ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଙ୍ଗୁ କରିଦେଲା ସ୍ପାଇନଲ କଡ,ଗାଁ ଗାଁ ବୁଲି ଭିକ ମାଗି ଚଳୁଛି, ପ୍ରଶାସନ କି ମନ୍ତ୍ରୀ ଶୁଣିଲେନି ଦୁଃଖ

କାମାକ୍ଷାନଗର (ମନିସ )20/3/23 ପଙ୍ଗୁ କରିଦେଲା ସ୍ପାଇନଲ କଡ । ଛ ମାସର ଶିଶୁ ଓ ସ୍ତ୍ରୀ କୁ ଧରି ଗାଁ ଗଣ୍ଡା ବୁଲି ଭିକ ମାଗି ଯାହା ମିଳୁଛି ସେହିଥିରେ ଚଳୁଛି । ନ ମିଳିଲେ ପାଣି ପିଇ ଉପାସରେ ରହିଯାଉଛି । ଏଭଳି କୋହଭରା କଣ୍ଠରେ କହିଛନ୍ତି ରମେଶ ମଲ୍ଲିକ । ହଁ ଦର୍ଶକ ବନ୍ଧୁ ଆମେ କହୁଛୁ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଭୂଷଳ ପଞ୍ଚାୟତ ଅଶୁରବନ୍ଧ ଗ୍ରାମର ରମେଶ ମଲ୍ଲିକ ଙ୍କ କଥା । ବୟସ ଚାଳିଶି ବର୍ଷ । ପେଶାରେ ଜଣେ ଟ୍ରକ ଡ୍ରାଇଭର। ଦେଢ଼ ବର୍ଷ ତଳେ ଶୌଚ ପାଇ ପାଖ ଗାଡିଆ କୁ ଯାଇଥିଲେ । ଶୌଚ ସାରି ଘରକୁ ଫେରିଲେ । ହେଲେ ଘରେ ତାଙ୍କର ଗୋଡ଼ ପିଠି ଲାଗି ରହିଲା ଆଉ ଉଠିଲା ନାହିଁ । ନିକଟସ୍ତ ମେଡିକାଲ ରେ ଦେଖାଇଲେ ସତ୍ ହେଲେ କମିଲା ନାହିଁ । ଶେଷରେ ଖଣ୍ଡେ ଜାଗା ବିକି କଟକ ମେଡ଼ିକାଲରେ ଦେଖାଇଲେ ହେଲେ ଡାକ୍ତର କହିଲେ ତୁମକୁ ସ୍ପାଇନାଲ କଡ ରୋଗ ହୋଇଛି । ଏହାକୁ ଭଲ କରିବାକୁ ହେଲେ ପ୍ରଚୁର ଅର୍ଥ ଦରକାର । ସେଠାରୁ ନିରୁପାୟ ହୋଇ ସ୍ଥାନୀୟ ସରପଞ୍ଚ ଓ ବ୍ଲକ ଅଧିକାରୀ ଙ୍କୁ ଜଣାଇ ବା ସହିତ ସ୍ଥାନୀୟ ବିଧାୟକ ତଥା ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଙ୍କୁ ଜଣାଇଲେ ମଧ୍ୟ ଆଜିଯାଏଁ କେହି ହେଲେବି ସାହାଯ୍ୟ କରି ନାହାନ୍ତି । ସେହି ଦିନ ଠାରୁ ସ୍ବାମୀ ସ୍ତ୍ରୀ ଦୁହେଁ ଗାଁ ଗଣ୍ଡା ବୁଲି ଭିକ ମାଗି ଚଳୁଛି । ସରକାର କେବେ ଏ ରମେଶ ମଲ୍ଲିକର ଦୁଃଖ ବୁଝୁ ଛନ୍ତି ତାହା ଦେଖିବାକୁ ବାକି ରହିଲା l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରାଇରଙ୍ଗପୁରରେ ବାମନଘାଟି ଉପଖଣ୍ଡ ସ୍ତରୀୟ ତ୍ରିରଙ୍ଗା ଯାତ୍ରା ଉପଜିଲ୍ଲାପାଳଙ୍କ ଦ୍ୱାରା ଶୁଭାରମ୍ଭ

Sunil Chandra Nayak

ନାମ୍ପୋ ଉଚ୍ଚ ବିଦ୍ୟାଳୟର ୬୦ ଲକ୍ଷ ଟଙ୍କା ଅନୁଦାନ ଗଲା କୁଆଡ଼େ ? ଗ୍ରାମବାସୀ ଓ ଅଭିଭାବକ ମାନଙ୍କ ଦ୍ଵାରା ମହାଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବୀ

Sunil Chandra Nayak

ରାଇରଙ୍ଗପୁର ବିଦ୍ୟୁତ ବିଭାଗରେ ନବ ନିଯୁକ୍ତ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ ପାର୍ଥ ସାରଥୀ ଦାସଙ୍କୁ ନେସ୍କୋ ପାଓ୍ଵାର ଏମ୍ପଲୟଜ୍ ୟୂନିଅନ ତରଫରୁ ବିପୁଳ ସ୍ବାଗତ ଓ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!