ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ସାଇ ବାବା ଙ୍କ ପାଲକି ଶୋଭାଯାତ୍ରା

ଢେଙ୍କାନାଳ ସାଇ ସତସଙ୍ଗ ସେବା ଟ୍ରଷ୍ଟ ତରଫରୁ ସାଇ ବାବା ଙ୍କ ପାଲକି ଶୋଭାଯାତ୍ରା ଶିରିଡି ରେ 18ତାରିଖ ଶନିବାର ମହା ଆଡମ୍ବର ରେ ଅନୁଷ୍ଠିତ ହୋଇଯାଇଛି.। ସକାଳ 8ଘଟିକାରେ ରେ ଶିରିଡି ର ଖଣ୍ଡବା ମନ୍ଦିର ରେ ସାଇ ସଂସ୍ଥାନ ର ମୁଖ୍ୟ ପୂଜକ ଓ ଅନୁଷ୍ଠାନ ର ଅଧକ୍ଷ ଶିବ ପ୍ରସାଦ ପଣ୍ଡା ଙ୍କ ଦ୍ୱାରା ବାବା ଙ୍କ ପୂଜା ହେବା ପରେ ବାବା ଙ୍କ ପାଲକି ଶିରିଡି ଗ୍ରାମ ପରିକ୍ରମା କରିଥିଲା।. ଦିନ 11 ଟା ରେ ପାଲକି ବାବା ଙ୍କ ସପ୍ତାଧି ମଣ୍ଡପ ରେ ପଂହଁଚିଲା ପରେ ହଜାର ହଜାର ଭକ୍ତ ଙ୍କୁ ପ୍ରସାଦ ବିତରଣ କରାଯାଇଥିଲା.। ଏହି ପାଲକି ରେ ଢେଙ୍କାନାଳ ରୁ 187 ଜଣ ଓ ଶିରିଡି ଗ୍ରାମ ରୁ ଶହ ଶହ ଶ୍ରଦ୍ଧାଳୁ ଘଣ୍ଟ ଖୋଳ ମୃଦଙ୍ଗ ସହିତ ସାମିଲ ହୋଇଥିଲେ।. ଏହି ପାଲିଙ୍କି ଶୋଭାଯାତ୍ରା ର ମୁଖ୍ୟ ଆକର୍ଷଣ ଥିଲା ମହାରାଷ୍ଟ୍ର ର ପ୍ରସିଦ୍ଧ ଚାଙ୍ଗୁଡ଼ି ବାଜା।. ସାଇ ବାବା ଙ୍କର ଜୟ ଜୟକାର ଧ୍ୱନି ରେ ଶିରିଡି ମାଟି ପ୍ରଙ୍କପିତ ହୋଇଥିଲା.। ସନ୍ଧ୍ୟା ରେ ଦ୍ୱାରାକା ମୟୀ ସାମ୍ନା ରେ 1000 ଭକ୍ତ ଙ୍କ ପାଇଁ ହଲୱା ପ୍ରସାଦ ବିତରଣ କରାଯାଇଥିଲା. । ସମସ୍ତ କାର୍ଯ୍ୟ କୁ ଟ୍ରଷ୍ଟ ର ସଦସ୍ୟ ଅମରେନ୍ଦ୍ର ଖୁଣ୍ଟିଆ ଅମରେନ୍ଦ୍ର ସାହୁ ରଘୁନନ୍ଦନ ସାହୁ ସୁବାସ ଦାସ ମୋନଜ ସାହୁ ଗୀତାଞ୍ଜଳି ମହାପାତ୍ର ଶାନ୍ତିଲତା ବେହେରା ସନ୍ତୋଷୀ ମାଝୀ ସାହାଯ୍ୟ କରିଥିଲେ ।

ଶୁଭମ ପାଣି ଙ୍କ ରିପୋର୍ଟ 

Related posts

ଜନ୍ମାଷ୍ଟମୀ….

masiha

ଉଦିତନଗର ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆସନ୍ତା ୨୭ ରୁ ୩୦…..

masiha

ଗାୟତ୍ରୀ ମହାଯଜ୍ଞର ଭାବପୂର୍ଣ୍ଣ ଉଦଯାପନୀ

Sunil Chandra Nayak

Leave a Comment

error: Content is protected !!