ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ତହସିଲଦାର ଙ୍କୁ ସୁରକ୍ଷା ଦେଉଛି କିଏ ? ଜିଲ୍ଲାପାଳଙ୍କ ନିର୍ଦେଶନାମା ଉଲଂଘନ ଓ ଉପଜିଲ୍ଲାପାଳ ନିଜେ ଅନୁଧ୍ୟାନ କରି ଚୁପ !

ତେନ୍ତୁଳିଖୁଣ୍ଟି ୧୮/୦୩/୨୩- ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ ତହସିଲଦାର ଙ୍କ ଅନୁପସ୍ଥିତି ସମ୍ପର୍କିତ ତଥ୍ୟ କୌଣସି ସୂତ୍ରରୁ ପାଇ ଗତ ମଙ୍ଗଳବାର ସନ୍ଧ୍ୟା ରେ ତହସିଲ କାର୍ଯ୍ୟାଳୟ ଆସି ସ୍ଥିତି ଅନୁଧ୍ୟାନ କରିଥିବା ପ୍ରକାଶ, ଉକ୍ତ ଦିନ ହିଁ ତହସିଲଦାର ଫେରିଥିଲେ ବୋଲି ସୂତ୍ର ରୁ ପ୍ରକାଶ। କିନ୍ତୁ ଉପଜିଲ୍ଲାପାଳ ରାଉତ ନିଜେ ତହସିଲ କାର୍ଯ୍ୟାଳୟ ଆସି ଅନୁଧ୍ୟାନ ପରେ ମଧ୍ୟ କିଛି ଦୃଷ୍ଣାନ୍ତ ମୂଳକ ସାଧାରଣ ଜନତା ତଥା ସେବା ଅଧିକାର ଆଇନ ପାଇଁ ପଦକ୍ଷେପ ନ ନେବା ଘଣ୍ଟ ଘୋଡାଇବା ଭଳି ବୋଲି ମତ ପ୍ରକାଶ ପାଇଛି। ତହସିଲଦାର ଙ୍କ ତଥାକଥିତ ଅନୁପସ୍ଥିତି ପାଇଁ ଅଫିସ ର କର୍ମଚାରୀ ଙ୍କ ଦରମା ମଧ୍ୟ ଧାର୍ଯ୍ୟ ସମୟରେ ମିଳିନଥିବା ଶୁଣିବାକୁ ମିଳୁଛି। ଜିଲ୍ଲାପାଳ ଙ୍କ ପତ୍ର ସଂଖ୍ୟା 247 ତା 11/05/22 ଟିଖ ପ୍ରକାରେ କୌଣସି ତହସିଲଦାର ଛୁଟିରେ ଯିବାକୁ ହେଲେ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଆବେଦନ କରିବେ ମଞ୍ଜୁର ହେବା ପରେ ହିଁ ଛୁଟିରେ ଯାଇ ପାରିବେ। କିନ୍ତୁ ତେନ୍ତୁଳିଖୁଣ୍ଟି ତହସିଲଦାର ପ୍ରଦୀପ କର ଙ୍କ ଅନୁପସ୍ଥିତି ସମ୍ପର୍କରେ ସେ ଅବଗତ ନଥିବା କହିବା ସହ ଅନୁସନ୍ଧାନ କରିବେ ବୋଲି ଅତିରିକ୍ତ ଜିଲ୍ଲା୍ପାଳ ଭାସ୍କର ରଇତ କହିଛନ୍ତି । ଇନ୍ଦ୍ରାବତୀ ପୁନର୍ବାସ ଥଇଥାନ ବିଭାଗ ର ପ୍ରକଳ୍ପ ପ୍ରସାଶକ ଦାୟିତ୍ୱ ତେନ୍ତୁଳିଖୁଣ୍ଟି ତହସିଲଦାର ରହିଛନ୍ତି। ଖବର ନେବାରେ ଜଣା ପଡିଲା ଫେବୃୟାରୀ ମାସ କି ଚଳିତ ମାସ ରେ ତହସିଲଦାର କର ପ୍ରକଳ୍ପ ର ପୁନର୍ବାସ ଥଇଥାନ କାର୍ଯ୍ୟାଳୟ କୁ ଆସି ନାହାନ୍ତି। ତହସିଲ କାର୍ଯ୍ୟାଳୟ ରେ ମ୍ୟୁଚେସନ ଓ ଡିମାର୍କେସନ ପାଇଁ କିଏ ତିନି ମାସ ତ କିଏ ଛ ମାସ ହେଲାଣି ଆବେଦନ କରି ଥିବା ବେଳେ କାର୍ଯ୍ୟ ହୋଇନ ଥିବା କହିଛନ୍ତି। ବାରଙ୍ଗ ପଦର ର ମାଧବ ଟାକ୍ରୀ ,ଡଙ୍ଗା ଝରଣ ର ଶିବ ପ୍ରସାଦ ହରିଜନ, ହିର୍ମିମୁଣ୍ଡା ର ରାଜୀବ ମାଝୀ ,ଟଭା ବେସ୍ର୍ରା, ପଣସ ପଦର ର ଜୟ ଦାନ ବେନ୍ୟା ପ୍ରମୁଖ ଏଭଳି ଅଭିଯୋଗ କରିଛନ୍ତି। ବର୍ତ୍ତମାନ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ପାଇଁ ଘରଡ଼ିହ ପଟ୍ଟା ବାଧ୍ୟତାମୂଳକ କରା ଯାଇଥିବାରୁ ଯୁଗ୍ମ ଭାବେ ଥିବା ଅବା ଜମି କିଣି ମ୍ୟୁଚେସନ ପାଇଁ ଆବେଦନ କରି ହଇରାଣ ହେଉଥିବା ଦେଖା ଯାଉଛି। 5 ଟି କଣ ପ୍ରହସନ ବୋଲି ମତ ପ୍ରକାଶ ପାଉଛି। ସରକାରୀ ସୁବିଧା ଗାଁ ଗାଁ ରେ ପହଂଚାଇବା ପାଇଁ ରାଜସ୍ୱ ରଥ ବୁଲୁଛି ,ସେତିକିବେଳେ ତେନ୍ତୁଳିଖୁଣ୍ଟି ତହସିଲ ରେ ଏଭଳି ସ୍ଥିତି କୁ ନେଇ ସରକାରୀ କାର୍ଯ୍ୟକ୍ରମ କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଆନ୍ତର୍ଜାତିକ ମହିଳା ଦିବସ ପାଳିତ

Sunil Chandra Nayak

ଭୀମଭୋଇ ସାମର୍ଥ୍ୟ ଶିବିର, ରାୟଗଡ଼ 

masiha

ପରଲୋକଗତ ଶିକ୍ଷକଙ୍କ ପରିବାରକୁ ଭେଟି ସାନ୍ତ୍ୱନା ଦେଲା ସିନାପାଲି ଶିକ୍ଷକ ସଂଘ

Leave a Comment

error: Content is protected !!