ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦେପୁର ପଞ୍ଚାୟତର ବାଲିଛଡ଼ା ଗ୍ରାମର ୫ ନଂ ୱାଡ଼ରେ ମୌଳିକ ସୁବିଧା ଦାବିରେ ଭୋଟ ବର୍ଜ୍ଜନ

କଲମପୁର :୨୪/୨- ମସୀହା:- କଳାହାଣ୍ଡି ଜିଲ୍ଲା କଲମପୁର ବ୍ଳକ ଦେପୁର ଗ୍ରାମ ପଞ୍ଚାୟତ ଭୋଟ ବର୍ଜନ କଲେ ବାଲିଛଡ଼ା ୫ ନମ୍ବର ୱାର୍ଡବାସୀ । ଆଜି କଳାହାଣ୍ଡି ଜିଲ୍ଲାର ତିନୋଟି ବ୍ଳକ ରେ ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେଉଥିବା ବେଳେ କଲମପୁର ବ୍ଳକ ରେ ମଧ୍ୟ ନିର୍ବାଚନ ଚାଲିଥିବା ବେଳେ ଦେପୁର ଗ୍ରାମପଂଚୟ ବାଲିଛଡ଼ା ଗ୍ରାମର ୫ ନମ୍ବର ୱାର୍ଡବାସୀ ଭୋଟ ବର୍ଜ୍ଜନ କରିଛନ୍ତି । ଗାଁକୁ ରାସ୍ତା , ଗରିବ ହିତାଧିକାରୀଙ୍କୁ ପକ୍କାଘର,ପାନୀୟ ଜଳ , ସ୍କୁଲ କୋଠା ନିର୍ମାଣ , ଅଙ୍ଗନବାଡି ସେଣ୍ଟର ନିର୍ମାଣ, ହାତୀନଦୀ କୂଳ ସୁରକ୍ଷା ଭଳି ଅନେକ ମୌଳିକ ସୁରକ୍ଷାର ସମାଧାନ କରାଯାଉ ବୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି ୱାଡ଼ ବାସୀ । ହାତୀ ନଦୀ କୂଳରେ ଅବସ୍ଥିତ ଏହି ଗାଁ ଲୋକେ ମୌଳିକ ସୁବିଧା ଦାବିରେ ଭୋଟ ବର୍ଜ୍ଜନ କରିଥିବା ଜଣାପଡିଛି। ନଦୀ କୂଳରେ ଅବସ୍ଥିତ ଯୋଗୁଁ ବର୍ଷା ଦିନ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ।ଗାଁ ରେ ୪ ନମ୍ବର ଓ ୫ ନମ୍ବର ୱାର୍ଡ ରହିଛି।ତେବେ ଗୋଟିଏ ୱାର୍ଡ ରେ ଭୋଟ ଗ୍ରହଣ ହେଉଥିବା ବେଳେ ଅନ୍ୟ ୱାର୍ଡ ରେ ଭୋଟ ଗ୍ରହଣ ବନ୍ଦ ରହିଛି। ପୁଲିଙ୍ଗ କର୍ମଚାରୀ ସକାଳ ୭ଟାରୁ ଅପେକ୍ଷା କରିଥିଲେ ମଧ୍ୟ କେହି ଭୋଟର ଭୋଟ ଦେବା ପାଇଁ ଯାଇନାହାନ୍ତି।ଅଭିଯୋଗ ଅନୁସାରେ ଜଣାପଡିଛି ଯେ, ଉକ୍ତ ୱାର୍ଡ ରେ ୪ବର୍ଷ ହେଲା ସ୍କୁଲ ଅନ୍ୟତ୍ର ବନ୍ୟା ଆଶ୍ରୟ ସ୍ଥଳରେ ସ୍ଥାନାନ୍ତର ହୋଇଥିବା ବେଳେ ଦୀର୍ଘ ଦିନ ରୁ ରାସ୍ତା, ପାନୀୟ ଜଳ ଭଳି ମୌଳିକ ସମସ୍ୟା ଲାଗି ରହିଛି।ଅନ୍ୟପକ୍ଷରେ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ଅନ୍ୟ ୱାର୍ଡ ରେ ରହିଛି। ସେ ସମସ୍ୟା ଗୁଡିକକୁ ଆଖିଆଗରେ ରଖି ଆଜି ଭୋଟ ବର୍ଜନ କରାଯାଇଛି। ଏ ବିଷୟରେ କଲମପୁର ବିଡ଼ିଓ ପ୍ରସନ୍ନ କୁମାର ପଟେଲଏବଂ ଜିପିଓ କରୁଣାକର ବାଗଙ୍କୁ ମତାମତ ନେବାରୁ ବାଲିଛଡ଼ା ଗ୍ରାମ ୫ୱାଡ଼ର ସମସ୍ୟା ସମ୍ପର୍କରେ ଆମକୁ ଆଗରୁ ଅଭିଯୋଗ କରି ନ ଥିଲେ। ଯଦି ଅଭିଯୋଗ କରିଥାନ୍ତେ ତାହେଲେ ଆଗରୁ ସମାଧାନ କରିଥାନ୍ତୁ ବୋଲି ମତ ରଖିଥିଲେ । ଭୋଟ ବର୍ଜନ ସମାଧାନ କରିବାପାଇଁ ବିଡିଓ ଶ୍ରୀପଟେଲ ଅନେକ ବୁଝାସୁଝା ମଧ୍ୟ କରିଥିଲେ ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ମାମି ପାତ୍ର ଙ୍କ ଗଳ୍ପ ମାଆର ମହନୀୟତା

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ବଗାଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଵାଲା ଓ ପୋଷଣ ବଗିଚା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!