ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକ ଧକ୍କାରେ ଜଣେ ମୃତ, ବାଇକ ଚାଳକ ଗୁରୁତର

କନ୍ଧମାଳ:20/03(ମନିସ): କନ୍ଧମାଳ ଜିଲା ସଦର ଥାନା ଅନ୍ତର୍ଗତ ବିଶିପଡ଼ା ଛକରେ ବାଇକ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ବାଇକ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି।ସୂଚନା ଅନୁସାରେ ସଦର ଥାନା ଅନ୍ତର୍ଗତ କେଣ୍ଡ୍ରିଗୁଡ଼ା ଗ୍ରାମର ଚନ୍ଦ୍ରମଣି ଦିଗାଲ (୭୦) ବିଶିପଡ଼ା ଛକକୁ ମାଂସ କିଣିବାକୁ ଆସିଥିବା ବେଳେ ଫୁଲବାଣୀ ପାର୍ଶ୍ବରୁ ଆସୁଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ସେଠାରେ ପଡ଼ି ଯାଇଥିଲେ ତାଙ୍କୁ ସଦର ପୋଲିସ ତୁରନ୍ତ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟ ଫୁଲବାଣୀକୁ ପଠାଇ ଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ବାଇକ ଚାଳକ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ସେ ଅଚେତ ଅବସ୍ଥାରେ ଥିବାରୁ ତାଙ୍କର ପରିଚୟ ମିଳି ପାରିନାହିଁ। ଧକ୍କା ଦେଇଥିବା ବାଇକ ନମ୍ବର ହେଲା ଓଡ଼ି ୧୨- ଏ -୫୧୫୯। ଏନେଇ ମୃତ ବ୍ୟକ୍ତିଙ୍କ ବୋହୁ ସୁଚିସ୍ମିତା ଦିଗାଲ ସଦର ଥାନାରେ ଏତଲା ଦେଇଛନ୍ତି। ସଦର ପୁଲିସ ୩୧/୨୩ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିବା ସହିତ ବାଇକକୁ ଜବତ କରାଯାଇଛି ବୋଲି ସଦର ଥାନା ଅଧିକାରୀ ସୂଚନା ଦେଇଛନ୍ତି।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ପାୟଲ ର ୩୭ତମ ବାର୍ଷିକୋତ୍ସବ ଆସନ୍ତା ଫେବୃଆରି ୧ ରେ……

masiha

ଗୋଷ୍ଠୀ ସଂଚାଳନ ଦିବସ ପାଳିତ

masiha

ମା ପାଇଁ ଗଛ ଟିଏ’ କାର୍ଯ୍ୟକ୍ରମ , କଳାହାଣ୍ଡି ଜିଲ୍ଲା ଗ୍ରୀନ ଆର୍ମି କମାଣ୍ଡାଣ୍ଟ ଭାବରେ ମୋହନ ଚରଣ ବିଶି ସମ୍ବର୍ଦ୍ଧିତ

Leave a Comment

error: Content is protected !!