ଥାନୀୟ ସମସ୍ୟା,ଓ ତାର ସମାଧାନ ଉପରେ ମତ ରଖିଥିଲେ !ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଂଯୋଜକ କେ. ବି. ପ୍ରିୟତୋଷ, କପିଳ ସ୍ୱାଇଁ, ଜିଲ୍ଲା ପ୍ରମୁଖ ମନ୍ମଥ ପୃଷ୍ଟି, ରାଜ୍ୟ କାର୍ଯ୍ୟକାରିଣୀ ଭବତୋଷ ରାଉତ,ରାକେଶ ଜେନା, ନଗର ସମ୍ପାଦକ ଜ୍ୟୋତି ରଞ୍ଜନ ପରିଡା,ସହ ସମ୍ପାଦକ ପ୍ରୀତିରଞ୍ଜନ ସାହୁ,ତପନ ଦାସ,ନଗର ବିସ୍ତାରକ ଦେବାଶିଷ ଦାଶ ପ୍ରଭୃତି କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ନିଜ ନିଜର ପ୍ରତିକ୍ରିୟା ରଖି ଥିବାର ଦେଖାଯାଇଥିଲା !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ନାରୀ ଶକ୍ତି ବନ୍ଦନ ଆଇନ କୁ ବିରୋଧ କରିଥିବା ଇଣ୍ଡି ମେଣ୍ଟ ବିରୋଧ ରେ ଜନ ଆକ୍ରୋଶ ମହିଳା ସମାବେଶ

Sunil Chandra Nayak

ଆଳି ନିର୍ବାଚନ ମଣ୍ଡଳୀ ର ବିଜେପି ୨ ନମ୍ବର ଜୋନ୍ କର୍ମକର୍ତ୍ତା ବୈଠକ ଅନୁଷ୍ଠିତ

masiha

ବିଜେପି କର୍ମୀଙ୍କ ସହିତ ରାଜ୍ୟ ବରିଷ୍ଠ ନେତା ଗୋଲକ ମହାପାତ୍ରଙ୍କ ଭେଟଘାଟ

Sunil Chandra Nayak

Leave a Comment

error: Content is protected !!