ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ୟଜନ୍ତୁ ଓ ଜଙ୍ଗଳକୁ ନିଆଁ ଦାଉରୁ ରକ୍ଷା ପାଇଁ ସଚେତନତା ସଭା

ନର୍ଲା :(ମନିସ) କଳାହାଣ୍ଡି ଜିଲ୍ଲା ଉତ୍ତର ବନ ଖଣ୍ଡ ଅଧିନସ୍ଥ ନର୍ଲା ବନାଞ୍ଚଳ ଅନ୍ତର୍ଗତ ଚିପୁଲ୍ ନର୍ସରୀ ଠାରେ ଜଗଲ ବିଭାଗ ତରଫରୁ ଜଗଲ୍ ବନ୍ୟ ଜନ୍ତୁ ସୁରକ୍ଷା ଓ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷାକରିବା ପାଇଁ ଏକ ସଚେତନତା କାର୍ଯ୍ୟ କର୍ମ ଅନୁଷ୍ଠିତ ହୋଇଥିଲା। ନାର୍ଲା ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ପାଲ ତତ୍ତ୍ଵବାଧାନରେ ଚାଲିଥିବା ସଚେତନତା କାର୍ଯ୍ୟ କର୍ମ ରେ ବିଭିନ୍ନ ବିଭାଗ ତଥା ନର୍ଲା ଆଇ ଆଇ ସି ଗଙ୍ଗା ଧର ମେହେର, ନର୍ଲା ସରପଞ୍ଚ ତନୁଜା ହରପାଲ୍, ଦମକଳ ବିଭାଗର ସୁରେଶ ଛତର, ମିଶନ ଶକ୍ତିର ରୋହିତ ବିଶ୍ଵାଳ, ଯୋଗଦେଇ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପୁଙ୍ଖାନୁପୁଙ୍ଖ ଭାବରେଆଲୋଚନା କରିଥିଲେ। ଜଙ୍ଗଲକୁ ମାଁ ଭଳି ସମ୍ମାନ ଦେଇ ନିଜେ ବଞ୍ଚିବା ଓ ଜଙ୍ଗଲକୁ ବଞ୍ଚିଲେ ନିଜେ ବଞ୍ଚିବା ବୋଳି ନର୍ଲା ବନାଞ୍ଚଲ ଅଧିକାରୀ ଶ୍ରୀ ପାଲ୍ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କମର୍ଦ୍ଧା ଫରେଷ୍ଟର ନବୀନ ମାଝୀ, ନର୍ଲା ଫରେଷ୍ଟର ଭବାନୀ ଶଙ୍କର ନାଏକ, ନର୍ସରୀ ଗାର୍ଡ ସରିତା ପୁଝାରୀ, ଆମ ଜଙ୍ଗଲ ଯୋଜନା ର କାର୍ଯ୍ୟ କର୍ତ୍ତା ପଦ୍ମଲୋଚନ ସେନାପତି, ସମୀର କୁମାର ପ୍ରହରାଜ, ବାଗପୁର୍ ସରପଞ୍ଚ, ସର୍ଗୀଗୁଡ଼ା ସରପଞ୍ଚ, ଶେରଗଡ଼ ସରପଞ୍ଚ, ସହ ନାର୍ଲା ବ୍ଳକ୍ ର୧୪ଗୋଟି ଜଙ୍ଗଲ ସୁରକ୍ଷା କମିଟିର କାର୍ଯ୍ୟ କର୍ତ୍ତା ଓ ୩୫ , ଗୋଟି ସ୍ୱୟଂସହାୟକ ଗୋଷ୍ଠୀ ଏହି ମହତ କାର୍ଯ୍ୟରେ ସାମିଲ୍ ହୋଇଥିଲେ ।

ଦୀପକ କୁମାର ଠାକୁର/ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ବିଶ୍ଵ ବନ ଦିବସ-୨୦୨୪ ପାଳନ

masiha

ବିଧାୟକଙ୍କ ଉପସ୍ଥିତିରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ 

ବରମୁଣ୍ଡା ଶାରଦୀୟ ଦୁର୍ଗାପୂଜା, ସାଂସ୍କୃତିକ ସନ୍ଧ୍ୟା,ମନ ମୋହିଲା କଳିଙ୍ଗାୟନ ତୌର୍ୟତ୍ରିକମ ଅନୁଷ୍ଠାନ ର ନୃତ୍ୟାଙ୍ଗନା ମାନଙ୍କ ଓଡ଼ିଶୀ ନୃତ୍ୟ

Sunil Chandra Nayak

Leave a Comment

error: Content is protected !!