ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅବକାରୀ ବିଭାଗର ମଧୁଚନ୍ଦ୍ରିକାରେ ପୁଣି ଚଢା ଦରରେ ବିକ୍ରି କରୁଛନ୍ତି ବିଦେଶୀ ମଦ ଦୋକାନୀ

ଗୋଳାମୁଣ୍ଡା/ମସିହା/୨୫/୨/କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକର ଗୋଳାମୁଣ୍ଡା ଠାରେ ଥିବା ବିଦେଶୀ ମଦ ଦୋକାନ ଖୁଲମ ଖୋଲା ଅବକାରୀ ବିଭାଗ ଜରିଆରେ ବିଜ୍ଞପ୍ତି ପାଇଥିବା ଦର ତାଲିକାକୁ ଫୁ କରି ଚଢା ଦରରେ ବିକ୍ରି ହେଉଥିବା ଅଭିଯୋଗ ହେଉଛି । ଚାରିଜଣ ମଦୁଆ ବିଦେଶୀ ଦୋକାନରୁ ମଦ ବୋତଲ କିଣିଥିବା ବେଳେ ବୋତଳରେଥିବା ପ୍ରିଣ୍ଟିଙ୍ଗ ମୂଲ୍ୟ ଠାରୁ ଚଢା ଦରରେ ବିକ୍ରି କରୁଥିବା ଏକ ଚିତ୍ର ସାମ୍ନାକୁ ଆସିଛି । ଗତ କିଛିଦିନ ତଳେ କେଗାଁରେ ଥିବା ବିଦେଶୀ ମଦଦୋକାନରେ ମନଇଚ୍ଛା ମଦ ବିକ୍ରି କରୁଥିଲେ । ଏନେଇ ଅନେକ ଥର ଗଣମାଧ୍ୟମରେ ପ୍ରକାଶ ପାଇଥିଲେ ସୁଦ୍ଧା ଅବକାରୀ ବିଭାଗ ଓ ବିଦେଶୀ ମଦ ଦୋକାନ ମାଲିକ ସହିତ ସଲାସୁତୁରା ହୋଇ ଦୋକାନ ମାଲିକକୁ ଅବକାରୀ ବିଭାଗ ପ୍ରୋତ୍ସାହନ ଦେବା ଘଟଣା ଏଠାରେ ଉଦବେଗ ପ୍ରକାଶ ପାଇଛି । ରୋୟାଳ ଷ୍ଟାଗ ୩୭୫ ମିଳିଲିଟରକୁ ୪୦୦ଟଙ୍କା ନେଉଥିବା ବେଳେ ପ୍ରିଣ୍ଟିଙ୍ଗ ମୂଲ୍ୟ ୩୭୦ଟଙ୍କା ଅଛି ବାକି ୩୦ଟଙ୍କା ଚଢା ଦରରେ ବିକ୍ରୟ କରିବା ଯୁକ୍ତିଯୁକ୍ତ କି ? ଗତ କିଛି ଦିନ ତଳେ ଜଣେ ଜୈନିକ ବ୍ୟକ୍ତି କେଗାଁ ବିଦେଶୀ ମଦ ଦୋକାନରେ ବିକାର୍ଡି ଲିମନ ୩୭୫ ମିଳି ଲିଟରର ଏକ ବୋତଲ ୫୨୦ ଟଙ୍କା ଦେଇ କିଣିଥିବା ଅଭିଯୋଗ କରିଥିଲେ । ଅବକାରୀ ବିଭାଗ ଧାର୍ଯ୍ୟ ମୁତାବକ ୪୮୦ଟଙ୍କା ଥିବାବେଳେ ବୋତଲ ପିଛା ୪୦ଟଙ୍କା ଚଢା ଦରରେ ବିକ୍ରୟ କରିବା ଦୁର୍ଭାଗ୍ୟଜନକ ବୋଲି ମଦୁଆ ମାନଙ୍କ ଅଭିଯୋଗ ହେଉଛି । ଚଢା ଦରରେ ବିକ୍ରୟ କରିବା ପଛରେ ସମ୍ପୂର୍ଣ୍ଣ ଅବକାରୀ ବିଭାଗର ହାତ ଅଛି ବୋଲି ଲୋକଲୋଚନରେ ଚର୍ଚ୍ଚା ହେଉଛି । ଏହାକୁ ଦୃଷ୍ଟିରେ ରଖି କଳାହାଣ୍ଡି ଅବକାରୀ ବିଭାଗ ଆରକ୍ଷୀଅଧିକ୍ଷକ ପଦକ୍ଷେପ ନେବେ ବୋଲି ସାଧାରଣରେ ଦାବିହେଉଛି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ମସିହା ନିଉଜ୍,

Related posts

ଇନରହୁଇଲ କ୍ଲବ ରାଉରକେଲା ରିଭରସାଇଡ ଡିଷ୍ଟ୍ରିକ୍ଟ ଅଧ୍ୟକ୍ଷା ଙ୍କ ରାଉରକେଲା ଗସ୍ତ

Sunil Chandra Nayak

ଚଳିତ ଛତରଯାତ୍ରା ପର୍ବ ରେ ପଶୁ ବଳିକୁ ନିରୁତ୍ସାହିତ ନିମନ୍ତେ ସଚେତନତା ବୈଠକ

Sunil Chandra Nayak

ବରିଷ୍ଠ ମାନଙ୍କୁ ସମ୍ମାନ ଜଣାଇଲେ ବିଧାୟକ

Sunil Chandra Nayak

Leave a Comment

error: Content is protected !!