ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡା ଜିଲ୍ଲା ପ୍ରାଚୀନ ମୁଖ୍ୟ ଫାଟକ ଭୁସଡି ପଡିଲା, ପୋଲିସ ବସ ଗାଡି ପଛ ପଟେ କ୍ଷତି ହେବା ସୂଚନା 

ନୂଆପଡା, // ନୂଆପଡା ଜିଲ୍ଲା ଗଠନ ହେବା ପରେ ୧୯୯୩ ମସିହା ଏପ୍ରିଲ ୧ ତାରିଖ ଦିନ ଠାରୁ ବିଧିବିଦ୍ଧ ଭାବରେ ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥାପିତ ହୋଇଥିଲା। ସେହି ଦିନଠାରୁ ୩୫୩ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଠାରେ ଏକ ମୁଖ୍ୟ ଫାଟକ ନିର୍ମାଣ ହୋଇଥିଲା। ଆଜି ସେହି ଫାଟକ ଭୁଷଡି ଯାଇଥିବା ବେଳେ ବିଶେଷ କ୍ଷତି ହେବାର ସୂଚନା ନାହିଁ। ଏହି ଫାଟକ ଦେଇ ପାଞ୍ଚ ମିନିଟ ପୂର୍ବେ ଜିଲ୍ଲାପାଳ ଗସ୍ତ କରିଥିଲେ। ପୋଲିସ ଗାଡି ଅତିକ୍ରମ କରିଥିବା ବେଳେ ପଛ ପଟେ ଫାଟକ ଭୂଷଡି ପଡିଥିଲା। ଫଳରେ ପୋଲିସ ବସ ଗାଡିର ମଧ୍ୟ ସାମାନ୍ୟ କ୍ଷତି ହୋଇଥିବା ଅନୁମାନ କରାଯାଉଅଛି। ୩୦ ବର୍ଷ ପରେ ନିର୍ମାଣ ଫାଟକ ଭୁଷଡି ପଡ଼ିଅଛି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଭଗବତୀ ଚରଣ ପାଣିଗ୍ରାହୀଙ୍କ ତିରୋଧାନ ଦିବସ ପାଳିତ 

Sunil Chandra Nayak

ସିଆର୍‌ପିଏଫ୍ ତରଫରୁ ଜନ ସଂପର୍କ ଶିବିର

Sunil Chandra Nayak

ପରିକ୍ରମା ପକ୍ଷରୁ ଆଲୋଚନା ଚକ୍ର “ଅସନ୍ତୁଳିତ ଜଳବାୟୁ :ଅସୁରକ୍ଷିତ ବନ୍ୟପ୍ରାଣୀ “

Sunil Chandra Nayak

Leave a Comment

error: Content is protected !!