ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ରେ ଆଉଟ ସୋରସିଂ କର୍ମଚାରୀଙ୍କ ହାତରେ ଟଙ୍କା କାରବାର , ଅମୃତ ସରୋବର ଅର୍ଥ ହେରଫେର ଅଭିଯୋଗ 

ଜୁନାଗଡ଼, ୧୯/୦୩/(ମ ନି ସ) କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ଦପ୍ତର ରେ ସରକାରୀ କର୍ମଚାରୀ ଅଭାବ ରହୁଥିବା ବେଳେ ଆଉଟ ସୋରସିଂ କର୍ମଚାରୀଙ୍କ ଦ୍ବାରା ଅଫିସ କାର୍ଯ୍ୟ ଚାଳୁଥିବାର ଦେଖା ଯାଉଛି । ଏହି ଆଉଟ ସୋରସିଂ କର୍ମଚାରୀ ମାନଙ୍କୁ ଠିକା ସଂସ୍ଥା ନିଯୁକ୍ତି ଦେଇ ସରକାରୀ ଅଫିସ ରେ କାମ କରୁଥିଲେ ହେଁ ସମ୍ପୃକ୍ତ ଠିକା ସଂସ୍ଥା ର ନିୟନ୍ତ୍ରଣ ରହିଥାଏ । ସମ୍ପୃକ୍ତ ସରକାରୀ ଅଫିସ ର ନିୟନ୍ତ୍ରଣ ନ ଥିବା ବେଳେ କୋଟି କୋଟି ଟଙ୍କା ର କାରବାର ଏହି ଆଉଟ ସୋରସିଂ ସଂସ୍ଥା ଦ୍ବାରା ନିଯୁକ୍ତ କର୍ମଚାରୀ ଙ୍କ ଦ୍ବାରା ସମ୍ପାଦିତ ହୋଇଥାଏ । ଏହାର ସୁଯୋଗ ନେଇ ଏହି କର୍ମଚାରୀ ମାନେ ଆର୍ଥିକ ହେରାଫେରି କରୁଥିବା ଆଭିଯୋଗ ହୋଇଛି । ଜୁନାଗଡ ବ୍ଲକ ଅଧୀନରେ ଥିବା ୧୬ ଟି ପଞ୍ଚାୟତରେ ଅମୃତ ସରୋବର ବାବଦ କୁ ଥିବା ୩ କୋଟି ୬୧ ଲକ୍ଷ ୪୨ ହଜାର ୬୫୭ ଟଙ୍କା ଚଞ୍ଚକତା କରାଯାଇ ହେରାଫେରି କରାଯାଇ ଅନ୍ୟତ୍ର ଖର୍ଚ୍ଚ କରାଯାଇଥିବା ଅଭିଯୋଗ ହେଉଛି । ଏ ସମ୍ପର୍କରେ କଳାହାଣ୍ଡି ଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା ୧୩୫୧ ତା୦୯/୦୩/୨୦୨୩ ଯୋଗେ ସମ୍ପୃକ୍ତ ପଂଚାୟତ ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକ ଙ୍କ ଠାରୁ ଅସୁଲ କରିବାକୁ ଜୁନାଗଡ ବିଡିଓ ଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି । ସେହିପରି ନର୍ଲା ବ୍ଲକ ରେ ଅମୃତ ସରୋବର ଯୋଜନା ରେ ଖର୍ଚ ହେବାକୁ ଥିବା ୬ ଟି ପଂଚାୟତ ର ୩୩ ଲକ୍ଷ ୬ ହଜାର ୪୬୭ ଟଙ୍କା ଚଞ୍ଚକତା କରି ହେରାଫେରି କରିଥିବା ଅଭିଯୋଗ ହୋଇଛି । ସେ ସମ୍ପର୍କରେ କଳାହାଣ୍ଡି ଜିଲ୍ଲାପାଳ ପତ୍ର ସଂଖ୍ୟା ୧୩୫୧ ତା ୦୯.୦୩.୨୦୨୩ ଏବଂ ପତ୍ର ସଂଖ୍ୟା୧୩୪୭ ତା ୦୯.୦୩.୨୦୨୩ ଅନୁସାରେ ସମ୍ପୃକ୍ତ ଗ୍ରାମ ପଂଚାୟତ ଗୁଡିକର ପଂଚାୟତ ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକ ଙ୍କ ଠାରୁ ଅସୁଲ କରିବାକୁ ବିଡିଓ ମାନଙ୍କୁ ନିର୍ଦ୍ଦେଶ ଦେବା ସହିତ ସମ୍ପୃକ୍ତ ବ୍ଲକ ଗୁଡିକର ଆସିଷ୍ଟାଣ୍ଟ କମ୍ପ୍ୟୁଟର ପ୍ରୋଗ୍ରାମର ଓ ମନରେଗା ଆସିଷ୍ଟାଣ୍ଟ ମାନଙ୍କୁ ବଦଳ କରିଦେବାକୁ ସମ୍ପୃକ୍ତ ଆଉଟ ସୋରସିଂ ସଂସ୍ଥା କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଆଉଟ ସୋରସିଂ ସଂସ୍ଥା ମାଧ୍ୟମରେ କାର୍ଯ୍ୟରତ କର୍ମଚାରୀ ମାନେ କିପରି ଭାବେ ବିଭାଗୀୟ ଉଚ୍ଚ ପଦାଧିକାରୀ ମାନଙ୍କ ର ପ୍ରାକ ଅନୁମତି ବିନା କେଉ ଉଦ୍ଦେଶ୍ୟରେ ଗୋଟାଏ ଯୋଜନାର ଅର୍ଥକୁ ଅନ୍ୟ ଯୋଜନା ରେ ବିନିଯୋଗ କରି ପାରୁଛନ୍ତି ସେ ବିଷୟରେ ଉଚ୍ଚ ସ୍ତରୀୟ ତଦନ୍ତ କଲେ ଆହୁରି ଗୋପନୀୟ ତଥ୍ୟ ପଦାକୁ ଆସି ପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇବାରେ ଲାଗିଛି ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ବିଶ୍ୱବିଦ୍ୟାଳୟ ସ୍ତରୀୟ ଯୁବ ନେତୃତ୍ୱ ବିକାଶ ତାଲିମ ଶିବୀର ଉଦ୍‍ଯାପିତ 

Sunil Chandra Nayak

ଧରାକୋଟ ରେ ପଞ୍ଚୁଦଣ୍ଡ ମହାମିଳନ 

Sunil Chandra Nayak

ଅଲ ଓଡ଼ିଶା ସିଡ୍ୟୁଲଡ କାଷ୍ଟ ଫେଡେରେସନର ନୂତନ କର୍ମକର୍ତ୍ତା ବସନ୍ତ ନାଏକ ସଭାପତି : ବିଭୀଷଣ ନାଏକ ସାଧାରଣ ସଂପାଦକ

masiha

Leave a Comment

error: Content is protected !!