ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିକେରକୁପାଠାରେ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ

ଲାଞ୍ଜିଗଡ଼,୧୯/୦୩(ମନିସ)-ନର୍ଲା ପୁଲିସ ପକ୍ଷରୁ ଆଜି ସିକେରକୁପା ଫାଣ୍ଡି ପରିସରରେ ଆମ ପୁଲିସ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି ! ନର୍ଲା ଥାନାଧିକାରୀ ଗଙ୍ଗାଧର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଲାଞ୍ଜିଗଡ଼ରୋଡ଼ ସରପଞ୍ଚ ସୁଶ୍ରୀ ମମତା ଶବର, କଦମ୍ବଗୁଡ଼ା ସରପଞ୍ଚ ସନ୍ତୋଷ ମାଝୀ, ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ମାଝୀ, ଟଙ୍କଧର ମାଝୀ, ସମାଜସେବୀ ହରିଶଙ୍କର ପାତ୍ର, ଚନ୍ଦ୍ରଶେଖର ମହାପାତ୍ର, ପ୍ରସନ୍ନ ପରିଡ଼ା, ସୁବନ ଭୋଇ, ସରୋଜ ପଧାନ, ସେନାପତି ରଣାଙ୍କ ସମେତ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ ! ପୁଲିସ ପକ୍ଷରୁ ଏସ୍ଆଇ ଶମ୍ଭୁ ପ୍ରସାଦ ଠାକୁର, ସିକେରକୁପା ଫାଣ୍ଡି ଅଧିକାରୀ ସୁବାସ ଚନ୍ଦ୍ର ଗୁରୁ, ଏଏସ୍ଆଇ ଗଜାନନ ପଟ୍ଟନାୟକ, ଏଏସ୍ଆଇ ମୀନାରାଓ ଶବର ପ୍ରମୁଖ ମଞ୍ଚାସୀନ ଥିଲେ ! ନର୍ଲା ଥାନା ପକ୍ଷରୁ କେତନ କରୁଆଁ, ଶ୍ବେତକଲାଲ ଗୌଡ଼ିଆ, ଦ୍ରୋଣ ରଣା, ଡମ୍ବରୁଧର ମାଝୀ, ପଙ୍କଜିନୀ ମାଝୀ, ଦୈମତୀ ମାଝୀ ସିକେରକୁପା ଫାଣ୍ଡି ପକ୍ଷରୁ ଗୋକୁଳ ସାହୁ, ବିଶ୍ବନାଥ ମହଲା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ! ସେହିପରି ପୁଲିସ ଓ ଅତିଥିମାନଙ୍କ ଦ୍ବାରା ସିକେରକୁପା ଛକରେ ଟ୍ରାଫିକ୍ ସଚେତନତା କରାଯାଇଥିଲା ! ଏଇ ଅବସରରେ ସିଟବେଲ୍ଟ, ହେଲମେଟ୍ ଆଦି ସଂପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ରାୟଗଡ଼ା ସ୍ୱାମୀ ବିବେକାନନ୍ଦ ସେବା ସମିତି ପକ୍ଷରୁ ନେତାଜୀ ଜୟନ୍ତୀ ପାଳିତ

masiha

Educationalist Professor Dr. Kalimulla is honored.

Sunil Chandra Nayak

ଗୋଲାମୁଣ୍ଡାଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!