ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଙ୍ଗୁ କରିଦେଲା ସ୍ପାଇନଲ କଡ,ଗାଁ ଗାଁ ବୁଲି ଭିକ ମାଗି ଚଳୁଛି, ପ୍ରଶାସନ କି ମନ୍ତ୍ରୀ ଶୁଣିଲେନି ଦୁଃଖ

କାମାକ୍ଷାନଗର (ମନିସ )20/3/23 ପଙ୍ଗୁ କରିଦେଲା ସ୍ପାଇନଲ କଡ । ଛ ମାସର ଶିଶୁ ଓ ସ୍ତ୍ରୀ କୁ ଧରି ଗାଁ ଗଣ୍ଡା ବୁଲି ଭିକ ମାଗି ଯାହା ମିଳୁଛି ସେହିଥିରେ ଚଳୁଛି । ନ ମିଳିଲେ ପାଣି ପିଇ ଉପାସରେ ରହିଯାଉଛି । ଏଭଳି କୋହଭରା କଣ୍ଠରେ କହିଛନ୍ତି ରମେଶ ମଲ୍ଲିକ । ହଁ ଦର୍ଶକ ବନ୍ଧୁ ଆମେ କହୁଛୁ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଭୂଷଳ ପଞ୍ଚାୟତ ଅଶୁରବନ୍ଧ ଗ୍ରାମର ରମେଶ ମଲ୍ଲିକ ଙ୍କ କଥା । ବୟସ ଚାଳିଶି ବର୍ଷ । ପେଶାରେ ଜଣେ ଟ୍ରକ ଡ୍ରାଇଭର। ଦେଢ଼ ବର୍ଷ ତଳେ ଶୌଚ ପାଇ ପାଖ ଗାଡିଆ କୁ ଯାଇଥିଲେ । ଶୌଚ ସାରି ଘରକୁ ଫେରିଲେ । ହେଲେ ଘରେ ତାଙ୍କର ଗୋଡ଼ ପିଠି ଲାଗି ରହିଲା ଆଉ ଉଠିଲା ନାହିଁ । ନିକଟସ୍ତ ମେଡିକାଲ ରେ ଦେଖାଇଲେ ସତ୍ ହେଲେ କମିଲା ନାହିଁ । ଶେଷରେ ଖଣ୍ଡେ ଜାଗା ବିକି କଟକ ମେଡ଼ିକାଲରେ ଦେଖାଇଲେ ହେଲେ ଡାକ୍ତର କହିଲେ ତୁମକୁ ସ୍ପାଇନାଲ କଡ ରୋଗ ହୋଇଛି । ଏହାକୁ ଭଲ କରିବାକୁ ହେଲେ ପ୍ରଚୁର ଅର୍ଥ ଦରକାର । ସେଠାରୁ ନିରୁପାୟ ହୋଇ ସ୍ଥାନୀୟ ସରପଞ୍ଚ ଓ ବ୍ଲକ ଅଧିକାରୀ ଙ୍କୁ ଜଣାଇ ବା ସହିତ ସ୍ଥାନୀୟ ବିଧାୟକ ତଥା ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଙ୍କୁ ଜଣାଇଲେ ମଧ୍ୟ ଆଜିଯାଏଁ କେହି ହେଲେବି ସାହାଯ୍ୟ କରି ନାହାନ୍ତି । ସେହି ଦିନ ଠାରୁ ସ୍ବାମୀ ସ୍ତ୍ରୀ ଦୁହେଁ ଗାଁ ଗଣ୍ଡା ବୁଲି ଭିକ ମାଗି ଚଳୁଛି । ସରକାର କେବେ ଏ ରମେଶ ମଲ୍ଲିକର ଦୁଃଖ ବୁଝୁ ଛନ୍ତି ତାହା ଦେଖିବାକୁ ବାକି ରହିଲା l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଡାବୁଗାଁରେ ନବଦିନ ବ୍ୟାପି ମାଁ ଠାକୁରାଣୀ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

ରାୟଗଡ଼ା ଭାରତୀୟ ମଜଦୁର ସଂଘର ପର୍ଯ୍ୟାବରଣ ମଞ୍ଚ ପକ୍ଷରୁ ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ପାଳନ 

Sunil Chandra Nayak

ବିକାଶ ସମ୍ପ୍ରଦାୟ ପାଇଁ ଏକତା (SOLID) କରୁଣା ଶାନ୍ତି +2 ବିଜ୍ଞାନ ଏବଂ ଧନ୍ଦାମୂଳକ ତାଲିମ ଆବାସିକ କ୍ୟାମ୍ପସରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

masiha

Leave a Comment

error: Content is protected !!