ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ତହସିଲ ପାଲଟିଛି ସ୍ଥାଣୁ : ଅଧିକାଂଶ ସମୟ ରେ ତହସିଲଦାର ଙ୍କ ଦେଖା ମିଳୁନି

ତେନ୍ତୁଳିଖୁଣ୍ଟି – ୧୭/୦୩/୨୩- ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ତହସିଲ ଗତ କିଛି ମାସ ହେଲା ଏକ ପ୍ରକାର ସ୍ଥାଣୁ ପାଲଟିଛି। ତହସିଲଦାର ପ୍ରଦୀପ କୁମାର କର ଙ୍କ ଅଧିକାଂଶ ସମୟ ରେ କାର୍ଯ୍ୟାଳୟ ରେ ଦେଖା ମିଳୁନି। ଏପରିକି ଅଭିଯୋଗ ହେଉଛି ବିନା ଛୁଟି ରେ ଗତ ୨୪ ଫେବୃୟାରୀ ୨୦୨୩ ରୁ ୧୪ ମାର୍ଚ୍ଚ ପର୍ଯ୍ୟନ୍ତ ତହସିଲଦାର କର ହେଡକ୍ୱାଟର ରେ ନଥିଲେ। ତହସିଲ ରେ ମ୍ୟୁଚେସନ ଓ ଏଲ ଏ କେଶ ,୧୦୭ସି ଆର ପି ସି କେଶ ,ଡି ମାର୍କେସନ ଆଦି ବିଳମ୍ବିତ ହେଉଥିବା ଅଭିଯୋଗ ଯୋଗୁଁ ନବରଙ୍ଗପୁର ବାର ଆସୋସିଏସନ ସଭାପତି ନରସିଂହ ନାଥ ତ୍ରିପାଠୀ ,ସମ୍ପାଦକ ରାମ ପ୍ରସାଦ ପାତ୍ର, ଉପସଭାପତି ବିଧୁ ଶେଖର ତ୍ରିପାଠୀ ସମେତ କିଛି ଆଇନଜୀବୀ ତହସିଲଦାର କର ଙ୍କୁ ଗତ 4 ଫେବୃଆରୀ ରେ ଭେଟି ଆଲୋଚନା କରିବା ସହ କେଶ ତ୍ୱରାନ୍ୱିତ କରି ଜନ ସାଧାରଣ ଙ୍କୁ ସେବା ଅଧିକାର ଆଇନ ଅନୁସାରେ ଧାର୍ଯ୍ୟ ସମୟରେ ସେବା ଯୋଗାଇ ଦେବାକୁ କହିଥିଲେ। ତଥାପି ଫଳ କିଛି ହୋଇନି। ଓଲଟା ସେ ଦୀର୍ଘ ଦିନ ଅନୁପସ୍ଥିତ ରହିଲେ। ଜନସାଧାରଣ ତହସିଲ କାର୍ଯ୍ୟାଳୟ ରୁ ସେବା ପାଇ ବାରୁ ବଂଚିତ ରହୁଛନ୍ତି। ତହସିଲ ଅଧୀନରେ ବିଭିନ୍ନ ରାଜସ୍ୱ ଆଦାୟ ରେ ମଧ୍ୟ ନିୟମିତତା ରହୁନି,ରାଜସ୍ୱ ଆଦାୟ ବିନା ରସିଦ ରେ ମଧ୍ୟ ଗ୍ରହଣ କରାଯାଉଛି ବୋଲି ଅଭିଯୋଗ ହେଉଛି। ବାଲି ,ଇଟାଭାଟି ଓ କୁଆଁରି ଆଦି ରୁ ମଧ୍ ରାଜସ୍ୱ ଆଦାୟ ରେ ନିୟମିତତା ରହୁନି କି ବେଆଇନ କାରୋବାରି ଙ୍କ ବିରୁଦ୍ଧରେ କିଛି କାର୍ଯ୍ୟାନୁଷ୍ଠାନ ହେଉନି। ତେନ୍ତୁଳିଖୁଣ୍ଟି ରେ ପ୍ରଦୀପ କର ତହସିଲଦାର ଭାବେ ଯୋଗ ଦେବା ପରଠୁ ତିନିଜଣ ବିଡିଓ ଙ୍କ ବ୍ଲକ ରୁ ବଦଳି ହୋଇଥିବା ବେଳେ ଦୀର୍ଘ ବର୍ଷ ହେବ ଗୋଟିଏ ସ୍ଥାନ ରେ ରହିଥିବାରୁ ଜନତା ଙ୍କୁ ଉଚିତ ସେବା ଦେଉ ନଥିବା ଅଭିଯୋଗ ହେଉଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଅପ୍ରେଲ ୬ ରୁ ୧୨ ଯାଏଁ ବହୁ ପ୍ରତିକ୍ଷିତ ସିଲ୍କ ସିଟି ମହୋତ୍ସବ

Sunil Chandra Nayak

ଜଙ୍ଗଲୀ ଭାଲୁ ଆକ୍ରମଣରେ ବ୍ୟକ୍ତି ଗୁରୁତର

Sunil Chandra Nayak

ସରlଗୁଡ଼ା ଗ୍ରାମରେ ମା ପେଣ୍ଡ୍ରାଣୀ ଠାକୁରାଣୀ ଯାତ୍ରା ସମ୍ପନ୍ନ 

masiha

Leave a Comment

error: Content is protected !!